Odisha News Portal

ଅନୁଭବ ଏବଂ ବର୍ଷାଙ୍କର ପାରିବାରିକ ବିବାଦ ନେଇ ଅରିନ୍ଦମ କଲେ ବଡ ଖୁଲାସା , କହିଲେ ଅନୁଭବ ବର୍ଷା ଅଲଗା ହେବାର ରହିଛି ଏହି ମୁଖ୍ୟ କାରଣ !

ଆପଣ ମାନେ ତ ଜାଣିଛନ୍ତି କି ଏବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ କିଛି ସମସ୍ୟା ଲାଗି ରହିଛି । ଅନେକ କେତେକ କଥାରେ ବର୍ଷା କଟକର ଏସଡିଜିଏମ କୋର୍ଟରେ ଅନୁଭବଙ୍କ ନାମରେ ଏତେଲା ଦୋଇଥିଲେ । ଯାହା ପରେ ଏହି ମାମଲା ଆଗକୁ ବଢିବାରେ ଲାଗିଥିଲା । ଏହି ମାମଲା ପରେ ଅନୁଭବ ମଧ୍ୟ ଦିଲ୍ଲୀର ପିଟିଆଲା ହାଉସ କୋର୍ଟରେ ଛାଡପତ୍ର ମାମାଲ ରୁଜୁ କରିଥିଲେ । ତେବେ ଏହି ସମସ୍ତ କଥା ପରେ ମଧ୍ୟ ବର୍ଷା ଅନୁଭବଙ୍କର ଘର ଛାଡି ଯାଇନଥିଲେ ବରଂ ସେ କହିଥିଲେ କି ସେ ତାଙ୍କର ଶାଶୁଘରେ ରହିକରି ଏହି କେସ ଲଢିବେ ବୋଲି ।

ତେବେ ଏବେ ଏହି ମାମଲାରେ ଅନ୍ୟ ଏକ ମାମାଲା ସାମ୍ନାକୁ ଆସିଛି ଯେଉଁଥିପାଇଁ ବର୍ଷା ପୁଣି ଥରେ ଥାନାରେ ହାଡର ହୋଇଛନ୍ତି । ପୁଣି ଥରେ ଥାନାକୁ ୟାଇଛନ୍ତି ବର୍ଷା ପ୍ରିୟ ଦର୍ଶିନୀ , ପୁରୀ ଘାଟ ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ ଅନୁଭବଙ୍କର ନାମରେ ।

ଏହା ସହିତ ତାଙ୍କର ଦୁଇ ଜଣ ସହଯୋଗୀଙ୍କର ନାମରେ ମଧ୍ୟ ଅବିଯୋଗ ହୋଇଛି । ଗତ କାଲି ରାତିରେ ଅନୁଭବ ରୁମରେ ତାଲା ପକାଇଦେବା ଅଭିଯୋଗ କରିଛନ୍ତି ବର୍ଷା । ଯାହା ଫଳରେ କି ରୁମରେ ତାଲା ପକେଇଦେବା କାରଣରୁ ରାସ୍ତାରେ ପ୍ରାୟ 1 ଘଣ୍ଟା ଛିଡା ହେବାପରେ ଥାନାର ଦ୍ୱାରସ୍ତ ହୋଇଥିଲେ । ଅନୁଭବ ଘରେ ରହିବା ପାଇଁ ବାଧା ଦେଉଥିବା ଅଭିଯୋଗ କରିଛନ୍ତି ବର୍ଷା , ଏତେଲା ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଛି ।

ତେବେ ଏହି ସମସ୍ତ ମାମଲାକୁ ନେଇ କରି ଅରିନ୍ଦମ କିଛି କଥା କହିଛନ୍ତି , ଅରିନ୍ଦମ କହିଛନ୍ତି କି ଏହା ଅନୁଭବଙ୍କର ବ୍ୟକ୍ତିଗତ କଥା ଅଟେ ତେଣୁ ଏଥିରେ ତାଙ୍କର କିଛି କହିବାର ନାହିଁ । ତାଙ୍କର ଏହି କତାକୁ ନେଇ କିଛି କମେଣ୍ଟ ଦେବା ମଧ୍ୟ ଆମର ଠିକ କଥା ନୁହେଁ ।

ତେବେ ଦଳ ଉପରେ ପ୍ରଭାବକୁ ନେଇ ଅରିନ୍ଦମ କହିଛନ୍ତି, ଏଥିରେ ତାଙ୍କ ନିଜସ୍ୱ ଛବି ଖରାପ ହୋଇପାରେ ହେଲେ କାହାର ପର୍ସନାଲ କଥାକୁ ନେଇ ଦଳ ଛବି ଖରାପ ହେବନି କି ଏଥିରେ ଦଳର କୌଣସି ସାମିଲ୍ ନାହିଁ। ଗୋଟିଏ ବ୍ୟକ୍ତିର ବ୍ୟକ୍ତିତ୍ଵ ଖରାପ ହୋଇପାରେ ମାତ୍ର କୌଣସି ଦଳ ନୁହେଁ କାହିଁକିନା ସେ କେବେବି ଦଳରେ ସେମିତି କିଛି କାମ କରିନାହାନ୍ତି । ତେବେ ଜଣକଙ୍କର ବ୍ୟକ୍ତିଗତ ସମସ୍ୟାକୁ ନେଇ କରି କହିହେବ ନାହିଁ କି ସେ ବ୍ୟକ୍ତିଟି ଖରାପ , କାହିଁକିନା ସେ ଦଳରେ ସେମିତି କିଛି କାମ କରିନାହାନ୍ତି । ଏବଂ ଏଥିପାଇଁ ଓଲିଉଡ୍ ମଧ୍ୟ ବଦନାମ୍ ହୋଇ ନାହିଁ ବୋଲି କହିଛନ୍ତି ଅରିନ୍ଦମ ରାୟ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।