ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନୀତି,ଅତ୍ୟାଚାର ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ମାଡ଼ପିଟ, ହତ୍ୟା ଓ ଆକ୍ରମଣ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଜୀବନରି ମାରି ଦେବା ପାଇଁ ମଧ୍ୟ ପଛାଉ ନାହାଁନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ନିଜ ଭାଉଜକୁ ଦିଅର ହତ୍ୟା କରିଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;
ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ଖପରା ଖୋଲ ବ୍ଲକ ଲାଥୁର ଥାନା ନିକଟସ୍ଥ ସାହଜ ପାଣି ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଗାଁ ର କ୍ଷୀର ମେହେର ନାମକ ଜଣେ ଯୁବକ ସେ ସୂର୍ଯ୍ୟ କାନ୍ତି ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ମହିଳାଙ୍କ ସ୍ୱାମୀ ଘରେ ନଥିବା ସମୟରେ ମହିଳାଙ୍କ ଦିଅର ତାଙ୍କ ଉପରେ ଛୁରୀ ଭୂଶି ହତ୍ୟା କରିଥିଲା। ଏହି ଘଟଣାକୁ ଦେଖି ମହିଳାଙ୍କ ପରିବାର ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭିତ ମଧ୍ୟ ହୋଇ ଯାଇ ଥିଲେ।
ତେବେ ଏହି ଘଟଣାକୁ ନେଇ ପରିବାର ଲୋକ ମାନେ ମହିଳାଙ୍କ ସ୍ୱାମୀଙ୍କୁ ଫୋନ କରି ଏହି ବାବଦରେ ସବୁ ଜଣାଇ ଥିଲେ। ମହିଳାଙ୍କ ସ୍ୱାମୀ ଏହି ଖବର ପାଇ ବହୁତ ବ୍ୟସ୍ତ ବିବ୍ରତ ହୋଇ ବାହାରୁ ଚାଲି ଆସି ଥିଲେ। ତେବେ ଏହା ପରେ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକ ମାନେ ସଙ୍ଗେ ସଙ୍ଗେ ମହିଳାଙ୍କୁ ନେଇ ପଟଣାଗଡ଼ ମେଡିକାଲକୁ ନେଇ ଯାଉ ଥିଲେ, ତାଙ୍କୁ ନେବା ବାଟରେ ମହିଳାଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ପରିବାର ଲୋକ ମାନେ ଏହି ଘଟଣାକୁ ନେଇ ଥାନାରେ ଦିଅର ନାଁ ରେ ଅଭିଯୋଗ କରିଥିଲେ।
ତେବେ ପୋଲିସ ଏହି ଖବର ପାଇ ଦିଅରକୁ ଖୋଜା ଖୋଜି ଆରମ୍ଭ କରିଥିଲେ କିନ୍ତୁ ସେ ଏହି ଘଟଣା ପରେ କୁଆଡେ ଫେରାର ହୋଇ ଯାଇଛନ୍ତି। ପୋଲିସ ମୃତ ଶବର ବ୍ୟବିଚ୍ଛେଦ ପାଇଁ ମେଡିକାଲ ପଠାଇ ଦେଇଛନ୍ତି। ତେବେ ମହିଳାଙ୍କ ଦିଅର ଜଣଙ୍କ ଏଭଳି ହତ୍ୟା କରିବା ପଛରେ କଣ କାରଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ପୋଲିସ ଏହି ଘଟଣାର ଖୁବ ଶୀଘ୍ର ତଦନ୍ତ କରି ଦୋଷୀକୁ ଗିରଫ କରି କଠୋରରୁ କଠୋର ଦଣ୍ଡ ଦିଆଯାଉ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।