ବର୍ତ୍ତମାନର ସବୁଠୁ ବଡ ଖବର , ଆସିଲା ଅନଲକ 6.0 ର ଗାଇଡ ଲାଇନ୍ ନମ୍ବେଭର 16 ରୁ ଖୋଲିବ ସ୍କୁଲ୍….ଜାଣନ୍ତୁ କଣ ରହିବ କଟକଣା !

ବର୍ତ୍ତମାନର ସବୁଠୁ ବଡ ଖବର , ଆସିଲା ଅନଲକ 6.0 ର ଗାଇଡ ଲାଇନ। ନଭେମ୍ବର ମାସ ପାଇଁ ଅନଲକ୍ 6.0 ର ଗାଇଡ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲ ଖୋଲିବା ନେଇ ଆସିଛି ବଡ ଖବର । ତେବେ ସ୍କୁଲ ଖୋଲିବା ନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ସ୍କୁଲ ଖୋଲିବା ନେଇ ଗାଇଡଲାଇନରେ କଣ କଣ ରହିଛି ଏବିଷୟରେ ସବିଶେଷ ଖବର ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ । ରାଜ୍ୟରେ ତଥା ଦେଶରେ କରୋନାର ଆତଙ୍କ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ଏଥିପାଇଂ ସରକାର ବିଭିନ୍ନ ଗାଇଡଲାଇନ ସବୁକୁ ମଧ୍ୟ କହୋଳ କରିବାକୁ ଲାଗିଛନ୍ତି ।

ତେବେ କେନ୍ଦ୍ରରେ ଅନଲକ୍ 6.0 ଗାଇଡଲାଇନ ପରେ ରାଜ୍ୟରେ ମଧ୍ୟ ନୂଆ ଗାଇଡ ଲାଇନ ଜାରି ହୋଇଛି । ରାଜ୍ୟରେ ନଭେମ୍ବର 30 ପର୍ଯ୍ୟନ୍ତ ଲାଗୁ ହେବ ଏହି ଗାଇଡଲାଇନ । ଗାଇଡଲାଇନରେ ନଭେମ୍ବର 30 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍ କଟକଣା ଜାରି ରହିବ। ଜିଲ୍ଲାପାଳ ଓ ମୁନିସିପାଲ କମିଶନର ଚିହ୍ନଟ କରିବେ ଅବରୋଧ ଅଞ୍ଚଳ। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ଉପରେ ରୋକ ଲଗାଯାଇଥିଲା । ରାଜ୍ୟରେ ଇତି ମଧ୍ୟରେ କରୋନାକୁ 7 ମାସ ହୋଇ ଯାଇଛି , ଆଉ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ କଲେଜ ଖୋଲିବା ଉପରେ କଟକଣା ଲଗାଇଥିଲେ ସରକାର । କରୋନା ସମୟରେ ଛାତ୍ରଛାତ୍ରୀ ମାନେ ଅନଲାଇନ୍ ଜରିଆରେ ପାଠ ପଢୁଥିଲେ । ତେବେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ଆସନ୍ତା ନଭେମ୍ବର 16 ତାରିଖରୁ ସ୍କୁଲ ଖୋଲିବ ।

ଜାରି ହୋଇଥିବା ଅନଲକ୍ 6.0ର ଗାଇଡଲାଇନ୍ ଅନୁଯାୟୀ ରାଜ୍ୟ ସରକାର ଶିକ୍ଷାନୁଷ୍ଟାନ ଖୋଲିବା ପାଇଂ ନିଷ୍ପତି ନେଇଛନ୍ତି । କିନ୍ତୁ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ବୋଲି ସୂଚନା ମିଳିଛି । ସ୍କୁଲ ଖୋଲିବା ନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଏସଓପି ମଧ୍ୟ ଜାରି ହେବ । କେଉଂ ସବୁ ଗାଇଡଲାଇନ ଅଧିନରେ ସ୍କୁଲ ଖୋଲିବ ସେସବୁ ଏହି ଏସଓପିରେ ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ତେବେ ନବମରୁ ଦ୍ବାଦଶ ଶ୍ରେଣୀ ବ୍ୟତିତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଟାନ ନଭେମ୍ବର 30 ତାରିଖ ଯାଏଁ ବନ୍ଦ ରହିବ ବୋଲି ଜଣାପଡିଛି । ଏଥିସହିତ ବାହାଘର ଏବଂ ଅନ୍ୟାୟ ଉତ୍ସବକୁ ନେଇ ରାଜ୍ୟ ସରକାର ଲଗାଇଥିବା କଟକଣାକୁ କିଛିଟା କୋହଳ କରାଯାଇଛି ।

ବିବାହ ଉତ୍ସବରେ 200 ଲୋକ ସାମିଲ ହୋଇପାରିବେ ଏବଂ ଅନ୍ତିମ ସଂସ୍କାରରେ 50ଲୋକ ସାମିଲ ପାଇଁ ଅନୁମତି ଦିଆଯାଇଛି । 50 ପ୍ରତିଶତ ଲୋକଙ୍କୁ ନେଇ ହଲ୍‌ ଭିତରେ କାର୍ଯ୍ୟକ୍ରମ ହୋଇପାରିବ ।କିନ୍ତୁ ନଭେମ୍ବର 30 ପର୍ଯ୍ୟନ୍ତ ରାଜନୈତିକ, ସମାଜିକ , ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ମନ୍ଦିର ଖୋଲିବା ପାଇଁ ଅନୁମତି ମିଳିଛି ହେଲେ ମନ୍ଦିର ଖୋଲିବା ପୂର୍ବରୁ ସ୍ଥାନୀୟ ପ୍ରଶାସନର ଅନୁମିତି ମିଳିବା ଦରକାର ବୋଲି ଗାଇଡଲାଇନରେ କୁହାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment