Odisha News Portal

ନିଶାରେ ମସଗୁଲ ଓଡ଼ିଆ Actress ପାଟିରୁ ବାହାରୁଛି ଅସଭ୍ୟ ଭାଷା, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡିଓ

ପୁଣି ଭାଇରାଲ ହେଲା ଆଉ ଏକ ଲଜ୍ୟାଜନକ ଘଟଣାର ଭିଡିଓ। ଯାହା ସ୍ପଷ୍ଟ କରୁଚି ଏହି ସଭ୍ୟ ଶିକ୍ଷିତ ସମାଜର ବାସ୍ତବ ରୂପରେଖ କଣ ପାଲଟି ବାରେ ଲାଗିଛି। ନିକଟରେ ଭାଇରାଲ ହୋଇଛି ଜଣେ ଅଭିନେତ୍ରୀ ଙ୍କ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ର ଏକ ଭିଡିଓ। ସେଠାରେ ତାଙ୍କର ସେଠାରେ ତାଙ୍କର ୪-୫ଜଣ ମହିଳା-ପୁରୁଷ ବନ୍ଧୁ ଅଛନ୍ତି ଯେଉଁ ମାନେ ମଧ୍ୟ ସେହିଭଳି ଅପ୍ରୀତିକର କାର୍ଯ୍ୟରେ ନିବୃତ ରହିବା ସହିତ ଅଭିନେତ୍ରୀଙ୍କୁ ଉସୁକାଇ ଅଛନ୍ତି ଆହୁରି କିଛି କହିବା ପାଇଁ।

ତେବେ ଉକ୍ତ ଭିଡିଓଟିକୁ ପରଖିଲେ ଯାହା ଜଣା ପଡୁଛି, ଏହା ଏକ ହୋଟେଲ ରୁମ୍‌ ଭିତରେ ବନା ଯାଇଛି ଏବଂ ସମସ୍ତେ ସେଠାରେ ତାଙ୍କୁ ଏଭଳି କାର୍ଯ୍ୟ କରୁଥିବାର ଦେଖୁଛନ୍ତି।

ଆପଣ ମଧ୍ୟ ଏହି ଭିଡିଓ ଟିକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଯେ କେଉଁ ଭଳି ଭାବରେ ଏଠାରେ ହୋଟେଲ୍ ରୁମ୍ ରେ ଏହି ଅଭିନେତ୍ରୀ ଏବଂ ଅନ୍ୟ ମାନେ ଅସଭ୍ୟ କାର୍ଯ୍ୟରେ ଲିପ୍ତ ଅଛନ୍ତି। ତେବେ ଏହି ଭିଡିଓଟି ଅନ୍ୟ ଜଣେ ଲେଡି ସାଥୀ ସୁଟିଂ କରୁଥିବା ଜଣା ପଡୁଛି। ଏହାରି ଭିତରେ କିଛି ପୁରୁଷ ସାଥୀ ତାଙ୍କୁ ଏମିତି କହିବାକୁ ଉସକାଉଛନ୍ତି ଏବଂ ସେମାନଙ୍କ କଥାରେ ଭିଡ଼ିଓରେ ନାୟିକା ଜଣଙ୍କ କଥା କଥାରେ ଅତ୍ୟନ୍ତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ଏବଂ ସିଗାରେଟ୍ ଟାଣୁଛନ୍ତି। ଏପରି କି ଅଭିନେତ୍ରୀ ଜଣଙ୍କ ହିନ୍ଦୀ, ଓଡିଆ, ଏବଂ ଇଂରାଜୀ ଭାଷା ଉଗାଳୁଛନ୍ତି କଥା କହିବା ସମୟରେ।

ତେବେ ଯାହା ଏଠାରେ ଦେଖିବାକୁ ମିଳିଛି ନାୟିକା ଜଣଙ୍କ ଅସଭ୍ୟ ଭାଷାରେ ପୁରୁଷ ବନ୍ଧୁଙ୍କ ସହ କଥାବାର୍ତ୍ତା ହେଉଛନ୍ତି ଏବଂ ମଝିରେ ମଝିରେ ଶୁଣି ନହେଲା ଭଳି ଭାଷା ଅନର୍ଗଳ କହୁଛନ୍ତି। ଏହା ସାଙ୍ଗକୁ ଦୁଇ ଅକ୍ଷରିଆ ଅସଭ୍ୟ ଭାଷା ମଧ୍ୟ କହୁଛନ୍ତି। ନାଲି ପାଣି ପିଇ ନିଜର ହିତାହିତ ଜ୍ଞାନ ଭୁଲି ନିଶାରେ ମସଗୁଲ ହୋଇ ଯାଇଛନ୍ତି ଏହି ନାୟିକା ଜଣଙ୍କ। ଏହା ସହିତ ମଝିରେ ମଝିରେ ବଲିଉଉଡ୍‌ ଗୀତର ତାଳେ ତାଳେ ହାଲ୍‌କା ନାଚ ବି ହେଉଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଓଲିଉଡ୍‌ ନାୟିକାଙ୍କ ଏମିତି ଏକ ଭିଡିଓ କ୍ଲିପ୍‌ ଭାଇରାଲ୍‌ ହୋଇଛି ଯାହା ଏବେ ମୋବାଇଲ୍ ରୁ ମୋବାଇଲ୍‌ କୁ ଘୁରି ବୁଲୁଛି ।

ଆଉ ୧ ମିନିଟ୍‌ ୮ ସେକେଣ୍ଡର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି ଏବଂ ଅଧିକ ମାତ୍ରାରେ ସେୟାର ହେବାରେ ମଧ୍ୟ ଲାଗିଛି।ଆପଣଙ୍କୁ କହି ରଖୁଛୁ ଯେ ଏହି ଭିଡିଓ ରେ ଥିବା ଯୁବତୀ ଜଣଙ୍କ ଜଣେ ଅଭିନେତ୍ରୀ ଅଟନ୍ତି ଏବଂ ଏହି ନବାଗତ ନାୟିକାଙ୍କ ଏକ ୱେବସିରଜ୍‌ ଏକ ଘରୋଇ ଟେଲିଭିଜନ ରେ ପ୍ରସାରିତ ହେଉଛି।ଆଉ ଏହି ୱେବ୍ ସିରିଜ୍ ରେ ସେ ଜଣେ ଚର୍ଚ୍ଚିତ ନାୟିକାଙ୍କ ଭଉଣୀର ଭୂମିକାରେ ନଜର ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।