ଆଜିର ଯୁବ ପିଢୀ ମାନେ ନିଜର ବିବାହ କୁ ନେଇ ବହୁତ ଏକ୍ସସାଇଟେଡ୍ ରହିଥାନ୍ତି , କାରଣ ସେମାନଙ୍କ ମନରେ ଗୋଟିଏ କଥା ଚାଲିଥାଏ ସେମାନଙ୍କ ବିବାହ ଆରେଞ୍ଜ ମ୍ୟାରେଜ ନା ଲଭମ୍ୟାରେଜ ହେବ । କାହିଁକି ନା କେହିଁ କେହିଁ ଆରେଞ୍ଜ ମ୍ୟାରେଜ କୁ ପସନ୍ଦ କରୁଥିବେ ବେଳେ ଆଉ କେହିଁ କେହିଁ ଲଭ ମ୍ୟାରେଜ କରିବାକୁ ପସନ୍ଦ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ତାରିଖରୁ ହିଁ ଜଣା ପଡିଥାଏ ସେ କିପରି ବିବାହ କରିବାକୁ ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପ୍ରଣାଳୀ ବିଷୟରେ ଜଣେଇବି , ଯାହା ଦ୍ୱାରା ଆପଣ ମାନେ ଜାଣିପାରିବେ ଆପଣଙ୍କ ବିବାହର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।
1. ଯେଉଁ ବ୍ୟକ୍ତି ମାନଙ୍କର କୌଣସି ବି ମାସର 1, 10, 19 ଓ 28 ତାରିଖରେ ଜନ୍ମ ହୋଇଥାନ୍ତି , ଏମାନଙ୍କ ମୂଲ୍ୟାଙ୍କ 1 ଧରା ଯାଇଥାଏ । ଏହି ବ୍ୟକ୍ତି ମାନେ ବହୁ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ଲାଜୁଆ ସ୍ୱଭାବର ହୋଇଥାନ୍ତି । ଯେଉଁଥିପାଇଁ ଏମାନେ ପ୍ରେମରେ ଅସଫଳ ହୋଇଥାନ୍ତି ଏବଂ ଆରେଞ୍ଜ ମ୍ୟାରେଜ ହିଁ କରିଥାନ୍ତି ।
2. ଯେଉଁ ବ୍ୟକ୍ତି ମାନଙ୍କର କୌଣସି ବି ମାସର 2, 11, 20 , 29 ତାରିଖରେ ହୋଇଥାଏ , ସେମାନଙ୍କ ମୂଲ୍ୟାଙ୍କ 2 ଅଟେ । ଏମାନେ ଧୀରେ ଧୀରେ ପ୍ରେମ କରିଥାନ୍ତି ଏବଂ ପ୍ରେମ ମାମଲାରେ ଟିକିଏ ଇମୋସ୍ନାଲ ହୋଇଯାଆନ୍ତି । ଶେଷରେ ଏମାନେ ପ୍ରେମ ବିବାହ କରିଥାନ୍ତି ।
3. ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ କୌଣସି ବି ମାସର 3, 12, 21 ଓ 30 ତାରିଖରେ ହୋଇଥାଏ ଏମାନଙ୍କର ମୂଲ୍ୟାଙ୍କ 3 ଅଟେ । ଏହି ବ୍ୟକ୍ତି ମାନଙ୍କର ପ୍ରେମ ଜୀବନ ବା ପ୍ରେମ ବିବାହରେ ସଫଳ ହୋଇଥାନ୍ତି ।
4. ଯେଉଁ ବ୍ୟକ୍ତିଙ୍କର କୌଣସି ବି ମାସର 4, 13, 21, 31 ତାରିଖୟରେ ଜନ୍ମ ହୋଇଥାନ୍ତି , ତାଙ୍କର ମୂଲ୍ୟାଙ୍କ 4 ଅଟେ । ମୂଲ୍ୟାଙ୍କ 4 ଥିବା ବ୍ୟକ୍ତି ମାନଙ୍କର ପ୍ରେମ ବିବାହ ଖୁବ୍ କମ ସମ୍ଭାବନା ଥାଏ ,କାରଣ ଏମାନେ ବହୁତ ଜଣକୁ ପ୍ରେମ କରିଥାନ୍ତି । ଏହି କାରଣରୁ ଏମାନଙ୍କର ପ୍ରେମର ଗଭୀରତା ନଥାଏ ।
5. ଯେଉଁ ମାନଙ୍କର ଜନ୍ମ କୌଣସି ବି ମାସର 5 ,14, 23 ତାରିଖରେ ହୋଇଥାଏ , ଏମାନଙ୍କର ମୂଲ୍ୟାଙ୍କ 5 ଅଟେ । ପରିବାରର ସହମତି ରେ ଏମାନେ ବିବାହ କରିବାକୁ ପସନ୍ଦ କରିଥାନ୍ତି ତେଣୁ ଏମାନଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।
6. ଯେଉଁମାନେ କୌଣସି ମାସର 6, 15 , 24 ତାରିଖରେ ଜନ୍ମ ହୋଇଥାନ୍ତି , ତାଙ୍କର ମୂଲ୍ୟାଙ୍କ 6 ହୋଇଥାଏ । ଏମାନେ ବହୁତ ଜଣଙ୍କୁ ପ୍ରେମ କରିଥାନ୍ତି କିନ୍ତୁ ପରିଶେଷରେ ଠିକ୍ ଲୋକଙ୍କୁ ପାଇ ପାରନ୍ତି ନାହିଁ ।
7. ମାସର 8,17, 26 ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ 8 ଅଟେ। ଏହି ଲୋକମାନେ ବହୁତ କମ ପ୍ରେମ କରନ୍ତି ମାତ୍ର ପ୍ରେମ ରେ ସଫଳ ହୁଅନ୍ତି ।
8. ଯେଉଁ ମାନଙ୍କର ଜନ୍ମ 9, 16, 27 ରେ ହୋଇଥାଏ ଏମାନଙ୍କ ମୂଲ୍ୟାଙ୍କ 9 ଅଟେ । ଏମାନଙ୍କର ବୌବାହିକ ଜୀବନ ସଫଳ ହୋଇଥାଏ ଏବଂ ଏମାନେ ବିବାଦ ଠାରୁ ସର୍ବଦା ଦୂରେଇ ରହିଥାନ୍ତି । ଖୁବ୍ କମ ଲୋକ ପ୍ରେମ ବିବାହ କରନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।