ନିଜ ଛୋଟ ପିଲାଙ୍କୁ ଜଗନ୍ତୁ ନହେଲେ ଏହିପରି ନେଇଯିବ ଛୁଆ ଚୋରଣୀ…ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳୁଛି। ମାଡ଼ପିଟ, ଡକାୟତ ଓ ଚୋରି ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି।ସମାଜରେ ମନୁଷ୍ୟ ମାନେ ସମୟ ସୁବିଧା ଦେଖି ଚୋରି ଓ ଡକାୟତ କରିବା ପାଇଁ ପଛାଉ ନାହାନ୍ତି। ମାତ୍ର କେତେଟା ଟଙ୍କା ପାଇଁ ସେମାନେ ଏଭଳି କାର୍ଯ୍ୟ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଜଣେ ମହିଳା ଗୋଟେ ଛୋଟ ପିଲାକୁ ନେଇ ପଳାଇ ଯାଉଥିଲା। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ସେହି ବିଷୟରେ ଜାଣିବା;

ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆ ପାଳ ଅନ୍ତର୍ଗତ ବାଲିକୁଦୀ ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଗାଁ ର ଜିତାନ୍ସୁ ଶେଖର ପାତ୍ର ନାମକ ଜଣେ ଯୁବକଙ୍କର ଜିଜ୍ଞାନ ନାମକ ଜଣେ ଶିଶୁ ପୁତ୍ର ଯାହାର ବୟସ ମାତ୍ର ପନ୍ଦର ମାସ ଅଟେ। ସେହି ଛୋଟ ଛୁଆଟି ସକାଳେ ଘର ନିକଟରେ ଖେଳୁ ଥିଲା। ସେହି ସମୟରେ ଜଣେ ଅଚିହ୍ନା ମହିଳା ଜଣଙ୍କ ଆସି ସେହି ଛୁଆଟିକୁ ଜୋର ଜବରଦସ୍ତ କରି ଘରଠୁ ବହୁ ଦୂରକୁ ନେଇ ଯାଇଥିଲେ।

ପିଲାଟିକୁ ନଦେଖି ପରିବାର ଲୋକ ମାନେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡି ଥିଲେ। ଏହା ପରେ ତାକୁ ଖୋଜା ଖୋଜି ଆରମ୍ଭ କରି ଦେଇଥିଲେ, ବହୁ ସମୟ ଧରି ଖୋଜିବା ସ୍ୱତେ ମଧ୍ୟ ପିଲାଟିକୁ ପାଇ ନଥିଲେ। ଅନ୍ୟପଟେ ମହିଳା ଜଣଙ୍କ ଗାଁ ଠାରୁ ୧ କିଲୋ ମିଟର ଦୂରକୁ ପିଲାଟିକୁ ଦୌଡ଼ି ଦୌଡ଼ି ନେଇ ଯାଇଥିଲେ। ସେ ନେବା ସମୟରେ କିଛି ଲୋକ ମାନେ ତାକୁ ଦେଖି ଦେଇଥିଲେ ଓ ଏଥି ସହିତ ପିଲାଟି କାନ୍ଦୁ ଥିବାର ମଧ୍ୟ ଶୁଣା ଯାଇ ଥିଲା। ଲୋକ ମାନେ ସନ୍ଦେହ କରି ମହିଳାଙ୍କୁ ଅଟକାଇ ଦେଇଥିଲେ। ସେହି ଲୋକ ମାନେ ପିଲାଟି କାହିଁକି କାନ୍ଦୁଛି ବୋଲି ପଚାରିବାରୁ ସେ କିଛି ଉତ୍ତର କହି ନଥିଲେ।

ଏହା ପରେ ସେହି ଲୋକ ମାନେ ମହିଳାଙ୍କ ଠାରୁ ପିଲାଟିକୁ ନେଇ ଆସି ଥିଲେ। ଏହା ପରେ ନିକଟସ୍ଥ ସବୁ ଗାଁ କୁ ଖବର ଦେଇଥିଲେ। ପିଲାର ଘର ଲୋକ ମାନେ ଖବର ପାଇ ପହଁଚିବା ପରେ, ପିଲାର ମାଆ ଆସି ପିଲାଟିକୁ ଚିନ୍ହି ଘରକୁ ନେଇଥିଲେ। ଏହା ପରେ ଗାଁ ଲୋକ ମାନେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ଖୁବ ଜୋରରେ ମାଡ଼ ମାରିଥିଲେ। ଏହା ପରେ ପୋଲିସ ନିକଟକୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ଆସି ପହଁଛି, ମହିଳାଙ୍କୁ ପଚାରି ଥିଲେ ଯେ, ପିଲାଟିକୁ କୁଆଡେ ନେଉଥିଲା ଓ ସେ ବୁଲେଇବା ପାଇଁ ନେଇଥିଲା ପୁଣି ଆଣି ଛାଡି ଦେଇ ଥାଆନ୍ତା ବୋଲି କହୁଥିଲା। ପୋଲିସ ଏହା ପରେ ମହିଳାଙ୍କୁ ଥାନାକୁ ନେଇ ପଚରା ଉଚରା ଜାରି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।