ଦେଖନ୍ତୁ ଭିଡିଓ ଗାୟିକା ନମିତା ଅଗ୍ରୱାଲଙ୍କ ପରିବାରରେ ତାଙ୍କ ବ୍ୟତିତ ଆଉ କିଏ କିଏ ଅଛନ୍ତି ? ଆପଣ ଆଗରୁ କେବେ ଦେଖିନଥିବେ ….
ଆପଣ ମାନେ ତ ଗାୟିକା ନମିତା ଅଗ୍ରୱାଲଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ଅନେକ ଭଜନ ସହିତ ଅନେକ ଆଧୁନିକ ଗୀତରେ ନିଜର ଜାଦୁଗରୀ ଦେଖାଇଛନ୍ତି । ଭଜନରେ ଆପଣ ତାଙ୍କୁ ନମିତା ଭାବରେ ଜାଣିଥିଲେ ମଧ୍ୟ ଆଧୁନିକ ଗୀତରେ ସେ ନିବେଦିତା ନାମରେ ବେଶ ପରିଚିତ । ନାଁ ଅଲଗା କିନ୍ତୁ ସ୍ବର ହେଉଛି ଗୋଟିଏ , ଲୋକମାନଙ୍କ ହୃଦୟକୁ ବେଶ୍ ଛୁଏଁ ନମିତାଙ୍କ ଗୀତ । ସେଥିପାଇଁ ଲୋକମାନେ ନମିତାଙ୍କୁ ବହୁତ ଭଲ ପାଇଥାନ୍ତି ।ଆଜି ଆମେ ନମିତାଙ୍କ ପରିବାର ଏବଂ ଲାଇଫ୍ ଷ୍ଟାଇଲ୍ ବିଷୟରେ ଜାଣିବା ।
ଗାୟିକା ନମିତାଙ୍କ ଜନ୍ମ 1969 ମସିହା ତୁଳସୀପୁରରେ ହୋଇଥିଲା । ଛୋଟ ବେଳରୁ ହିଁ ତାଙ୍କର ଗୀତ ପ୍ରତି ଆସକ୍ତି ଭାବ ରହିଥିଲା ଏବଂ ପିଲାଟି ଦିନରୁ ହିଁ ସେ ଗୀତ ଶିଖିବା ଲାଭ କରିଥିଲେ । ତେବେ ଗୀତରେ ସେ ଆଗକୁ ବଢିବେ ବୋଲି ସ୍ବପ୍ନ ଦେଖିଥିଲେ ଏବଂ ପରେ ସେ ବିବାହ କରିଥିଲେ ସୀତାରାମ ଅଗ୍ରୱାଲଙ୍କୁ ।
ସୀତାରାମ ଅଗ୍ରୱାଲଙ୍କୁ ତ ଆପଣ ଜାଣିଥିବେ , ସେ ସିଦ୍ଧାର୍ଥ ଟିଭିର ଫାଉଣ୍ଡର ବା ପ୍ରତିଷ୍ଠାତା । ସେ 91.9 ଏଫେମର୍ ମଧ୍ୟ ପ୍ରତିଷ୍ଠାତା । ପ୍ରଥମରୁ ହିଁ ନମିତାଙ୍କର ଆଗ୍ରହ ଥିଲା ଗୀତ ପ୍ରତି ଏବଂ ତାଙ୍କୁ ମିଳିଥିଲା ପ୍ରଥମ ଥର 1992 ମସିହାରେ ପ୍ଲାଟଫର୍ମ । ତେବେ ତାଙ୍କର ପ୍ରଥମ ଥର ଅଡିଓ ରିଲିଜ ହୋଇଥିଲା 1992 ମସିହାରେ ।
ତାହା ପରେ ଅନେକ ଶ୍ଳୋକ ଅନେକ ଭଜନ ଏବଂ ଅନେକ ଆଧୁନିକରେ ନିଜର ଯାଦୁକାରୀ ଦେଖାଇଛନ୍ତି । ଆପଣ ତ ନିଶ୍ଚୟ ଜାଣିଥିବେ ପ୍ରଥମେ ସାର୍ଥକ ଟିଭିରେ ତାଙ୍କର ଓନର ଥିଲେ ଅର୍ଥାତ ସାର୍ଥକ ଟିଭିର ଓନର ଥିଲେ୍ ଉଭୟ ସୀତାରାମ ଏବଂ ନମିତା ଅଗ୍ରୱାଲ କିନ୍ତୁ ତାକୁ ଜି କମ୍ପାନିକୁ ବିକ୍ରି କରିଦେିଛନ୍ତି ଏବଂ ଏବେ ଜି କଂମ୍ପାନୀ ଅଣ୍ଡରରେ ମଧ୍ୟ ଅନେକ ଗୀତ ଗାଇଛନ୍ତି ହିନ୍ଦିରେ ।
ବର୍ତ୍ତମାନ ପୁଣି ଥରେ ସିଦ୍ଧାର୍ଥ ଟିଭି ନାମରେ ଏକ ଟିଭି ଲଞ୍ଚ କରିବାକୁ ଯାଉଛନ୍ତି ସେ । ତେବେ ଆଗକୁ ମଧ୍ୟ ଏହି ଟିଭିର ସଫଳତା ଆଶା କରୁଛନ୍ତି ନମିତା ଏବଂ ସୀତାରମ ଅଗ୍ରୱାଲ । ନମିତା ଅଗ୍ରୱାଲଙ୍କ ଦୁଇ ପୁଅ । ଜଣକ ନାଁ ସିଦ୍ଧାର୍ଥ ଅଗ୍ରୱାଲ ଏବଂ ଅନ୍ୟ ଜଣକ ନାଁ ସାର୍ଥକ ଅଗ୍ରୱାଲ । ଦୁଇ ଜଣ ମଧ୍ୟ ସିଦ୍ଧାର୍ଥ ଟିଭିରେ କାମ କରୁଛନ୍ତି ।
ତେବେ ନମିତା ଅଗ୍ରୱାଲ ଏବେ ବି ନିଜର ଗୀତ ଗାଇବା ଜାରି ରଖିଛନ୍ତି । ନମିତ ଅଗ୍ରୱାଲଙ୍କର ସାର୍ଥକ ଟିଭିରେ ଏବଂ ସିଦ୍ଧାର୍ଥ ଟିଭିରେ ଏକ ପ୍ରଡକ୍ସନ ରହିଛି । ଯାହାଦ୍ବାରା କି ନୂଆ ନୂଆ ଚଳଚିତ୍ର ସେ ମାର୍କେଟକୁ ଆଣୁଛନ୍ତି ଏବଂ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ତାଙ୍କ ଚଳଚିତ୍ରକୁ । ତେବେ ଅନେକ ଚଳଚିତ୍ର ଏମିତି ଅଛି କି ଯାହା ଲୋକ ମାନଙ୍କର ହୃଦୟକୁ ବେଶ ଛୁଇଁଛି ଏବଂ ହିଟ୍ ମଧ୍ୟ ହୋଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।