ଆଶ୍ଚର୍ଯ୍ୟକର ଘଟଣା ମହିଳା ! ନିଜ ପିନ୍ଧା ଲୁଗାରେ ରାସ୍ତା କଡରେ ସ୍ବାମିର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ ! ଏହି ଘଟଣାର ମୂଳ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

ଘରୋଇ କଳହ ଏବେ ଘରେ ନୁହେଁ ରାସ୍ତାକୁ ଆସିଗଲାଣି । ଏବଂ ଏହାର ଶେଷ କେବଳ ମୃତ୍ୟୁ । ଉତ୍ତର ପ୍ରଦେଶର ବୁନ୍ଦେଲ ଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁ କଥାକୁ ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ଅଣ୍ଡେଲା ଗ୍ରାମରେ ଜଣେ ମହିଳା ନିଜ ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କରିଛନ୍ତି । ଆଉ ଏ ସବୁ ଦୃଶ୍ୟ ଘଟୁଥିଲା ଦୁଇ ଜଣ ପିଲା ମାନଙ୍କ ସାମ୍ନାରେ । ମା ବାପାଙ୍କୁ ମାରି ମାରି ଶେଷରେ ମାରିଦେଲେ । ପୋଲିସ ମହିଳାଙ୍କୁ ଗିରଫ କରିନେଇଛି ମୃତ ଦେହ ବିବେଚ୍ଛେଦ ପାଇଁ ପଠାଇଥିବା ବେଳେ ପୋଲିସ ମହିଳାଙ୍କୁ ଘଟଣା ବାବଦରେ ପଚାରା ଉଚୁରା କରିଛି ।

ତେବେ ମହିଲା ଜଣକ ଏହି ବାବଦରେ ନିଜର ମତ ପ୍ରକାଶ କରିଛନ୍ତି । ସ୍ୱାମୀଙ୍କୁ ହତ୍ୟା ପାଖରେ ପାଖରେ ବସି ରହିଥିଲେ ସ୍ତ୍ରୀ । ଘଟଣା ପରେ ମହିଳା ଜଣକ ସେଠାରୁ ଖସି ପଲେଇ ଆସିବା ପାଇଁ ଚେଷ୍ଟା ମଧ୍ୟ କରିନଥିଲେ ବରଂ ନିଜର ଦୁଇ ପିସାଙ୍କ ସହ ଘଟଣା ସ୍ଥଳରେ ବସି ରହିଥିଲେ ।

ପୋଲିସ ଆସିବା ପର୍ଯ୍ୟନ୍ତ ସେ ସେଠାରେ ବସି ରହିଥିଲେ । ଖବର ପାଇଁ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସର ସୂଚନା ମୁତାବକ ମହିଳା ଜଣକ କହିଛନ୍ତି କି ତାଙ୍କର ସ୍ୱାମୀ ତାଙ୍କୁ ବର୍ଷ ବର୍ଷ ଧରି ହଇରାଣ କରି ଆସୁଥିଲେ । ଆଜି ରାସ୍ତା ଉପରେ ମଧ୍ୟ ମାରପିଟ ଆରମ୍ଭ କରି ଦେଇଥିଲେ । ଅସହ୍ୟ ହେବାରୁ ସେ ତାଙ୍କୁ ଜୀବନରୁ ମାରି ଦେଇଥିଲେ ।

ବାପାଙ୍କ ମର୍ଡର ଦେଖୁଥିଲେ ପିଲା , ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ ଅଣ୍ଡେଲା ଗ୍ରାମର 30 ବର୍ଷୀୟ ଦେବ ସିଂ ରାଜକୁମାରୀଙ୍କ ସହିତ ସକାଳ 10 ଟାରେ କେଉଁଠାକୁ ବୁଲିବା ପାଇଁ ବାହାରିଥିଲେ । ମାତ୍ର ଯିବା ବାଟରେ ହିଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଏତେ ମାତ୍ରାରେ ବଢି ଯାଇଥିଲା କି ବସରେ ଯାଉଥିବା ସମୟରେ ତାଙ୍କର ଝଗଡାରେ ବିରକ୍ତ ହୋଇ ବସ ବାଲା ତାଙ୍କ ଛୁଆ ପିଲା ସହ ସେମାନଙ୍କୁ ବସରୁ ଓ୍ୱହ୍ଲାଇ ଦେଇଥିଲା ।

 

 ଏହା ପରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଝଗଡା କମିଲା ନାହିଁ । ମହିଳା ଜଣକ ସ୍ୱାମୀ ରାସ୍ତା ଉପରେ ତଳେ ପକାଇ ମାଡ ମାରିବା ଆରମ୍ଭ କରିଦେଇଥିଲେ । ଏହା ଦ୍ୱାରା ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହା ପରେ ମହିଳା ଜଣକ ନିଜର ପିନ୍ଧା ଶାଢୀରେ ସ୍ୱାମୀଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ ।

ହତ୍ୟା କରି ସାରିବା ପରେ ମୃତ ଦେହ ପାଖରେ ସ୍ତ୍ରୀ ଛିଡା ହୋଇଥିବା ବେଳେ ଛୁଆଁ ଦୁଇଟି ସମସ୍ତ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ । ତେବେ ପୋଲିସ ଆସିକରି ଏହାର ତଦନ୍ତ କରୁଅଛି ଏବଂ ମହିଲା ଜଣକୁ ସମସ୍ତ ଘଟଣା ବାବଦରେ ପଚାରା ଉଚୁରା କରିଛି । ତେବେ ଏହି ଘଟମାରେ ମାଲା କମ ହେବ ତାହା ପରେ ଜଣାପ଼ଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment