ଅମ୍ଳାନର ଆଉ ଗୋଟେ କାନ୍ଧ ଚାଲିଗଲା, ଆମେ ତ ଖାଲି ସାନ୍ତ୍ୱନା ଦେବୁ, ହେଲେ ଭଗବାନ ସାହାସ ଦେବେ” ଏନେଇ olywod ପ୍ରଯୋଜକ ଟୁଟୁ ନାୟକ (Tutu Nayak) କଣ କହୁଛନ୍ତି , ଦେଖନ୍ତୁ Video …

ଓଡ଼ିଆ ସିନେ ଜଗତର ଭର୍ସାଟାଇଲ ଆଉ ସ୍ୱର୍ଗତ ମିହିର ଦାସଙ୍କ ପରିବାରକୁ ଲାଗିଛି ଆଉ ଏକ ଶକ୍ତ ଝଟକା।୨୦୨୨ ଜାନୁଆରୀରେ ବାପା ମିହିର ଦାସ ଙ୍କ ପରଲୋକ ରେ ସ୍ତବ୍ଧ ହୋଇ ଯାଇଥିଲା ସାରା ଓଡ଼ିଶା। ମିହିର ଦାସଙ୍କୁ ହରାଇ ଭାଙ୍ଗି ପଡ଼ିଥିଲା ପରିବାର ଏବଂ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରି। ଠିକ ଗୋଟିଏ ବର୍ଷ ପରେ ୨୦୨୩ ଜାନୁଆରୀରେ ପୁଅ ଅକ୍ଲାନ୍ତ ଦାସ ଙ୍କ ପରଲୋକ ରେ ସ୍ତବ୍ଧ ହୋଇ ଯାଇଛି ସାରା ଓଡିଶା।

ତେବେ ଆପଣ ମାନେ ଜାଣିଥିବେ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କ ପରିବାରିକ ଜୀବନରେ ଆସିଛି ଅନେକ ଘାତ ପ୍ରତି ଘାତ। ମିହିର ଦାସଙ୍କ ପରିବାର କହିଲେ ପତ୍ନୀ ଓ ଦୁଇ ପୁଅ ଅମ୍ଳାନ ଓ ଅକ୍ଲାନ୍ତ।ଅମ୍ଲାନ ଏବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ବେଳେ ଅକ୍ଲାନ୍ତ ସିନେମା ନିର୍ଦ୍ଦେଶନା ଓ ଗ୍ରାଫିକ୍ସ ଡିଜାଇନିଂ ପାଠପଢ଼ା ସାରି ସିନେମାରେ କ୍ୟାରିୟର କରିବାକୁ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ତା ପୂର୍ବରୁ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ତାଙ୍କ ପରିବାର, ସମ୍ପର୍କୀୟ ଓ ମିହିର ଦାସଙ୍କୁ ଭଲ ପାଉଥିବା ପ୍ରତିଟି ଫ୍ୟାନଙ୍କୁ ଆଘାତ ଦେଇଛି ।୨୦୧୦ ମସିହାରେ ମିହିର ଦାସ ଙ୍କ ଧର୍ମପତ୍ନୀ ସଙ୍ଗୀତା ଦାସ ଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିଲା। ଆଉ ଏହାପରେ ୨୦୨୨ ମସିହାରେ ଅଭିନେତା ମିହିର ଦାସ ଙ୍କ ପରଲୋକ ହୋଇଥିଲା। ଆଉ ମଙ୍ଗଳବାର ଅକ୍ଲାନ୍ତ ଦାସ ଙ୍କ ପରଲୋକ ହୋଇଛି।ମୃତ୍ୟୁ ବେଳକୁ ଅକ୍ଲାନ୍ତ ଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା।

ତେବେ ଅକ୍ଲାନ୍ତ ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ବଡ ଭାଇ ଅମ୍ଲାନ ଦାସ। ପ୍ରଥମେ ମା କୁ ହରାଇ ଥିଲେ ଅମ୍ଳାନ। ଆଉ ଗତ ବର୍ଷ ବାପା ମିହିର ଦାସ ଆରପାରି କୁ ଚାଲି ଯାଇଥିଲେ। ମା ଓ ବାପା ଙ୍କୁ ହରାଇ ଅମ୍ଲାନ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ପୁଣି ଥରେ ଆଉ ଏକ ଦୁଃଖର ପାହାଡ ଲଦି ହୋଇ ଯାଇଛି ଅମ୍ଳାନ ଙ୍କ ଉପରେ। ଅମ୍ଲାନ ତାଙ୍କ ସାନ ଭାଇ ଅକ୍ଲାନ୍ତଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।ସାନଭାଇର ମୃତ୍ୟୁ ପରେ ଏବେ ପୁରା ଏକା ହୋଇ ଯାଇଛନ୍ତି ଅଭିନେତା ଅମ୍ଳାନ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବାପାଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଥିଲେ ଅକ୍ଲାନ୍ତ ଦାସ ଏହା ସହିତ ଅକ୍ଲାନ୍ତ ବାପାଙ୍କ ମୃତ୍ୟୁ ପରେ ଡିପ୍ରେଶନ ଭିତରେ ଦିନ କାଟୁଥିଲେ। ଆଉ ଯେଉଁ କାରଣରୁ ଅକ୍ଲାନ୍ତ ସବୁ ସମୟରେ ନିଶା ରେ ବୁଡ଼ି ରହୁଥିଲେ। ପରେ ଲିଭର ସଂକ୍ରମଣ ଓ ଛାତି ରୋଗରେ ପୀଡ଼ିତ ଅକ୍ଲାନ୍ତ ପ୍ରାୟ ମାସେ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ। ତେବେ ମଙ୍ଗଳ ବାର ମାତ୍ର ୨୬ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ଅକ୍ଲାନ୍ତ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment