ନଭେମ୍ବର ୩୦ ଯାଏଁ ଅନଲକ ୬.୦ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଏହି ସବୁ ଅଞ୍ଚଳରେ ନଭେମ୍ବର ୩୦ ଯାଏଁ ଲକଡାଉନ ରହିବ…

ବର୍ତ୍ତମାନ ସାରା ବିଶ୍ବରେ ମହାମାରୀ କରୋନାର ଆତଙ୍କ ଘେରି ରହିଛି । ଏହି ମହାମାରୀ କୋରନାର ଚେନକୁ ରୋକିବା ପାଇଁ ଅନେ୍କ ପ୍ରକାର ପ୍ରୟାସ ମଧ୍ୟ କରାଯାଉଛି । ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ଦିନ ରାତି ଏକ କରି ଏହାର କୋଭେକ୍ସିନ ବା ପ୍ରତିଷେଧକ ଟୀକା ବାହାର କରିବା ପାଇଁ ଲାଗି ପଡିଛନ୍ତି । କିନ୍ତୁ ତଥାପି ଏହାକୁ ରୋକିବା ସମ୍ଭବ ହୋଇ ପାରୁନାହିଁ । ସାରା ବିଶ୍ବରେ କୋଟି କୋଟି ଲୋକ ଏଥିରେ ଆକ୍ରାନ୍ତ ହେଲେଣି ଏହଂ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ ମଧ୍ୟ କରିଲେଣି । ତେବେ ଆମ ଦେଶ ଭାରତରେ ମଧ୍ୟ ଏହାର ପ୍ରଭାବରେ ଅନେକ ଆକ୍ରାନ୍ତ ତଥା ମୃତ୍ୟୁ ବରଣ କରୁଛନ୍ତି ।

ଏହି ମହାମାରୀକୁ ରୋକିବା ଲାଗି ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସତର୍କ ମୂଳକ ପଦକ୍ଷେପ ମଧ୍ୟ ଲାଗୁ କରୁଛନ୍ତି । ବର୍ତ୍ତମାନ ଏହି ଭୟଙ୍କର ମହମାରିକୁ ରୋକିବା ପାଇଁ କୌଣସି ଔଷଧ ବା ପ୍ରତିସେଧକ ଟୀକା ବାହାରି ନାହିଁ । ଆଉ ଏହା ଏକ ଅଜଣା ରୋଗ ହେଇଥିବାରୁ ଡାକ୍ତରମାନେ ମଧ୍ୟ ଏହାର ଚିକିତ୍ସା ପଦ୍ଧତି ଜାଣି ନାହାନ୍ତି । ସେଥିପାଇଁ ଏହାକୁ ରୋକାଯାଇ ପାରୁନାହିଁ ଏବଂ ଏହା ବଢିଚାଲିଛି । ଅନେକ ଲୋକ ଏହି ରୋଗରେ ଶିକାର ହୋଇ ନିଜର ଜୀବନ ଦେଉଛନ୍ତି।

ସରକାର ଏହି ମହାମାରୀକୁ ଅଳ୍ପ ପରିମାଣରେ ରୋକିବା ପାଇଁ ମାର୍ଚ୍ଚ 24 ତାରିଖରୁ ସାରା ଦେଶରେ ଲକଡାଉନ ଜାରି କରିଥିଲେ । ଏହି ଲକଡାଉନ ଯୋଗୁ ଦେଶରେ ସବୁ କିଛି ବନ୍ଦ ହୋଇ ଯାଇଥିଲା । ସ୍କୁଲ କଲେଜ , ରାସ୍ତା ଘାଟ , ବଜାର , ମନ୍ଦିର , ପାର୍କ , ଅଫିସ , ବିଭିନ୍ନ କାର୍ଯ୍ୟାଳୟ ଇତ୍ୟାଦି ବନ୍ଦ ରହିଥିଲା ଏବଂ ଆବାଳ ବୃଦ୍ଧବନିତା ଏହି ଅସୁବିଧାରେ ସମୁଖୀନ ହେଲେ । ଶିକ୍ଷାର୍ଥୀ ମାନଙ୍କ ପଢିବାରେ ଅଦୁବିଧା ହେଉଛି , ଜନସାଧାରଣ ଖାଇବାକୁ ପାଇଲେ ନାହିଁ । ତେଣୁ ସରକାର ଅବସ୍ଥାରେ ସୁଧାର ଆଣିବା ପାଇଁ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଜରିଆରେ ପୁଣି ସବୁ କିଛି ଖୋଲିବାର ବ୍ୟବସ୍ଥା କରିଲେ ।

ବର୍ତ୍ତମାନ ସରକାର ଗୋଟିଏ ପରେ ଗୋଟିଏ ଅନଲକ ପ୍ରକ୍ରିୟା ଜାରି କରି ସବୁକିଛି ଧିରେ ଧିରେ ଖୋଲିବା ଆରମ୍ଭ କରିଛନ୍ତି । ଏବେ ଅକ୍ଟୋବର ମାସ 30 ତାରିକ ପର୍ଯ୍ୟନ୍ତ ଅନଲକ୍ 5 ରହିଛି ଏବଂ ଅକ୍ଟୋବର 15 ତାରିକରୁ ଅନେକ କିଛି ଖୋଲିବର୍ ବ୍ୟବସ୍ଥା ରହିଥିଲା ଏବଂ ଅନେକ ଗାଇଡ଼ଲାଇନ୍ ମଧ୍ୟ ଆସିଥିଲା ।

ପୁଣି ଥରେ ସରକାର ଅନଲକ 6 ଘୋଷଣା କରବେ ବୋଲିନିଷ୍ପତି ନେଇଛନ୍ତି । ତେବେ ନଭେମ୍ବର ମାସ 30 ତାରିଖ ପର୍ଯ୍ୟନ୍ତ ଏହି ଅନଲକ୍ ରହିବ । ଏହି କାରଣରୁ ପୁଣି ଥରେ ସରକାର ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି କିନ୍ତୁ ନଭେମ୍ବର୍ 30 ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ପୂର୍ବପରି ବଳବତ୍ତ ରହିବ ।


ଏହି ଅନଲକ 6ରେ ରାଜ୍ୟ ଭିତରେ ବା ବାହାରକୁ ଯିବାର କୌଣସି କଟକଣା ରହିବ ନାହିଁ। ନୂଆ ଗାଇଡଲାଇନ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ରେ କଡା ନିୟମ ଜାରି ରହିବ । ସରକାର ଜନସାଧାରଣଙ୍କର ସୁବିଧା ତଥା ସୁରକ୍ଷା ପାଇଁ ଏହି ସବୁ ଉନ୍ନତି ମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି , ତେଣୁ ଆମକୁ ଏହାକୁ ଗୁରୁତ୍ବର ସହିତ ମାନିବାକୁ ପଡିବ । ତେବେ ଯାଇ ଆମେ ଏହି ମହାମାରୀ ସହିତ ମୁକାବିଲା କରିପାରିବା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment