Odisha News Portal

ନିଜ ସ୍ତ୍ରୀର ଏହି ଗୋଟିଏ ଭୁଲ ପାଇଁ, ଘରେ ସବୁ ବେଳେ ଅଭାବ ଲାଗି ରହିଥାଏ

ବିବାହ ପରେ ପ୍ରତ୍ୟେକ ମହିଳା ଗୋଡ ରେ ମୁଦି ପିନ୍ଧିଥାନ୍ତି , କିନ୍ତୁ ସେମାନେ ଜାଣି ନଥାନ୍ତି କି ଗୋଡ ମୁଦିକୁ ଭୁଲ ଭାବରେ ପିନ୍ଧିବା ଦ୍ୱାରା କିମ୍ୱା ଏହାର ଭୁଲ ବ୍ୟବହାର ଦ୍ୱାରା ସ୍ୱାମୀଙ୍କ ନିକଟକୁ ମାଡି ଆସିଥାଏ ବିପଦ । ଏଥିସହ ଘରେ ଛୋଟ ଛୋଟ କଥାରେ କଳିଝଗଡା ଲାଗିଥାଏ ଏବଂ ଋଣରେ ସର୍ବଦା ବୁଡି ରୁହନ୍ତି ସ୍ୱାମୀ ମାନେ । ତେବେ ଆସନ୍ତୁ ଜାଣିବା ଗୋଡ ମୁଦି ପିନ୍ଧିବାର ସଠିକ୍ ଉପାୟ ବିଷୟରେ ।

ଜଣେ ବିବାହିତ ନାରୀକୁ ଷୋଳ ସିଙ୍ଗାର ମଧ୍ୟରେ ଗୋଡ ମୁଦି ପିନ୍ଧିବା ଆବଶ୍ୟକ ଅଟେ । ଗୋଡ ମୁଦି ଜଣେ ମହିଳାର ଗର୍ଭାଶୟକୁ ନିୟନ୍ତ୍ରଣ କରିବା ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ମନକୁ ଶାନ୍ତ ରଖିଥାଏ , ତେଣୁ ପ୍ରତ୍ୟେକ ମହିଳା ଗୋଡରେ ଗୋଡ ମୁଦି ପିନ୍ଧିବା ଉଚିତ । କିନ୍ତୁ ଏହା ସହ ଧ୍ୟାନ ରଖିବେକି ଗୋଡ ମୁଦି ଭୁଲ ଭାବରେ ନ ପିନ୍ଧନ୍ତି ।

1. ଗୋଡ ମୁଦି ଢିଲା ପିନ୍ଧନ୍ତୁ ନାହିଁ :-

କେବେହେଲେ ଗୋଡ ମୁଦି ଢିଲା ଭାବରେ ପିନ୍ଧନ୍ତୁ ନାହିଁ , କିଛି ପରିମାଣରେ ଢିଲା ହେଲେ ଚଳିବ । କିନ୍ତୁ ଏପରି ପିନ୍ଧିବେ ନାହିଁ , ଯେପରି ଆଙ୍ଗୁଳିରୁ ବାହାରି ପଡୁଥିବ , ଗୋଡ ମୁଦି ଯଦି ଗୋଡରୁ ବାହାରିଯାଏ ତେବେ ଅଶୁଭ ହୋଇଥାଏ । ଏହା ଦ୍ୱାରା ସ୍ୱାମୀ ଙ୍କ ଉପରେ ବିପଦ ଆସିବା ସହ ସେ ସବୁବେଳେ ଧାର କରଜରେ ବୁଡି ରହିଥାନ୍ତି । ଏହାଛଡା ଆର୍ଥିକ ସ୍ଥିତି ଭଲ ରହି ନଥାଏ ।

2. ଗୋଡରେ ପିନ୍ଧିଥିବା ମୁଦି କୁ ଅନ୍ୟକୁ ଦିଅନ୍ତୁ ନାହିଁ :-

କେବେହେଲେ ନିଜ ଗୋଡରେ ପିନ୍ଧିଥିବା ମୁଦିକୁ ଅନ୍ୟ ଜଣଙ୍କୁ ଦିଅନ୍ତୁ ନାହିଁ , ଏହା ସବୁଠାରୁ ବଡ ଭୁଲ ହୋଇଥାଏ । ତେଣୁ ଏପରି କରନ୍ତୁ ନାହିଁ , ଏପରି କରିବା ଦ୍ୱାରା ଅସମୟରେ ରୋଗ ଏବଂ ଦୁଃଖ ଆସିଥାଏ । ଜଣକ ପରେ ଅନ୍ୟ ଜଣକ ଦେହ ଖରାପ ହୋଇଥାଏ , ଛୋଟ ଛୋଟ କଥାରେ ମନଉଣା ହେବା ସହ ଝଗଡା ମଧ୍ୟ ହୋଇଥାଏ ।

3. ତମ୍ୱାର ଗୋଡ ମୁଦି ପିନ୍ଦନ୍ତୁ ନାହିଁ :-

ତମ୍ୱାର ଗୋଡ ମୁଦି କେବେହେଲେ ପିନ୍ଧନ୍ତୁ ନାହିଁ , ତମ୍ୱାର ଗୋଡ ମୁଦି ପିନ୍ଧିବା ଦ୍ୱାରା ପିଲା ହେବା ସମୟରେ ଅସୁବିଧା ହୋଇଥାଏ । ଯଦି ଗୋଡ ମୁଦି ଫାଟିଯାଏ ତେବେ ସେହିପରି ଭାବେ ଆଉ ପିନ୍ଧିବେ ନାହିଁ । କିନ୍ତୁ ଏମିତି କିଛି ମହିଳା ମାନେ ଅଛନ୍ତି , ଯେଉଁମାନେ ଫାଟିଯାଇଥିବା ମୁଦିକୁ ପୁଣିଥରେ ପିନ୍ଧି ଦେଇଥାନ୍ତି । ଏପରି କରିବା ଠିକ୍ ନୁହେଁ , ଏଥିସହ ଧ୍ୟାନ ଦେବେ କି ତମ୍ୱାର କୌଣସି ଜିନିଷ ପିନ୍ଧିବା ଉଚିତ୍ ନୁହେଁ । ତମ୍ୱାର କୌଣସି ଜିନିଷ ପିନ୍ଧିଲେ ଏହା ଶରୀର ଉପରେ ପ୍ରଭାବ ପକାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।