Odisha News Portal

ଡିସେମ୍ବର 1 ରୁ ନୂଆ ଗାଇଡଲାଇନ୍, ରାଜ୍ୟ ସରକାର ନେଇପାରନ୍ତି ନାଇଟକର୍ଫ୍ୟୁ ନିଷ୍ପତି ! ଜାଣନ୍ତୁ କଣ ଖୋଲା କଣ ବନ୍ଦ……

0 4

ରାତ୍ରା କାଳୀନ କର୍ଫ୍ୟୁ ଲଗାଇବା ପାଇଁ ରାଜ୍ୟ ମାନଙ୍କୁ କ୍ଷମତା । ଡିସେମ୍ବର 1 ରୁ ନୂଆ ଗାଇଡଲାଇନ୍ । ସ୍ଥାନୀୟ ଅଞ୍ଚଳରେ କଟକଣା ଲାଗୁ କରିପାରିବେ ରାଜ୍ୟ ସରକାର । ଦିଲ୍ଲୀରେ ସଂକ୍ରମଣର ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି , ତାସହିତ ଅହମ୍ମଦାବାଦରେ ଏବଂ ପଞ୍ଜାବରେ ମଧ୍ୟ ସଂକ୍ରମଣର ସଂଖ୍ୟା ବଢୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏପରି ଏକ ନିଷ୍ପତି ଗ୍ରହଣ କରୁଛନ୍ତି । ସ୍ଥାନୀୟ ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିବେ । କଣ୍ଟନେମେଣ୍ଟ ଜୋନ ଛଡା ଅନ୍ୟ ସ୍ଥାନରେ ଲକଡାଉନ ହୋଇ ପାରିବନି । ଲକଡାଉନ ଲାଗୁ କରିବା ପାଇଁ କେନ୍ଦ୍ର ଠାରୁ ଅନୁମତି ନେବାକୁ ହେବ । ତେବେ କଣ୍ଟେନମେଣ୍ଟ ଜୋନରେ କିନ୍ତୁ କଟକଣା ପୂର୍ବ ପରି ବଳବତ୍ତର ରହିବ । କରୋନା ମୁକାବିଲା ନେଇ କେନ୍ଦ୍ରର ଏ ହେଉଛି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ।

ରାତ୍ରୀକର୍ଫ୍ୟୁ ଉପରେ ଏଥିପାଇଁ ଗୁରୁତ୍ବ ଦିଆଯାଉଛି କାରଣ ଯେଉଁଭଳି ଭାବରେ ବର୍ତ୍ତମାନ ସମୟରେ ଅହମ୍ମଦାବାଦରେ ରାତ୍ରୀକର୍ଫ୍ୟୁ ଜାରି କରାଯାଇଛି ଏବଂ ତାସହିତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ରାତ୍ରୀକର୍ଫ୍ୟୁ ଜାରି କରିବା ପାଇଁ ନିଷ୍ପତି ଏକ ପ୍ରକାର ଗ୍ରହଣ କରାଯାଉଛି ।

ସବୁଠାରୁ ବଡ କଥା ହେଉଛି ନାଇଟ୍ କର୍ଫ୍ୟୁକୁ ସରକାର ଅନୁମତି ଦେଇଥିବା ବେଳେ କଣ୍ଟେନେମେଣ୍ଟ ଜୋନ ବ୍ୟତିତ ଅନ୍ୟାନ୍ୟ ଅଞ୍ଚଳରେ ଲକଡାଉନ୍ ନକରିବା ପାଇଂ କୁହାଯାଉଛି । ଡିସେମ୍ବରରେ ଏ ହେଉଛି ଗାଇଡଲାଇନ୍ ରାତ୍ରୀକାଳିନ କର୍ଫ୍ୟୁ ଲଗେଇବା ପାଇଁରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର କ୍ଷମତା ଦେଉଛନ୍ତି । ଡିସେମ୍ବର 1ରୁ ଏହି ନୂଆ ଗାଇଡ ଲାଇନ୍ ଜାରି କରାଯିବ ।ସ୍ଥାନୀୟ ଅଞ୍ଚଳରେ କଟକଣା ଲାଗୁ କରିପାରିବେ ରାଜ୍ୟ ସରକାର । ସ୍ଥାନୀୟ ଆବଶ୍ୟକତାକୁ ଦେଖି ନିଷ୍ପତି ନେବେ ରାଜ୍ୟ ସରକାର ।.


କଣ୍ଟନେମେଣ୍ଟ ଜୋନ ଛଡା ଅନ୍ୟ ସ୍ଥାନରେ ଲକଡାଉନ ହୋଇ ପାରିବନି । ଯେଉଁ ସବୁ ଅଞ୍ଚଳ କଣ୍ଟେନେମେଣ୍ଟ ଜୋନ ହେଉଛି , ଯେଉଁଠି ଏକାଧିକ ସଂଖ୍ୟା ବା ମାମଲା ସାମ୍ନାକୁ ଆସୁଛି ସେହି ଅଞ୍ଚଲ କଣ୍ଟେନେମେଣ୍ଟ ଜୋନ ଏବଂ ସେହି ଅଞ୍ଚଳରେ ଲକଡାଉନ୍ ଲାଗୁ କରାଯିବ କିନ୍ତୁ ଅନ୍ୟାନ୍ୟ ଅଞ୍ଚଳରେ ଲକାଡାଉନ୍ ଲାଗୁ କରିପାରିବେ ନାହିଁ ସରକାର ।

ଏହି ସବୁ ନିୟମ ରହୁଛି କଣ୍ଟେନେମେଣ୍ଟ ଜୋନରେ ପୂର୍ବପରି କଟକଣାକୁ ବଳବତ୍ତର ରଖାଯିବ । ଯେହେତୁ ବର୍ତ୍ତମାନ ସମୟରେ ଶୀତ ଅଧିକ ତେଣୁ କରୋନାର ପ୍ରକୋପ ମଧ୍ୟ ବୃଦ୍ଧି ପାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ନୂଆ ନିୟମ ସାମ୍ନାକୁ ଆସୁଛି । ଡିସେମ୍ବର ପାଇଂ ଏ ହେଉଛି ନୂଆ ଗାଇଡଲାଇନ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଉଛି ।


ତେବେ ରାଜ୍ୟ ସରକାର କଣ ନିଷ୍ପତି ନେଉଛନ୍ତି ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଲା । ରାଜ୍ୟ କେଉଁ ଭଳି ଭାବରେ ନାଇଟ୍ କର୍ଫ୍ୟୁ କେଉଁଠି ଲାଗୁ କରାଯିବ , କେଉଁଠି ଲାଗୁ କରାଯିବ ନାହିଁ ସ୍ଥିତିକୁ ଦେଖି ନିଷ୍ପତି ନେବେ ରାଜ୍ୟ ସରକାର । କିନ୍ତୁ ଯେଉଁ ସୂଚନା ଆସୁଛି ଗାଇଡ ଲାଇନ୍ ଡିସେମ୍ବର ପାଇଁ କେନ୍ଦ୍ର ସରକାର ଜାରି କରିଛନ୍ତି ଏବଂ ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି କଣ୍ଟେନେମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବ, ରାତ୍ରୀକର୍ଫ୍ୟୁ ପାଜ୍ୟ ଚାହିଁଲେ ଲଗେଇପାରିବେ । ଏହାସହିତ ରାଜ୍ୟ ମାନଙ୍କୁ କ୍ଷମତା ଦିଆଯାଉଛି ଏହି ଗାଇଡଲାଇନ୍ ଜାରି କରିବା ପାଇଁ .

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।