ରାଜ ରାଜେଶ୍ ଜଣେ ଓଡିଆ କଥାଚିତ୍ର ଅଭିନେତା। ଏକ ରିୟାଲିଟି ଶୋରୁ ନିଜର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ରାଜ ରାଜେଶ୍। ଏହା ପରେ ଓଡିଆ କଥାଚିତ୍ରରେ ପ୍ରଥମ ଥର ପାଇଁ ନାୟକ ଭାବେ ନଜର ଆସିଥିଲେ ରାଜ ରାଜେଶ୍। ଆଉ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଥିଲେ। ଏହାପରେ ଓଡିଆ ମେଗା ଧାରାବାହିକ “ତୋ ଅଗଣା ତୁଳସୀ ମୁଁ” ରେ ନେଗେଟିଭ୍ ଚରିତ୍ରରେ ଦେଖିବା ପାଇଁ ମିଳିଥିଲା। ଏହାର କିଛି ଦିନ ପରେ ରାଜ ରାଜେଶ୍ ଏହି ମେଗା ଧାରାବାହିକକୁ ଛାଡ଼ି ଦେଇଥିଲେ।
ଏହାପରେ ତରଙ୍ଗ ଟିଭିର ମେଗା ଧାରାବାହିକ “ସାବିତ୍ରୀ”ରେ ମୁଖ୍ୟ ନାୟକ ଭାବେ ନଜର ଆସିଥିଲେ ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଆଉ ଖୁବ୍ ଅଳ୍ପ ଦିନ ପରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ। ତେବେ ବର୍ତ୍ତମାନ ସମୟରେ ରାଜ ରାଜେଶ୍ ସିଦ୍ଧାର୍ଥ ଟିଭିର ମେଗା ଧାରାବାହିକ “ଅପରାଜିତା” ରେ ମୁଖ୍ୟ ନାୟକ ଦିଗବିଜୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ସହିତ ରାଜ ରାଜେଶ୍ ଙ୍କୁ ଅନେକ ସିନେମା ୱେବ୍ ସିରିଜ୍ ଏବଂ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି।
ତେବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ରାଜ ରାଜେଶ୍ ଖୁବ୍ ଚର୍ଚ୍ଚିତ। ତେବେ ଆପଣ ମାନେ ଜାଣିଥିବେ କି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଓ ରାଜ ରାଜେଶଙ୍କ ପ୍ରେମ ସମ୍ପର୍କ ବାବଦରେ। ଫ୍ୟାନସ୍ ମାନେ ଏହି ଯୋଡ଼ିକୁ କାଫି ପସନ୍ଦ କରୁଥିଲେ। ଏହି ଯୋଡ଼ି ମଧ୍ୟ ବିବାହ କରିବାର ନିଷ୍ପତି ନେଇଥିଲେ। ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। କିନ୍ତୁ ଏମିତି ଏକ ସମୟ ଆସିଥିଲା ଯେଉଁଥି ପାଇଁ ଉଭୟଙ୍କ ବ୍ରେକଅଫ ହୋଇ ଯାଇଥିଲା ଆଉ ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲା। ଯାହାକୁ ନେଇ ପ୍ରଶଂସକ ମାନଙ୍କ ଭିତରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା। ଆଉ କିଛି ପ୍ରଶଂସକ ଏଥିପାଇଁ ରାଜ ରାଜେଶଙ୍କୁ ହିଁ ଦାୟୀ କରିଥିଲେ। ତେବେ ନିଜ ବ୍ରେକଅଫକୁ ନେଇ ମୁଁହ ଖୋଲିଛନ୍ତି ଅଭିନେତା ରାଜ ରାଜେଶ୍।
ସେ କହିଛନ୍ତି କି ଯେହେତୁ ତାଙ୍କର ଏଥିରେ କିଛି ଭୁଲ ନାହିଁ ସେ କିଛି ସଫେଇ ଦେବା ପାଇଁ ଚାହୁଁ ନାହାଁନ୍ତି। ଏଥିରେ ତାଙ୍କର କିଛି ବି ଭୁଲ ନଥିଲା।ସମୟ କହିବ ସତଟା କଣ ଆଉ ଭୁଲ କାହାର ରହିଛି।ରାଜ ରାଜେଶ୍ କହିଛନ୍ତି କି ଡିଭୋର୍ଶ ହେବା ଅପେକ୍ଷା ବ୍ରେକଅଫ୍ ହେବା ଟା ଖୁବ୍ ଭଲ। ଏକଥା ମଧ୍ୟ ସେ କହିଛନ୍ତି କି ଯଦି ଆମେ କିଛି ଭୁଲ କରିଛୁ ତେବେ ତାର ଶାସ୍ତି ଆମକୁ ମିଳିବା ଦରକାର୍। ଆମ ଭୁଲ୍ ପାଇଁ ଆମ ବାପା ମା ଆଉ ପରିବାର ଲୋକେ କେବେ ହଇରାଣ ହେବା ଉଚିତ୍ ନୁହେଁ। ତେଣୁ ସେ ତାଙ୍କ ପରିବାରର ଭଲ ପାଇଁ ଆଉ ନିଜର ସେଲ୍ଫ ରେଷ୍ପେକ୍ଟ ପାଇଁ ଏଭଳି ଏକ ନିଷ୍ପତି ନେଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।