Odisha News Portal

ନିଆରା ବାହାଘର କାର୍ଡ଼, ଡିଜିଟାଲ ଯୁଗରେ ଏମିତି ଉପହାର ଦେବାକୁ ଅନୁରୋଧ ! ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ…..

ଟେକ୍ନୋଲୋଜି ବଦଳୁଛି ତା ସହିତ ବଦଳି ଚାଲିଛି ଆମର ପରମ୍ପରା । ବିବାହ , ବ୍ରତଘର , ଜନ୍ମଦିନ ଯାହା ମଧ୍ୟ ଉତ୍ସବ ହେଉ ଆପଣଙ୍କର ପାଖରେ ନିମନ୍ତ୍ରଣ କାର୍ଡ ପହଞ୍ଚିବାଟି ଥୟ । ଏବେ କେହି ହେଲେ ମଧ୍ୟ ଭାବିନଥିବେ କି ଆପଣଙ୍କର ପାଖରେ ପହଞ୍ଚିବ ଏପରି ଭାବରେ ନିମନ୍ତ୍ରଣ କାର୍ଡ । ସମୟ ସହ ନିମନ୍ତ୍ରଣ କାର୍ଡରେ ମଧ୍ୟ ଆସିଯାଇଛି ପରିବର୍ତ୍ତନ । କରୋନା ପାଇଁ ସବୁ କିଛି ବଦଳିଯାଇଥିଲା , କାର୍ଡ ପହଞ୍ଚିଲା ଆପଣ ଯାଇପାରିଲେନି କି ବାହାଘର ମଧ୍ୟ ହୋଇଗଲା ଦେଇ ପାରିଲେ ନାହିଁ ଉପହାର । ଉପହାର ଦେଇ ପାରିଲେ ନାହିଁ ବୋଲି ଆପଣ ମାନେ ମଧ୍ୟ ନିରାଶ ହୋଇଥିବେ ।

ସମୟ ମଣିଷକୁ ବଦଳିବା ପାଇଁ ବାଧ୍ୟ କରିଦେଇଛି । ନିମନ୍ତ୍ରଣ କାର୍ଡ ଦେବାର ପରମ୍ପରା ତ ନିଶ୍ଚିତ ଲାଗିଛି ହେଲେ ନୂଆ ଧରଣର କାର୍ଡ ଏବେ ଚର୍ଚ୍ଚାକୁ ଆସିଛି । ଆଗକୁ ଆପଣଙ୍କୁ ନିଜର ବନ୍ଧୁଙ୍କ ତରଫରୁ ଆସିପାରେ ଏପରି କ୍ୟୁଆର କୋର୍ଡ ଥିବା କାର୍ଡ । ଆପଣ ମାନେ ଏବେ ଯେଉଁଠିକୁ ଗଲେ ମଧ୍ୟ ସେଠାରେ କ୍ୟୁଆର କୋର୍ଡ ତ ନିଶ୍ଚୟ ଖୋଜୁଛନ୍ତି ।

ଆଜିକାଲି ନିମନ୍ତ୍ରଣ କାର୍ଡରେ ସଠିକ ଲୋକେସନ ପାଇଁ ମୁକୁଲ କ୍ୟୁଆର କୋର୍ଡ ରଖାଯାଉଛି । ତା ସହିତ ଫୋନ ପେ , ଗୁଗୁଲ ପେର କ୍ୟୁଆର କୋର୍ଡ ମଧ୍ୟ ରଖାଯାଉଛି । ଗୋଟିଏ ଭୋଜିକୁ ପ୍ରାୟତଃ ସବୁଆଡୁ ଲୋକମାନେ ଆସନ୍ତି . ଏପରିକି ରାଜ୍ୟ ଏବଂ ଦେଶ ବାହାରୁ ମଧ୍ୟ ଲୋକମାନେ ଏକାଠି ହୁଅନ୍ତି ।

ଏଭଲି ସ୍ଥାନରେ ଆପଣ କାହାକୁ ଛୁଇଁବେ ଏବଂ କାହାକୁ ନଛୁଇଁବେ , କେତେ ଲୋକଙ୍କ ଠାରୁ ଆପଣ ଦୂରେଇ ରହିବେ । ସବୁଠୁ ବଡ କଥା ଯାହାର ବିବାହ ହୁଏ ତାହାକୁ ଆର୍ଶିବାଦ ହେବା ପାଇଁ ବଡ ମାନେ ପାଖକୁ ଯିବାଟି ଥୟ ।

ତେବେ ଆମ ଦେଶରେ ବିବାହ କେମିତି ହୁଏ ତାହା କାହାକୁ ଅଛପା ନାହିଁ । ଏ ସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ କ୍ୟୁଆର କୋର୍ଡ ଦେବା ବୁଦ୍ଧିମାନର କାମ ଅଟେ । ଆପଣ ମାନେ ସିଧା ବରକନ୍ୟାଙ୍କ ଆକାଉଣ୍ଟକୁ କ୍ୟୁଆର କୋର୍ଡ ଦ୍ୱାରା ଅର୍ଥ ପଠାଇପାରିବେ ।

 ଆମେ ମଣିଷ ସମୟ ସହ ସବୁ ପରିସ୍ଥିତିରେ ଖାପ ଖୁଆଇ ରହିଥାଉ , ତେଣୁ କରୋନା ଯେଉଁ ଶିକ୍ଷା ଦେଇଛି ତାହାକୁ ନେଇ ନିମନ୍ତ୍ରଣ କାର୍ଡର ଏହି ନିୟମ ବଦଳିଯାଇଛି । ଆଜିକାଲି ନିମନ୍ତ୍ରଣ କାର୍ଡରେ କ୍ୟୁଆର କୋର୍ଡ ବୁଦ୍ଧିମାନର କାମ ହୋଇଛି । ଆପଣଙ୍କର ପାଖରେ ଯଦି ଏପରି ପୂର୍ବରୁ ପହଞ୍ଚିସାରିଛି ତେବେ ତାହା ବହୁତ ଭଲ ଏବଂ ଯଦି ନିଜର ବିବାହରେ ଏପରି କାର୍ଡ ବନେଇ ନାହାନ୍ତି ତେବେ ନିଶ୍ଚିତ ରୂପରେ ତାହା କରିଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।