Odisha News Portal

ବଡ଼ ଖବର – ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ନେହା , ଆସନ୍ତୁ ଜାଣିବା ସେ ପୁଅ କିଏ ଯାହାକୁ ନେହା ପୁଣିଥରେ ପସନ୍ଦ କରିଲେ….

ବଲିଉଡ ଜଗତରୁ ପ୍ରତ୍ୟେକ ଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସି ଥାଏ । ତେବେ ଆପଣ ମାନେ ତ ସମସ୍ତେ ବଲିଉଡର ଫେମସ୍ ଫିମେଲ୍ ସିଙ୍ଗର ନେହା କକ୍କର ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସେ ତାଙ୍କର ବିଚକ୍ଷଣ ସ୍ବରରେ ଦର୍ଶକଙ୍କୁ ଏମିତି ମୁଗ୍ଧ କରି ଦେଇଥାନ୍ତି ଯେ ଲୋକମାନେ ଯେଉଁଠି ବି ତାଙ୍କର ଗୀତ ଶୁଣିଥାନ୍ତି ସେଠାରେ ପୂରା ଭାବପ୍ରବଣ ହୋଇ ଯାଇଥାନ୍ତି ।

ତେବେ ନେହା କକ୍କର ଗତ ଅକ୍ଟୋବର 24 ରେ ରୋହନପ୍ରୀତ ସିଂ ଙ୍କୁ ବିବାହ କରିଥିଲେ। ରୋହନପ୍ରୀତଙ୍କ ସହ ବିବାହକୁ ଭଲ ପାଇବା ସହ ନେହା ସୋସିଆଲ ମିଡିଆରେ ମଧ୍ୟ ଘୋଷଣା କରିଥିଲେ। ରୋହନପ୍ରୀତଙ୍କ ପ୍ରତି ତାଙ୍କ ପ୍ରେମ ଘୋଷଣା କରିବାର କିଛି ଦିନ ପରେ ଦୁହେଁ ବିବାହ କରିଥିଲେ ।

ହଠାତ ତାଙ୍କ ବିବାହ ଖର ଶୁଣି ଫ୍ୟାନମାନେ ମଧ୍ୟ ଚକିତ ହୋଇଯାଇଥିଲେ । ସୋଶାଲ ମିଡିଆରେ ତାଙ୍କ ବିବାହ ବେଳର ଫଟୋ ସବୁ ଜୋରଦାର ଭାଇରାଲ ମଧ୍ୟ ହୋଇଥିଲା ।

ଆଉ ଗତ କିଛି ମାସ ହେବ ବିବାହ କରିଥିବା ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କଡ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ଏନେଇ ସେ ନିଜେ ଖୁଲାସା କରିଛନ୍ତି । କିନ୍ତୁ ପୁଣିଥରେ କାହାକୁ ବିବାହ କରିବେ ନେହା? ସେ ଆଉ କେହି ନୁହେଁ ତାଙ୍କ ସ୍ୱାମୀ ରୋହନ ପ୍ରିତଙ୍କୁ ହିଁ ପୁଣି ଥରେ ବିବାହ କରିବେ । ଇଣ୍ଡିଆନ ଆଇଡିଅଲ ସିଜିନ-13ର ଜର୍ଜ ଥିବା ନେହା ନିକଟରେ ଏହି ରିଆଲିଟି ଶୋ’ରେ ହିଁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି।

ବିବାହ ପରଠାରୁ ଖୁବ୍ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଏହି ଗାୟିକା ଜଣକ । ହିନ୍ଦୁ ରୀତିନୀତିରେ ବିବାହ କରିଥିବା ନେହା ଏବେ ଖ୍ରୀଷ୍ଟଧର୍ମ ଅନୁଯାୟୀ ପୁଣି ଥରେ ବିବାହ କରିବେ ବୋଲି ମନ କରିଛନ୍ତି । ସେ ତାଙ୍କ ବିବାହରେ ଧଳା ରଙ୍ଗର ଗାଉନ ପିନ୍ଧି ପୁଣି ରୋହନଙ୍କୁ ହାତ ଧରିବେ ବୋଲି କହିଛନ୍ତି।

ନେହା କହିଛନ୍ତି, ହିନ୍ଦୁ ରୀତିନୀତିରେ ସେ ବିବାହ କରିଛନ୍ତି, ଯେଉଁଠି ତାଙ୍କୁ ଲାଲ ରଙ୍ଗର ପାରମ୍ପରିକ ପୋଷକା ପିନ୍ଧିବାକୁ ପଡିଥିଲା। ଏବେ କିନ୍ତୁ ସେ ଏକ ସୁନ୍ଦର ଧଳା ରଙ୍ଗର ଗାଉନ ପିନ୍ଧି ବିବାହ କରିବାକୁ ଚାହୁଁଛନ୍ତି ।

ତେବେ ନିକଟରେ ଆଉ ଏକ ଖବର ବହୁ ଜୋରରେ ଭାଇରାଲ ହେବାରେ ଲାଗିଛି କି ବଲିଉଡ ଗାୟିକା ନେହା କକ୍କର ତାଙ୍କ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି । ନେହା କକ୍କର ଶୀଘ୍ର ମାଁ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜ ଖୁସି ଘୋଷଣା କରିଛନ୍ତି। ନେହା କକ୍କର ଇନଷ୍ଟାଗ୍ରାମରେ

ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ଏକ ଅତି ସୁନ୍ଦର ଏବଂ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବେବି ବମ୍ପ ଧରିଥିବାର ଦେଖିବାକୁ ମିଳୁଛି। ଫଟୋରେ ନେହାଙ୍କୁ ନୀଳ ଡେନିମ୍ ଡୁଙ୍ଗାରିରେ ଦେଖିବାକୁ ମିଳିଛି। ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘#KhyalRakhyaKar.’ । ତଥାପି, ତାଙ୍କ ପ୍ରଶଂସକମାନେ ନେହା କକ୍କରଙ୍କ ଗର୍ଭଧାରଣକୁ ବିଶ୍ୱାସ କରି ପାରୁ ନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।