ହେ ଭଗବାନ ! ଏହି 21 ବର୍ଷୀୟ ଅଭିନେତ୍ରୀ ନିଜ ବୟଫ୍ରେଣ୍ଡ ଉପରେ ଚିଡିଯାଇ ନିଜ ଜୀବନକୁ ଶେଷ କରିଦେଲେ , ଚିଡିବାର ମୁଖ୍ୟ କାରଣ ଜାଣିଲେ ଆପଣ ଅବାକ୍ ହୋଇଯିବେ….

ତେଲୁଗୁ ଟିଭି ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଦୁଖଃଦ ଖବର । ନିଜ ବୟଫ୍ରେଣ୍ଡ ଉପରେ ଚିଡିଯାଇ ମାତ୍ର 21 ବର୍ଷ ବୟସରେ ନିଜ ଜୀବନକୁ ଶେଷ କରିଦେଲେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ନାଗା ଝାସି । ତେବେ ମାତ୍ର 21 ବର୍ଷ ବୟସରେ ହିଁ ସେ ଚିର ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଗଲେ । ତାଙ୍କର ମୃତ୍ୟୁ ରେ ସାରା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳାଇ ଦେଇଛି । ଏମିତିରେ ଦେଖିବାକୁ ଗଲେ 2020 ମସିହାଟି ବହୁତ ଖରାପ ଚାଲି ଥିବାର ପ୍ରମାଣିତ ହୋଇଛି । କରୋନାର ଆତଙ୍କ ବର୍ତ୍ତମାନ ସାରା ବିଶ୍ବକୁ ତଥା ସାରା ଦେଶକୁ ଆତଙ୍କିତ ତଥା ଭୟଭୀତ କରି ରଖିଛି ।

ଏପରି ସମୟରେ ଆପଣ ମାନେ ଜାଣିଥିବେ ସାରା ଦେଶରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ବିୟୋଗ ଘଟିବା ଫଳରେ ତାହା ଗୋଟିଏ ଗୋଟିଏ ଅପୂରଣୀୟ କ୍ଷତି ପହଞ୍ଚାଇ ଦେଇଯାଉଛି ଭାରତକୁ । ଯାହାକୁ ପୂରଣ କରିବା ପାଇଂ ସକ୍ଷମ ହୋଇ ପାରୁ ନଥିବା ବେଳେ ପୁଣି ଗୋଟିଏ ଦୁଃଖଦ ଘଟଣା ଘଟିବାରେ ଲାଗିଛି ।


ନିକଟରେ ସମସ୍ତ ଫିଲ୍ମ ତଥା ଟିଭି ଜଗତ ପାଇଂ ମଧ୍ୟ ଏହି ବର୍ଷଟି ଆରମ୍ଭରୁ ବହୁତ ଖରାପ ପ୍ରମାଣିତ ହୋଇଛି । ଯାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଏପରି ପରିସ୍ଥିତିରେ ପୁଣି ଏକ ଦୁଃକଦ ଖବର ଆସିଛି ତେଲୁଗୁ ଜଗତ ପାଇଁ । ଇଣ୍ଡଷ୍ଟ୍ରିରେ ଜଣକ ପରେ ଜଣଙ୍କର ବିୟୋଗ ସାରା ତେଲୁଗୁ ଜଗତକୁ ଯେଉଁ କ୍ଷତି ତଥା ଶୋକ ସାଗରରେ ଭସାଇ ଦେଇ ଯାଉଛି ତାହା ଶବ୍ଦରେ କହିବା ସମ୍ଭବପର ନୁହେଁ । ତେବେ ପୁଣି ଇଣ୍ଡଷ୍ଟ୍ରି ପାଇଁ ଗୋଟିଏ ବହୁତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।

ନାଗା ନିଜର ଅନ୍ତିମ ନିଶ୍ଵାସ ହାଇଦ୍ରାବାଦର ଶ୍ରୀନଗର କଲୋନୀରେ ଏକ ଆପାର୍ଟମେଣ୍ଟରେ ନେଇଥିଲେ । ଖବର ମିଳିଛି ଯେ, ଏହି ଅଭିନେତ୍ରୀ ଜଣକ ନିଜ ଫ୍ଲାଟରେ ଏକା ରୁହନ୍ତି ।


ସୂଚନା ଅନୁଯାୟୀ, ନାଗାଙ୍କ ଭାଇ ଦୂର୍ଗା ପ୍ରସାଦ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ ଓ କବାଟ ଖୋଲିବା ପାଇଁ ବେଲ ରିଙ୍ଗ ମାରିଥିଲେ । ହେଲେ ବହୁତ ସମୟ ପର୍ଯ୍ୟନ୍ତ ନାଗା କବାଟ ଖୋଲିନଥିଲେ, ଯାହାଫଳରେ ଦୂର୍ଗା ପ୍ରସାଦ ସେଠିକାର ପଡୋଶୀ ମାନଙ୍କୁ ଡାକି କବାଟକୁ ଭାଙ୍ଗି ଖୋଲିଥିଲେ । ସେହି ସମୟରେ ନାଗା ଏହି ଦୁନିଆରେ ନଥିଲେ ।

ଏହାପରେ ତାଙ୍କୁ ସରକାରୀ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେ ବହୁତ ଡେରି ହୋଇଯାଇଥିଲା ଓ ନାଗା ଏହି ଦୁନିଆକୁ ଛାଡି ଚାଲିଯାଇଥିଲେ । ଆନ୍ଧ୍ର-ପ୍ରଦେଶର କ୍ରୀଷ୍ଣା ଜିଲ୍ଲାରେ ରହୁଥିବା ନାଗା ସାଝି ତେଲୁଗୁର ବହୁତ ଲୋକପ୍ରିୟ ଟିଭି ସୋରେ କାମ କରିଥିଲେ । ସୂଚନାଯୋଗ୍ୟ ନାଗା ନିଜ ପ୍ରେମୀଙ୍କ ପାଇଁ କିଛି ମାସ ହେବ ବହୁତ ଡିପ୍ରେସନରେ ରହୁଥିଲେ ।

ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ସମସ୍ତଙ୍କ ମନରେ ଦୁଃଖ ଭରି ଦେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଦେହାନ୍ତ ସହ ଜଡିତ କୌଣସି ବୟାନ ଆସିନାହିଁ । ପୋଲିସ ନିଜ ତଦନ୍ତ ଜାରି ରଖିଛି ଆଶା କରୁଛି ବହୁତ ଶୀଘ୍ର ପୋଲିସ ଏହି କେସର ଶେଷ ପର୍ଯ୍ୟନ୍ତ ଯାଇପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment