ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ କେମିତି ନେବେ ଜାଣନ୍ତୁ? Dr. jaya chhabar

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ଜଣେ ପିଲାର ଯତ୍ନ ନେବା ପାଇଁ ହେଲେ ଆମକୁ ମହିଳା ଜଣଙ୍କ ପ୍ରେଗନେଟ ହେବା ପରେ ଶିଶୁ ଟି ତାର ମା’ ପେଟରେ ଥିବା ଦିନଠାରୁ ତାହାର ଯତ୍ନ ନିଆଯାଇଥାଏ | ଏହା ସହିତ ଆପଣ ମାନେ ଜାଣିଥିବେ ଶିଶୁଟି ଜନ୍ମ ହେବା ଯାଏ ମା ‘ ଅଧିକ ଯତ୍ନ ନେବା ଦରକାର | ତେବେ ସୁଷମ ଖାଦ୍ୟ ଠାରୁ ଆରମ୍ଭ କରି ଟୀକାକରଣ ମଧ୍ୟ କରିବା ଆବଶ୍ୟକ ହୋଇଥାଏ ଜଣେ ଗର୍ଭବତୀ ମା ତାର ଶିଶୁ ର ଯତ୍ନ ନେବା ପାଇଁ ହେଲେ | ନବଜାତ ଶିଶୁର ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଲା ମା କ୍ଷୀର, ଯାହାକୁ କୋଶ କ୍ଷୀର କୁହାଯାଏ | ତେବେ ଆସନ୍ତୁ ଜାଣିବା ଶିଶୁ ଟିର ଯତ୍ନ କେମିତି ନେବ ତାର ମା |

ମା’ ର କ୍ଷୀର କେମିତି ହେବ :-
ତେବେ କୁହାଯାଉଛି କି ଶିଶୁ ଜନ୍ମ ହେବା ପରେ ଶିଶୁକୁ ମା ‘ ରହୁଥିବା ଘରେ ରଖାଯାଏ ଏବଂ ମା’ଙ୍କ ତ୍ୱଚାରେ ଶିଶୁର ତ୍ୱଚା ଲାଗି ରହିବା ଦରକାର, ଯେତେ ଅଧିକ ଥର ଶିଶୁ ମା’ ଙ୍କ କ୍ଷୀର ଖାଇବ ମା ‘ ଙ୍କର କ୍ଷୀର ସେତେ ଅଧିକ ହେବ | ତେଣୁ ନବଜାତ ଶିଶୁଙ୍କୁ ପ୍ରତି 2 ଘଣ୍ଟାରେ ଥରେ ସ୍ତନ୍ୟପାନ କରାନ୍ତୁ, ଏହି କ୍ଷୀର ନବଜାତ ଶିଶୁ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ଏହି କ୍ଷୀରରେ ଅଧିକ ପୋଷଣ ଥାଏ, ଫଳରେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଇଥାଏ | ଏହା ସହିତ ନବଜାତ ଶିଶୁ ଜନ୍ମ ହେବାର 24 ଘଣ୍ଟା ମଧ୍ୟରେ ପରିସ୍ରା କରିବା ଯଦି ଶିଶୁର ପରିସ୍ରା ହେଉଛି ତାହାଲେ ଜାଣିବେ ଶିଶୁ ସ୍ତନ୍ୟପାନ କରୁଛି | ତେବେ ଏକଥା ମଧ୍ୟ ଜାଣି ରଖନ୍ତୁ ଯଦି ଶିଶୁ ମା କ୍ଷୀର ଖାଇଲେ ହିଁ ମା ର କ୍ଷୀର ହେବି |

