ପୁଣି ନୁଆଁ ଷ୍ଟାଇଲ ରେ ମାର୍କେଟ ଘାଣ୍ଟିଲା…” Namita Agrawal ” ଙ୍କ ସୁନ୍ଦର ଗୀତ , ମକର ସଂକ୍ରାନ୍ତି ମହିମା… ମାତ୍ର 4 ଘଣ୍ଟାରେ 500k ରୁ ଅଧିକ ଲୋକ ଦେଖି ସାରିଲେଣି…

ମକର ସଂକ୍ରାନ୍ତି ପ୍ରତିବର୍ଷ ପୌଷ ମାସରେ ସୂର୍ଯ୍ୟଙ୍କର ମକର ରାଶିକୁ ରେ ଗୋଚର କରିବା ଦିନକୁ ମକର ସଂକ୍ରାନ୍ତି ମାନା ଯାଇଥାଏ।ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ ବୋଲି କୁହା ଯାଇଥାଏ । ଏହି ପର୍ବକୁ ପ୍ରତ୍ୟେକ ଭାରତୀୟ ସମସ୍ତେ ଖୁବ୍ ଉତ୍ସାହର ସହିତ ପାଳନ କରି ଥାନ୍ତି। ତେବେ ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ

ତେବେ ଏହି ପବିତ୍ର ମକର ସଂକ୍ରାନ୍ତି ର ଅନେକ ମହିମା ରହିଛି ଯାହା ଯାହାର ତୁଳନା ନାହିଁ।ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହା ପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହା ସମାରୋହରେ ପାଳିତ ହୋଇଥାଏ। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ବଡ ଯାତ୍ରା ଏହାକୁ ମଧ୍ୟ କୁହା ଯାଇଥାଏ। ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଦିନ ବାପ ଘରକୁ ଯାଇ ମକର୍ ସଂକ୍ରାନ୍ତି ଦିନ ଶ୍ରୀମନ୍ଦିର ଫେରି ଆସନ୍ତି ବୋଲି ମଧ୍ୟ କୁହା ଯାଇଥାଏ। ଆଉ ମାତା ଲକ୍ଷ୍ମୀଙ୍କ ଆଗମନ କୁ ମହାପ୍ରଭୂ ଖୁବ୍ ଉତ୍କଣ୍ଠା ର ସହିତ ଅପେକ୍ଷା କରି ରହିଥାନ୍ତି

ଏହି ଦିନ ସୂର୍ଯ୍ୟ ଗୋଟିଏ ରାଶି ରୁ ଯାଇ ମକର ରାଶିରେ ପ୍ରବେଶ କରିଥାନ୍ତି।ସୂର୍ଯ୍ୟଦେବ ଏହି ଦିନ ଠାରୁ ଉତ୍ତରାୟଣ ହୋଇଥାଆନ୍ତି ଏବଂ ଏହି ମକର ସଂକ୍ରାନ୍ତି ପର ଠାରୁ ସୂର୍ଯ୍ୟଙ୍କ ତେଜ ଖୁବ୍ ପ୍ରଖର ହୋଇଥାଏ।ତେବେ ଏହି ମକର ସଂକ୍ରାନ୍ତି ଦିନ ଯେଉଁ କାର୍ଯ୍ୟ କରାଯାଏ ତାହା ସଫଳ ହୁଏ ବୋଲି ମାନା ଯାଇଥାଏ। ଏବଂ ଏହି ଦିନ କୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରା ଯାଇଥାଏ। ଏହି ପର୍ବ ଖୁବ୍ ଆନନ୍ଦର ଦିନ ଅଟେ। ମହାପ୍ରଭୂ ଖୁବ୍ ପ୍ରସନ୍ନ ରହିଥାନ୍ତି ଏହି ଦିନ।

ତେବେ ଏହି ପବିତ୍ର ମକର ସଂକ୍ରାନ୍ତି ର ଅନେକ ମହିମା ରହିଛି ଯାହା ଶୁଣିଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରୁ ଏହି ମକର ସଂକ୍ରାନ୍ତି ମହିମା ଓ କାହାଣୀ ଶୁଣିବା ପାଇଁ ମିଳିଛି। ତେବେ to ଏହି ଭିଡିଓ ନମିତା ଅଗ୍ରୱାଲ ୟୁଟ୍ୟୁବ ଚାନେଲ୍‌ରେ ପୋଷ୍ଟ୍ ହୋଇଥିବା ବେଳେ ଏହାକୁ ପାଖା ପାଖି ଦୁଇ ଲକ୍ଷ ଲୋକ ଦେଖି ସାରିଲେଣି। ସମସ୍ତେ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଆପଣ ଏହାକୁ ଥରେ ନିଶ୍ଚିତ ଶୁଣନ୍ତୁ ତାହାଲେ ଆପଣ ଏହି ମକର ସଂକ୍ରାନ୍ତି ର ମହିମା କଣ ରହିଛି ତାହା ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment