Big Breking News – ନବୀନଙ୍କ ପରେ ଅପରାଜିତା… ପୁରା ଖବର ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ସରକାର ହୁଅନ୍ତୁ ବା ପ୍ରତିନିଧୀ ଜନସାଧାରଣଙ୍କ ଅସୁବିଧା ରେ ସାହାର୍ଯ୍ୟରେ ହାତ ବଢାଇଥାଏ , ସେହିଁ ଲୋକମାନଙ୍କ ପାଇଁ ଭଗବାନ ହୋଇଯାଏ । ଲୋକମାନେ ସେହି ପ୍ରତିନିଧୀକୁ ନିଜର ସରକାର ଭାବରେ ଦେଖିବା ପସନ୍ଦ ମଧ୍ୟ କରିଥାନ୍ତି । ସେମାନଙ୍କୁ ବଡ ବଡ ଉପାଧୀରେ ମଧ୍ୟ ସମ୍ମାନିତ କରାଯାଇଥାଏ , ଆପଣ ମାନେ ନିଶ୍ଚୟ ଜାଣିଥିବେ ଏମଆଇଟି ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡକ୍ଟରେଟ ଉପାଧୀରେ ସମ୍ମାନିତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେହି ଉପାଧୀ ବିଜେପି ସାଂସଦ ତଥା ଅପରାଜିତା ସଡଙ୍ଗୀ ଙ୍କୁ ଦିଆଯିବ ବୋଲି ଆଲୋଚନା ହେଉଛି ।

ଏମଆଇଟି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ସାଂସଦକୁ ସମ୍ମାନିତ କରିବ , 2018 ରେ ଏହି ବିଶ୍ୱବିଦ୍ୟାଳୟ ନବୀନଙ୍କୁ କରିଥିଲା ସମ୍ମାନିତ । ଏବେ ଅପରାଜିତାଙ୍କୁ ସମ୍ମାନ ସହ ମିଳିବ ଡକ୍ଟରେ଼ଟ ଉପାଧି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏମଆଇଟି ୟୁନିଭରସିଟିରୁ ବେଷ୍ଟ ଆଡମିନଷ୍ଟ୍ରେଟର ପୁରଷ୍କାର ଦେଇଥିଲା । ଆଉ ଏବେ ଉକ୍ତ ସଂସ୍ଥା ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ସଡଙ୍ଗୀ ଙ୍କୁ ଉକ୍ତ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛନ୍ତି । ସମ୍ମାନ ଜନ୍ନକ ଶ୍ରୀ ସରସ୍ୱତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରଷ୍କାର ସାଂସଦଙ୍କୁ ମିଳିବ । ଏଥିସହିତ ତାଙ୍କୁ ଡକ୍ଟରେଟ୍ ଉପାଧି ମଧ୍ୟ ପ୍ରଦାନ କରାଯିବ ।

ଏନେଇ ବିଶ୍ୱବିଦ୍ୟାଳୟ ତରଫରୁ ସାଂସଦଙ୍କୁ ଅବଗତ କରାଯାଇଛି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଜରରେ ଷ୍ଟାର ଅଫ୍ ଓଡିଶା ମଧ୍ୟରୁ ଅପରାଜିତା ହେଉଛନ୍ତି ଜଣେ । ତାଙ୍କୁ ଏହି ସମ୍ମାନ ଦେବା ପଛରେ ବଡ କାରଣ ହେଉଛି ସେ ଜଣେ ଦକ୍ଷ ପ୍ରଶାସିକା ଭାବରେ କାର୍ଯ୍ୟ ସମ୍ପାଦନ କରି ନା କମାଇଥିଲେ ଅପରାଜିତା । ଆଉ ଏବେ ଭୁବନେଶ୍ୱର ର ସାଂସଦ ଭାବେ କାର୍ଯ୍ୟ କରି ସାରା ଓଡିଶାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେଣୁ ତାଙ୍କୁ ଏହି ସମ୍ମାନ ଦେବା ପାଇଁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ନିଷ୍ପତ୍ତି ନେବା କଥା କହିଛନ୍ତି । ଆସନ୍ତା 9 ତାରିଖରେ ସେହି ସମ୍ମାନରେ ସମ୍ମାନିତ ହେବେ , ପ୍ରାୟ 54 ହଜାର ଛାତ୍ରଛାତ୍ରୀ ଙ୍କ ନେଇ ଚାଲିଥିବା ଏହି ପ୍ରସିଦ୍ଦ ଶିକ୍ଷାନୁଷ୍ଠାନ ଅପରାଜିତାଙ୍କୁ ଚୟନ କରିବା ପରେ ଓଡିଶା ରାଜନିତୀରେ ହଲଚଲ ସୃଷ୍ଟି ହୋଇଛି ।

ବିଶେଷ କରି ବିଜେଡି ସିବିର ରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି , ଦଳର ନେତା ଏହାକୁ ସହଜରେ ହଜମ କରି ପାରୁ ନାହାନ୍ତି । ବିଜେପି ର ଏକ ଗୋଷ୍ଠୀ ମଧ୍ୟ ଅପରାଜିତାଙ୍କୁ ଏହି ଜାତୀୟ ସମ୍ମାନ ମିଳିବା ଘଟଣାକୁ ସହଜରେ ଯେମିତି ବିଶ୍ୱାସ କରି ପାରୁ ନାହାନ୍ତି । ଏନେଇ ସମସ୍ତ ଦଳୀୟ କର୍ମୀ ଙ୍କ ମଧ୍ୟରେ ଏକ ପ୍ରକାର ସମାଲୋଚନା ମଧ୍ୟ ଚାଲିଛି । ବର୍ତ୍ତମାନ ସବୁଠାରେ ଏହି ବିଷୟରେ ଚର୍ଚ୍ଚା କରାଯାଉଛି , ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment