ନିବସ୍ତ୍ର ହୋଇ କରନ୍ତୁ ନାହିଁ ଏହି ତିନୋଟି କାମ । ଯୁଗର ପରିବର୍ତ୍ତନ ସହିତ ଲୋକମାନଙ୍କର ଜୀବନ ଧାରଣର ଢାଞ୍ଚା ମଧ୍ୟ ପରିବର୍ତ୍ତିତ ହୋଇଯାଇଛି । ବର୍ତ୍ତମାନର ଆଧୁନିକ ଯୁଗରେ ଉଭୟ ପୁରୁଷ ଏବଂ ନାରୀ ମାନେ ଏପରି ପୋଷାକ ଧାରଣ କରୁଛନ୍ତି ଯାହା ମାନବ ସମାଜ ପ୍ରଥାକୁ ନଷ୍ଟ କରୁଛି । ଆଧୁନିକ ଯୁଗରେ ଆଧୁନିକ ଲୋକମାନେ ଷ୍ଟାଇଲିସ ପୋଷାକ ପରିଧାନ କରି ସମସ୍ତଙ୍କର ଚର୍ଚ୍ଚାର ବିଷୟ ପାଲଟୁଛନ୍ତି । ତାଙ୍କର ଏହି ପୋଷାକ ସମାଜ ଆଗରେ ଚର୍ଚ୍ଚା ହେବା ସହିତ ନିଜର ବ୍ୟକ୍ତିତ୍ୱକୁ ମଧ୍ୟ ଚର୍ଚ୍ଚା କରିଥାଏ । ମାତ୍ର ଆମେ ଏପରି ପୋଷାକ ପରିଧାନ କରିବା ଦ୍ୱାରା ନିଜର ଅସମ୍ମାନ ହୋଇଥାଏ ।
ମଣିଷ ପାଖରେ ବିବେକ ଥିଲେ ମଧ୍ୟ ସେମାନେ ଏପରି କପଡା ପରିଧାନ କରି ଯାତାୟତ କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ନିବସ୍ତ୍ର ହୋଇ କିମ୍ବା କୌଣସି ପୋଷାକ ପରିଧାନ ନକରି କରନ୍ତୁ ନାହିଁ ଏହି ତିନୋଟି କାମ । ନଟେତ ଆପଣ ମାନେ ବହୁତ ଅସୁବିଧାର ସମ୍ମାଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ନିବସ୍ତ୍ର ହୋଇ ସ୍ନାନ କରିବା ଅନୁଚିତ
ହିନ୍ଦୁ ଶାସ୍ତ୍ରର ନିୟମ ଅନୁସାରେ ନିବସ୍ତ୍ର ହୋଇ ଗାଧେଇବା ନିୟମର ଉଲ୍ଲଘଂନ ବୋଲି ମାନାଯାଏ । ସାସ୍ତ୍ର ପୁରାଣରେ ବର୍ଣିତ ହୋଇଚି କି ନିବସ୍ତ୍ର ହୋଇ ସ୍ନାନ କରିବା କଥା ନୁହେଁ । ଯଦି ଆପମ ମାନେ ସ୍ନାନ କରୁଛନ୍ତି ତେବେ ଶରୀର ମଧ୍ୟରେ ଯେ କୌଣସି କପଡା ରହିବା ନିତାନ୍ତ ଆବଶ୍ୟକ । ଯଦି କେହି ନାରୀ ନିବସ୍ତ୍ର ହୋଇ ସ୍ନାନ କରୁଛନ୍ତି ତେବେ ତାଙ୍କର ସେହି ଶରୀରରୁ ବାହାରୁଥିବା ଜଳ ଦେବତାଙ୍କର ଅପମାନ ହେବା ସହ ଇଷ୍ଟ ଦେବତାଙ୍କ ଉପରେ ପ୍ରଭାବ ପକାଇଥାଏ । ନିବସ୍ତ୍ର ହୋଇ ସ୍ନାନ କଲେ ପିତୃ ପୁରୁଷ ମାନେ ଅସନ୍ତୁଷ୍ଟ ହୋଇଥାନ୍ତି ଏହା ଦ୍ୱାରା ବଳ , ତେଜ , ଧନ ଆଦିର ସୁଖ ନଷ୍ଟ ହୋଇଯାଇଥାଏ ।
ବ୍ୟକ୍ତିଙ୍କ ଘରେ ଅସାନ୍ତି ଲାଗି ରହିବା ସହିତ ବ୍ୟକ୍ତିଙ୍କ ଘରେ ମାନହାନି ମଧ୍ୟ ହୋଇଥାଏ । ଘରର ଉନ୍ନତିରେ ବାଧା ଉପୁଜିଥାଏ. ଘରକୁ ସର୍ବଦା ଶତ୍ରୁର ଭୟ ଦେଖା ଦେଇଥାଏ । ପରିବାରରେ ସର୍ବଦା କଳିଝଗଡା ହେବା ସହିତ କାହାର ନା କାହାର ଦେହ ଖରାପ ହୋଇଥାଏ । ତେଣୁ ଆପଣ ମାନେ ଉଲଗ୍ନ ହୋଇ କଦାପି ସ୍ନାନ କରିବା ଉଚିତ ନୁହେଁ ।
2–ନିବସ୍ତ୍ର ହୋଇ ଶୋଇବା ଅନୁଚିତ
ବିଜ୍ଞାନ ଅନୁସାରେ ରାତିରେ ଶୋଇବା ସମୟରେ ନିବସ୍ତ୍ର ହୋଇ ଶୋଇଲେ ବହୁତ ଲାଭ ଦାୟକ ହୋଇଥାଏ । ମାତ୍ର ପୁରାଣ ଏବଂ ଶାସ୍ତ୍ର ଏହାକୁ ଆଦୌ ଯୁକ୍ତି ଯୁକ୍ତ ବୋଲି ମାନନ୍ତି ନାହିଁ । ଏହା ସଂପୂର୍ଣ୍ଣ ଉଲ୍ଲଘନ ବୋଲି ବିବେଚନା କରାଯାଏ । ଏହି ପରି ଶୋଇବା ଦ୍ୱାରା ଆମ ପିତୃ ପୁରୁ,ହ୍କର ଅପମାନ ହେବା ସହିତ ଚନ୍ଦ୍ର ଦେବତାଙ୍କର ମଧ୍ୟ ଅପମାନ ହୋଇଥାଏ । ନିବସ୍ତ୍ର ହୋଇ ଶୋଇବା ପରେ ଆମକୁ ବାହ୍ୟ ଶକ୍ତି ପ୍ରବାହିତ କରିଥାଏ । ତେଣୁ ଶୋଇବା ସମୟରେ ଆମ ଶରୀରରେ ବସ୍ତ୍ର ରହିବା ଆବଶ୍ୟକ ।
3–ନିବସ୍ତ୍ର ହୋଇ ଦେବାଦେବୀଙ୍କର ପୂର୍ଜ୍ଜାର୍ଚ୍ଚନା କରନ୍ତୁ ନାହିଁ
ଅନେକ ନାରୀ ମାନେ ଗାଧେଇ ଆସିବା ପରେ ନିବସ୍ତ୍ର ହୋଇ ଅର୍ଥାତ ଓଦା ହୋଇଥିବା ଲୁଗା ପିନ୍ଧି ତୁଳସୀ ଗଛରେ ପାଣି ଦେଇଥାନ୍ତି ମାତ୍ର ଏପରି କରିବା ଅନୁଚିତ । କାହିଁକିନା ଏମିତି କରିବାଦ୍ୱାରା ଆମ ବିଧିବିଧାନର ଇଲ୍ଲଘଂନ ହୋଇଥାଏ । ଏହା ସହିତ ଏହା ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ସ୍ନାନ କରି ସାରିବା ପରେ ଶୁଖିଲା ଲୁଗା ପରିଧାନ କରି ତୁଳସୀ ମୁଖରେ ଜଳ ଦେବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।