ତିନିଦିନ ହେବ ବୋରୱେଲ ଭିତରେ ଫସି ରହିଛି ୮ ବର୍ଷର ତନ୍ମୟ। ତିନି ଦିନ ବିତି ଯାଇଥିଲେ ବି ତନ୍ମୟକୁ କରା ଯାଇ ପାରି ନାହିଁ ଉଦ୍ଧାର। ଏପଟେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପ୍ରଶାସନ। ତିନି ଦିନ ହେଲା ତନ୍ମୟକୁ ଉଦ୍ଧାର କରିବାକୁ ଚେଷ୍ଟା ଚଲାଇଛନ୍ତି NDRF, SDRF ଓ ଅଗ୍ନିଶମ ବିଭାଗ। ପିଲାଟିକୁ ପାଇପ୍ ଯୋଗେ ଅକ୍ସିଜେନ୍ ମଧ୍ୟ ଯୋଗାଇ ଦିଆ ଯାଉଛି। ଏବଂ କ୍ୟାମେରା ସାହାଯ୍ୟରେ ପିଲାଟିର ଗତି ବିଧି ଉପରେ ନଜର ରଖା ଯାଇଛି।
ଏପଟେ ଧିରେ ଧିରେ ତନ୍ମୟର ଶରୀର ନିସ୍ତେଜ୍ ହେବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ପରିବାର ଓ ପ୍ରଶାସନ। ଯେଉଁ ଦିନ ଘଟଣା ଘଟି ଥିଲା ସେଦିନ ୧୧.୩୦ ମିନିଟ୍ ସମୟରେ ତନ୍ମୟ ମୋଭମେଣ୍ଟ କରିଥିବାର କ୍ୟାପଚର୍ କରା ଯାଇଥିଲା ଆଉ ତା ପରଠାରୁ ତନ୍ମୟ କୌଣସି ପ୍ରକାର ମୋଭମେଣ୍ଟ କରିଥିବାର ଲକ୍ଷ କରାଯାଇ ନାହିଁ। ତେବେ ପ୍ରଶାସନ ଏହି ମାମଲାକୁ ଅଧିକ ଗୁରୁତ୍ବ ସହ ନେଇଛି। ଲଗାତାର ଭାବେ ଅକ୍ସିଜେନ୍ ଦିଆ ଯାଇଛି ଡାକ୍ତରୀ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି ଆମ୍ବୁଲାନ୍ସ ମଧ୍ୟ ମହଜୁଦ ରହିଛି।
ତେବେ ମିଳିଥିବା ସୂଚନା ମୁତାବକ ପିଲା କୌଣସି ପ୍ରକାର ରେସ୍ପନ କରୁନାହିଁ। ମଙ୍ଗଳବାର ରାତି ୧୧ ଟା ସମୟରେ ଯାହା ବାଳକର ମୋଭମେଣ୍ଟ କରିଥିବାର କ୍ୟାପଚର୍ କରା ଯାଇଥିଲା ଆଉ ତା ପରଠାରୁ ତନ୍ମୟ କୌଣସି ପ୍ରକାର ମୋଭମେଣ୍ଟ କରିଥିବାର ଲକ୍ଷ କରାଯାଇ ନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଲଗାତାର ଭାବେ ଜାରି ରଖା ଯାଇଛି।
ତେବେ ଏହି ଓପେରେଶନ NDRF, SDRF ଓ ଅଗ୍ନିଶମ ବିଭାଗ ପୁରା ଲାଗି ପଡିଛନ୍ତି ଏହା ସହିତ ଜିଲ୍ଲା ପ୍ରଶାସନ କଲେକ୍ଟର ଏସପି ଲଗାତାର ତିନିଦିନ ହେବ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ଏହା ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ୍ ମଧ୍ୟ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଚନ୍ତି। ଜିଲ୍ଲା ପ୍ରଶାସନ କଲେକ୍ଟର ଏସପିଙ୍କ ସହିତ ଲଗାତାର ଭାବେ ଫୋନ୍ ଦ୍ଵାରା ଯୋଗାଯୋଗ କରି ଟିକିନିଖି ଖବର ନେଉଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ୍।ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ୬-୭ ଘଣ୍ଟା ସମୟ ଲାଗି ପାରେ ବୋଲି ସୂଚନା ଦିଆ ଯାଇଛି।
ତେବେ ପିଲାକୁ ଉଦ୍ଧାର କରି ହସ୍ପିଟାଲ୍ ନେବା ପାଇଁ ମଧ୍ୟ ସୁ ବ୍ୟବସ୍ଥା କରା ଯାଇଛି। ପୁରା ଡାକ୍ତରୀ ଟିମ୍ ଆଉ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ମହଜୁଦ ରହିଛନ୍ତି। ପିଲାକୁ ଉଦ୍ଧାର କରାଯିବା ପରେ ସିଧା ସଳଖ ଭାବେ ଜିଲ୍ଲା ହସ୍ପିଟାଲ୍ କୁ ନିଆଯିବ। ତେବେ ଗତ ୬ ତାରିଖରେ ମଧ୍ୟପ୍ରଦେଶର ବେତୁଲି ଜିଲ୍ଲା ମଣ୍ଡାଓ୍ଵି ଗାଁରେ ଘଟିଥିଲା ଏପରି ଏକ ଅଘଟଣ। ବାପା ସୁନୀଲ ସାହୁଙ୍କ ସହିତ ତନ୍ମୟ ବିଲକୁ ଯିବା ସମୟରେ ବୋରୱେଲ ଗାତ ଭିତରକୁ ଖସି ପଡ଼ିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।