Odisha News Portal

ନଭେମ୍ବର ମାସ ପହିଲାରୁ ସାରା ଦେସରେ କିଛି ନୂଆ ନିୟମ ଲାଗୁ ହୋଇଛି, ଏମିତି ପଡିବ ଆପଣ ଙ୍କ ଉପରେ ପ୍ରଭାବ….

ତେବେ ନଭେମ୍ବର ମାସ ପହିଲାରୁ ସାରା ଦେସରେ କିଛି ନୂଆ ନିୟମ ଲାଗୁ ହୋଇଛି । ଯାହାର ସିଧା ସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ । ଗ୍ୟାସ୍ ସିଲିଣ୍ଡର ବୁକିଂ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ର ରେ ଏହି ନୂଆ ନିୟମ ସବୁ ଜାରି ହୋଇଛି । ତେଣୁ ଏହା ପୂର୍ବରୁ ଏହି ନିୟମ ଗୁଡିକ ସବୁ ଜାଣି ରଖିବା ଆପଣ ମାନଙ୍କ ପାଇଁ ବେଶ୍ ଜରୁରୀ । ତେବେ କେଉଂ କେଉଁ ନିୟମରେ ସବୁ ପରିବର୍ତ୍ତନ ହୋଇଛି ଏହାର ପ୍ରଭାବ ଆପଣଙ୍କ ଉପରେ କିପରି ପଡିବ ଏ ବିଷୟରେ ସଂମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଅପଡେଟ ।

ଗ୍ୟାସ ଡେଲିଭରି ପାଇଁ ଓଟିପି ବାଧ୍ୟତା ମୂଳକ ହୋଇଛି –

ସାରା ଦେଶରେ ନଭେମ୍ବର ପହିଲାରୁ ଗ୍ୟାସ ସିଲିଣ୍ଡର ଡେଲିଭରି କୁ ନେଇ ଏକ ନୂଆ ନିୟମ ଜାରି ହୋଇଛି । ଏହାଫଳରେ ଡେଲିଭରି ବୟ୍ ଠାରୁ ଗ୍ୟାସ ସିଲିଣ୍ଡର ପାଇବାକୁ ହେଲେ ଗ୍ରାହକ ମାନଙ୍କୁ ଓଟିପି ନମ୍ବର ଦେଖାଇବାକୁ ପଡିବ । ଓଟିପି ନମ୍ବର ବିନା ଗ୍ରାହକ ମାନେ ଏଥର ଆଉ ଗ୍ୟାସ ପାଇ ପାରିବେ ନାହିଁ ।

ବଦଳିବ ଟ୍ରେନର ଟାଇମ୍ ଟେବୁଲ୍ 

ନଭେମ୍ବର ପହିଲାରୁ ସାରା ଦେଶରେ ଯାତାୟତ କରୁଥିବା ଟ୍ରେନର ସମୟ ବଦଳିବ । ପୂର୍ବରୁ ପ୍ରତି ବର୍ଷ ଅକ୍ଟୋବର ପହିଲାରୁ ଟ୍ରେନର ସମୟ ବଦଳୁ ଥିଲା । ହେଲେ ଚଳିତ ବର୍ଷ ଏହା ନଭେମ୍ବର ମାସ 1 ତାରିଖ ଠାରୁ ବଦଳିବ ବୋଲି କୁହା ଯାଇଛି । ଯାହା ଫଳରେ ନଭେମ୍ବର ପହିଲାରୁ ନୂଆ ସମୟ ଅନୁଯାୟୀ ସାରା ଦେଶରେ ଟ୍ରେନ ଚଳାଚଳ କରିବ ।

ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବା ପାଇଂ ଦେବାକୁ ପଡିବ ଟଙ୍କା-

ବ୍ୟାଙ୍କରେ ନିଜ ଟଙ୍କା ଜମା କରିବାକୁ ମଧ୍ୟ ଗ୍ରାହକ ମାନଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ବ୍ୟାଙ୍କ ଅଫ୍ ବରୋଦାରେ ନିଜ ଆକାଉଣ୍ଡ ଖୋଲିଥିବା ଗ୍ରାହକ ମାନଙ୍କ ପାଇଁ ଏହା ଏକ ବଡ ସୂଚନା । ଏଣିକି ସେମାନେ ନିଜ ଆକାଉଣ୍ଡରେ କେବଳ ମାସକୁ 3 ଥର ଟଙ୍କା ଜମା କରିପାରିବେ । ଯଦି ଏହାଠାରୁ ଅଧିକ ଥର ଟଙ୍କା ଜମା କରନ୍ତି, ତେବେ ସେମାନଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଉଭୟ ଋଣ ଆକାଉଣ୍ଡ ଏବଂ ସଂଞ୍ଚିତ ଆକାଉଣ୍ଡ ପାଇଁ ଏହି ନିୟମ ଲାଗୁ ହୋଇଛି ।

ଇଣ୍ଡିଆନ୍ ଗ୍ୟାସର ବୁକିଂ ନମ୍ବର ବଦଳିବ-

ଇଣ୍ଡିଆନ ଗ୍ୟାସ ବ୍ୟବହାର କରୁଥିବା ହିତାଧୀକାରୀଙ୍କ ପାଇଁ ଏହା ଜରୁରୀ ସୂଚନା । ଏବେ ସମୟରେ ନୂଆ ନମ୍ବର ଜରିଆରେ ଗ୍ୟାସ ବୁକ୍ କରିପାରିବେ । ଏଥିପାଇଁ ଇଣ୍ଡିଆନ ଗ୍ୟାସ ନମ୍ବର ମଧ୍ୟ ଜାରି କରିଛି । ଯାହାର ନମ୍ବର ହେଉଛି 7718955555 । ପୂର୍ବରୁ ବିଭିନ୍ନ ଅଞ୍ଚଳ ପାଇଁ କଂପାନୀର ଭିନ୍ନ ଭିନ୍ନ ଗ୍ୟାସ ବୁକିଂ ନମ୍ବର ଥିଲା ।ହେଲେ ନଭେମ୍ବର ପହିଲାରୁ ସାରା ଦେଶରେ ଗୋଟିଏ ବୁକିଂ ନମ୍ବର ଜାରି କରୁଛି ଇଣ୍ଡିଆନ ଗ୍ୟାସ ।

ବଦଳିବ ଗ୍ୟାସ ଦର –ପ୍ରତି ମାସରେ ପ୍ରଥମ ଦିନରେ ତେଲ କଂମ୍ବାନୀ ମାନେ ଗ୍ୟାସ ଦର ପରିବର୍ତ୍ତନ କରନ୍ତି ।ତେଣୁ ପହିଲାରୁ ବି ଗ୍ୟାସ ଦର ବଦଳିବ । କିନ୍ତୁ ଗ୍ୟାସ ଦର ବଢିବ ନାଁ ଖସିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।