ନବଜାତ ଶିଶୁଙ୍କ ଜଣ୍ଡିସ ରୋଗର ଚିକିତ୍ସା :-
କେତେକ ଶିଶୁ ଜନ୍ମ ହେବାର ପ୍ରଥମ ସପ୍ତାହ ମଧ୍ୟରେ ଜଣ୍ଡିସ ହେଇଥାଏ, ଯଦି ଶିଶୁ ସାମାନ୍ୟ ହଳଦିଆ ଦେଖା ଯାଉଛି ତେବେ ତାହାର ଜଣ୍ଡିସ ପରୀକ୍ଷା କରାଯାଇଥାଏ | ତେବେ କେତେକ ଲୋକ ଅଛନ୍ତି ଶିଶୁକୁ ଜଣ୍ଡିସ ହେଲେ ତାକୁ ଖରାରେ ଦେଖାଇଥାନ୍ତି ହେଲେ ଏହା କରିବା ସମ୍ପୂର୍ଣ୍ଣ ଭୁଲ | କାରଣ ଶିଶୁକୁ ଖରାରେ ଦେଖାଇଲେ ଶିଶୁକୁ ହାଇପୋଥାର୍ମୀଆ ହେବାର ଆଶଙ୍କ ରହିଥାଏ | ତେଣୁ ଶିଶୁ ଜନ୍ମ ହେବା ପରେ ଶିଶୁକୁ ଘଡ଼ାଇ ରଖନ୍ତୁ |

ମା ‘ମାନେ କଣ ଖାଇବା ଦରକାର :-

ଏହି ସମୟରେ ମା’ ମାନଙ୍କୁ ଖାଦ୍ୟ ଉପରେ ବିଶେଷ ଯତ୍ନ ନେବା ଆବଶ୍ୟକ | ଏହା ସହିତ ସୁଷୁମ ଖାଦ୍ୟ, ସବୁଜ ପନିପରିବା, ଫଳମୂଳ ଆଦି, ଏହା ସହିତ ପ୍ରଚୁର ପାଣି ପିଇବା ଆବଶ୍ୟକ |ନବ ଜାତ ଶିଶୁକୁ କେମିତି ଖାଇବାକୁ ଦେବେ :-ଏହି ସମୟରେ ଶିଶୁ ସ୍ତନ୍ୟ ପାନ କରିବା ବେଳେ ଶିଶୁର ପାଟି ଦେଇ ପବନ ପଶି ପେଟରେ ଗ୍ୟାସ କରିଥାଏ ଫଳରେ ଶିଶୁ କାନ୍ଦିଥାଏ | ତେଣୁ ଏହି ସମୟରେ ଯଦି ଶିଶୁ ଶୋଇଥବ ତାହାଲେ ତାକୁ ଉଠାନ୍ତୁ ନାହିଁ ଯଦି ସିଏ ଦୁଇ ଘଣ୍ଟାରେ ଉଠୁଛି ତାକୁ ଦୁଇ ଘଣ୍ଟାରେ ଖାଇବାକୁ ଦିୟନ୍ତୁ | ତେଣୁ ଏହି ସମୟରେ ଶିଶୁକୁ ଅରାମସେ ଉଠାଇ 15 ରୁ 20 ମିନିଟ ସ୍ତନ୍ୟପାନ କରିବା ଜରୁରୀ |

ନବଜାତ ଶିଶୁକୁ ସଂକ୍ରମଣ ର ଭୟ :-ଯେଉଁ ଜାଗାରେ ଶିଶୁ ଓ ମା ଶୋଉଛନ୍ତି ସେହି ଜାଗାକୁ ସଫା ରଖନ୍ତୁ | ନବ ଜାତ ଶିଶୁକୁ ବେଶୀ ଲୋକ ଧରନ୍ତୁ ନାହିଁ | ଏହା ଦ୍ୱାରା ଶିଶୁକୁ ସଂକ୍ରମଣ ର ଭୟ ରହିଛି |ଜନ୍ମ ପରେ ଶିଶୁକୁ କେଉଁ ଟୀକା ଦେବା :-ଶିଶୁ ଜନ୍ମ ହେବା ପରେ ବିସିଜି, ଓରାଲ ପୋଲିଓ ଏବଂ ହେପାଟାଇଟିସ ବି ଦେବା ସହିତ ବୟସ ଅନୁସାରେ ଟୀକା ଦେବାର ଆବଶ୍ୟକତା ଅଛି ବୋଲି କୁହାଯାଇଥାଏ |ତେବେ ଏହା ଥିଲା ନବଜାତ ଶିଶୁ ର ଯତ୍ନ କେମିତି ନେବା ସେ ବିଷୟରେ ସମସ୍ତ କଥା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment