ଆସିଲା ସବୁଠୁ ବଡ ଏବଂ ଦୁଃଖଦ ଖବର ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବସିଥିବା କାରର ଦୁର୍ଘଟଣା ହୋଇଛି। ଏକ ବାଇକ୍ ସହିତ ତାଙ୍କ କାର ଧକ୍କା ହୋଇଥିବାର ଦେଖିବାକୁ ମିଳୁଛି। ଦୁର୍ଘଟଣା ରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ଭାଭେ ଆହତ ହୋଇ ଛନ୍ତି। କଟକ ଜିଲ୍ଲା ଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ପରେ ଘଟଣସ୍ଥଳ ରେ ଉତ୍ତେଜନା ଦେଖବା ପାଇଁ ମିଳିଛି। ଏହାପରେ ସେଠାରେ ପୋଲିସ ପହଁଚି ଘଟଣାକୁ ଆୟତ୍ତକୁ ନେଇଥିଲା ଏହାପରେ ଗୁରୁତର ଯୁବକ ଓ ରାଣୀ ପଣ୍ଡାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆଠଗଡ଼ ଡ଼ାକ୍ତରଖାନା ରେ ଭର୍ତ୍ତି କରାଇ ଥିବାର ସୂଚନା ମିଳିଛି।
ତେବେ ଘଟଣାସ୍ଥଳର କିଛି ଫୋଟୋ ବର୍ତ୍ତମାନ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଦେଖି ପାରୁଥିବେ ଦୁର୍ଘଟଣାଗ୍ରସ୍ତ କାର ଏବଂ ବାଇକ୍ ର ଅବସ୍ଥା କଣ ରହିଛି ବାଇକ୍ ଓ କାର ଭାଙ୍ଗି ଚୁରମାର ହୋଇ ଯାଇଛି। ଆଉ ଯଦି ବାଇକ୍ ର ଅବସ୍ଥା ଏତେ ଖରାପ ରହିଛି ତେବେ ଆହାତ ବାଇକ୍ ଚାଳକଙ୍କ ଅବସ୍ଥା କେତେ ସାଂଘାତିକ ହୋଇଥିବ ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ହେଉଛି। ତେବେ ଦୁର୍ଘଟଣା ଏପରି ହୋଇଥିଲା ଯେଉଁଥିରେ ଗାଡି ଦୁଇଟି ଭାଙ୍ଗି ପୁରା ଖଣ୍ଡ ବିଖଣ୍ଡ ହୋଇ ଯାଇଛି ଏହା ସହିତ ବାଇକ୍ ଚାଳକଙ୍କ ଅବସ୍ଥା ବି ସାଙ୍ଘାତିକ ହୋଇ ପଡିଛି ବୋଲି ଜଣା ପଡିଛି।
ତେବେ ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ରାଜନଗର ଜିଲ୍ଲାର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା। ଯୁବକ ଜଣଙ୍କ ଦୁର୍ଘଟଣାରେ ବହୁ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ଆଉ ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତର ଖାନରେ ଭର୍ତ୍ତି କରା ଯାଇଛି। ଯୁବକ ଜଣଙ୍କ ଏବେ କିପରି ଅଛନ୍ତି ତାହା ମଧ୍ୟ ସୂଚନା ମିଳି ପାରି ନାହିଁ। ଆଇଟମ ଗାର୍ଲ୍ ରାଣୀ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ତାହା ମଧ୍ୟ ଜଣା ପଡ଼ି ନାହିଁ।ତେବେ ସବୁ ଠାରୁ ବଡ କଥା କି କେଉଁ ଭଳି ଭାବେ ଆଉ କେଉଁ ପରିସ୍ଥତିରେ ଦୁର୍ଘଟଣା ଏପରି ଘଟିଥିଲା କିଏ କାହାକୁ ଆସି ପ୍ରଥମେ ଧକ୍କା କରିଥିଲା ତାହା କିଛି ବି ସ୍ପଷ୍ଟ ହୋଇ ପାରି ନାହିଁ
ତେବେ ଆପଣ ମାନେ ଜାଣିଥିବେ କି ଆଇଟମ ଗାର୍ଲ୍ ରାଣୀ ପଣ୍ଡା ସବୁବେଳେ ନିଜର ଭିନ୍ନ ଢ଼ଙ୍ଗର କଥାବାର୍ତ୍ତାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି କିନ୍ତୁ ବର୍ତ୍ତମାନ ସମୟରେ ସେ ଏହି ଦୁର୍ଘଟଣାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ରାଣୀ ପଣ୍ଡା କୌଣସି ଏକ କାର୍ଯ୍ୟକ୍ରମ ସାରି ଯେତେବେଳ ତାଙ୍କ କାର ଯୋଗେ ଘରକୁ ଫେରୁଥିଲେ ଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।