Odisha News Portal

ହେ ଭଗବାନ !! ନିଜ ଭାଇଙ୍କ ସହିତ ବିବାହ କଲେ ଟେଲିଭିଜନ ଅଭିନେତ୍ରୀ, , ସୋସିଆଲ ମିଡିଆରେ ଭାଇରାଲ ହେଉଛି ନବବଧୂ ଫୋଟୋ……

ନିଜ ଭାଇଙ୍କ ସହିତ ବିବାହ କରିଲେ ଟିଭି ଅଭିନେତ୍ରୀ ରାଜଶ୍ରୀ । ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ୍ ସମସ୍ତେ ହିନ୍ଦି ସିରିଏଲ ଗୁଡିକ ଦେଖୁଥିବେ , ତାହେଲେ ହିନ୍ଦି ଧାରାବାହିକ “ସୁହାନୀ ସୀ ଏକ ଲଡକୀ” ନିଶ୍ଚୟ ଦେଖିଥିବେ ।ତେବେ ଟିଭି ଦୁନିଆର ଲୋକପ୍ରିୟ ଶୋ୍ “ସୁହାନୀ ସୀ ଏକ ଲଡକୀ” ର ଫେମ ରାଜଶ୍ରୀ ରାନୀ ବର୍ତ୍ତମାନ ବିବାହ କରିସାରିଛନ୍ତି | ଅଭିନେତ୍ରୀ ରାଜଶ୍ରୀ ନିଜର ବହୁ ଦିନର ବୟଫ୍ରେଣ୍ଡ ଗୌରବ ମୁକେଶ ଜୈନଙ୍କ ସହିତ ନଭେମ୍ବର 20 ତାରିଖ ଦିନ ବିବାହ କରିଥିଲେ | ତେବେ ସେ ପାରମ୍ପରିକ ସବୁ ରୀତିନୀତି ଅନୁସାରେ ଗୱାଲିୟରରେ ଗୌରବଙ୍କ ସହିତ ବିବାହ କରି ନେଇଥିଲେ | ଆଉ ବର୍ତ୍ତମାନ ଏହି ଦମ୍ପତିଙ୍କ ବିବାହର ଫୋଟୋ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି |

ପରି ୱେଡିଙ୍ଗ ଫେଷ୍ଟିଭାଲର ପ୍ରାରମ୍ଭ ହଳଦୀ ଏବଂ ମେହେନ୍ଦି ସେରିମନିରୁ ହୋଇଥିଲା । ତେବେ ମହାମାରୀ କରୋନା ଭାଇରସ କାରଣରୁ ରାଜଶ୍ରୀ ଏବଂ ଗୌରବ ନିଜର ଅତିଥିଙ୍କର ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଥିଲେ ।

ତେବେ ସୂଚନା ଅନୁସାରେ, ଗୌରବ “ସୁହାନୀ ସୀ ଏକ ଲଡକୀ” ଶୋ’ରେ ରାଜଶ୍ରୀଙ୍କର ଭାଇର ଭୂମିକାରେ ଥିଲେ | ଅଭିନେତ୍ରୀ ରାଜଶ୍ରୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଡରେ ତାଙ୍କ ବିବାହର କିଛି ରୋମାଣ୍ଟିକ ଫୋଟୋ ସେୟାର କରିଛନ୍ତି | ଆଉ ଫୋଟୋରେ ରାଜଶ୍ରୀ ଗୌରବଙ୍କ ସହିତ ବହୁତ ରୋମାଣ୍ଟିକ ପୋଜ ଦେଉଥିବାର ନଜର ଆସୁଛନ୍ତି |

ସେହିପରି ଅଭିନେତା ଗୌରବ ମଧ୍ୟ ବିବାହକୁ ନେଇ ବହୁତ ଖୁସି ଥିବାର ନଜରରେ ଆସୁଛନ୍ତି । ବର ବେଶରେ ଗୌରବ ଧଳା ରଙ୍ଗର ଏକ ଶେରବାନିରେ ନଜର ଆସୁଛନ୍ତି | ଆଉ ଏହି ଶେରବାନିରେ ଗୌରବ ବହୁତ ହିଁ ସୁନ୍ଦର ଦେଖାଯାଉଛନ୍ତି । ସବୁଠାରୁ କୌତୁହଳପ୍ରଦ କଥା ଏହା ଯେ ରାଜଶ୍ରୀ ଏବଂ ଗୌରବ ଷ୍ଟାର ପ୍ଲସର ଲୋକପ୍ରିୟ ଶୋ’ “ସୁହନୀ ସୀ ଏକ ଲଡକୀ”ରେ ରିଲ ଲାଇଫ ଭାଇ-ଭଉଣୀର ଭୂମିକା କରିଥିଲେ ଏବଂ ବର୍ତ୍ତମାନ ସେ ପରସ୍ପରଙ୍କ ସହିତ ବିବାହ କରି ବିବାହର ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି |


ତେବେ ଦୁହିଁଙ୍କ ବିବାହ ଅତି ସାଧାରଣ ଭାବରେ ହୋଇଛି | ଆଉ ବିବାହ ଉତ୍ସବରେ କେବଳ ନିକଟବର୍ତ୍ତୀ ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା | ନିଜର ବିବାହର କିଛିଦିନ ପୂର୍ବରୁ ଗୌରବଙ୍କ ସହିତ ରାଜଶ୍ରୀ ଶପିଙ୍ଗ କରିବା ପାଇଁ ଦିଲ୍ଲୀ ପହଞ୍ଚି ଯାଇଥିଲେ |ତେବେ ରାଜଶ୍ରୀ, ଗୌରବ ଏବଂ ତାଙ୍କର କିଛି ପରିବାର ଲୋକଙ୍କ ସହିତ ଦିଲ୍ଲୀର କରୋଲ ବାଗ ଏବଂ ଚାନ୍ଦିନୀ ଚୌକରୁ ଶପିଙ୍ଗ କରିଥିଲେ |
ଏହି ଶପିଙ୍ଗ କରିବା ଅବସରରେ ରାଜଶ୍ରୀ କହିଥିଲେ ଯେ- ଯେତେବେଳେ ମୁଁ ଚାନ୍ଦିନୀ ଚୌକ ଯାଇଥିଲି ସେଠାରେ ଅନେକ ଲେହେଙ୍ଗା ଏବଂ ଶାଢ଼ୀ ଦୋକାନ ଦେଖିଥିଲି | ଆଉ ମୁଁ ଅନେକ ଲେହେଙ୍ଗା ଦେଖିବା ପରେ , ମୁଁ ନିଜ ବିବାହରେ ଧଳା ରଙ୍ଗର ଲେହେଙ୍ଗା ପିନ୍ଧିବାକୁ ଚାହୁଁଥିଲି, କିନ୍ତୁ ମୋ ପରିବାର ଲୋକଙ୍କୁ ମୋ ନିଷ୍ପତି ଭଲ ଲାଗିଲା ନାହିଁ । ତେଣୁ ମୁଁ ଏକ ନାଲି ରଙ୍ଗର ଲେହେଙ୍ଗା ଆଣିଥିଲି । ତେବେ 2014ରେ “ସୁହାନୀ ସୀ ଲଡକୀ” ଶୋ’ ଆସିଥିଲା | ଆଉ ଏହି ଶୋ’ ଅବସରରେ ହିଁ ରାଜଶ୍ରୀ ଏବଂ ଗୌରବଙ୍କ ଭେଟ ହୋଇଥିଲା |

post inspire from– hindi.asianetnews.com/
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।