ନାମର ପ୍ରଥମ ଅକ୍ଷର S ଥିଲେ ଜାଣନ୍ତୁ ସେହି ବ୍ୟକ୍ତି ଙ୍କ ଆଗାମୀ ଭବିଷ୍ୟତ କେମିତି ରହିବ ଏବଂ ପ୍ରେମ ସମ୍ପର୍କ କିଭଳି କଟିବ…

ଏହି ସଂସାରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ବା ଜୀବଜନ୍ତୁ ମାନଙ୍କର କିଛି ନା କିଛି ନାମ ରହିଥାଏ ଅର୍ଥାତ ନାମରୁ ହିଁ ଦୁନିଆରେ ସେହି ବ୍ୟକ୍ତିର ପରିଚୟ ମିଳିଥାଏ । ପ୍ରତ୍ୟେକ ବ୍ୟକ୍ତିର ନାମରେ କିଛି ନା କିଛି ପ୍ରଭାବ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି S ନାମ ଥିବା ବ୍ୟକ୍ତି ମାନେ କିପରି ହୋଇଥାନ୍ତି । S ନାମର ଥିବା ବ୍ୟକ୍ତି ମାନେ ଅଧିକାଂଶ ଲୋକ ରାଶି ଚକ୍ର ଅନୁସାରେ କୁମ୍ଭ ରାଶିର ହୋଇଥାନ୍ତି । ଏହା ଇଂରାଜୀର 19 ନମ୍ବର ଲେଟର ଅଟେ । ଏମାନେ କଠିନ ସମୟରେ ନିଜର ରାସ୍ତା ଖୋଜିବା ବଦଳରେ ଏକ ନୂଆ ରାସ୍ତା ପ୍ରସ୍ତୁତ କରି ଦେଇଥାନ୍ତି । ଏମାନଙ୍କୁ କାହାର ସହାନୂଭୂତିର ଆବସ୍ୟକତା ନଥାଏ ଏମାନେ ସିଂହ ସମାନ ସହିତ ହୋଇଥାନ୍ତି ।

ଏମାନେ କାହା ସହ ମଧ୍ୟ ଶତୃତା ରଖିବା ପାଇଁ ପସନ୍ଦ କରନ୍ତି ନାହିଁ । ଏହି ନାମର ବ୍ୟକ୍ତି ନିଜର ପରିଚୟ ନିଜେ ହିଁ ସୃଷ୍ଟି କରିଥାନ୍ତି । ଏମାନେ ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ନିଜର ଛାପ ନିଶ୍ଚିତ ରୂପରେ ପକାଇଥାନ୍ତି । ଦୁନିଆରେ ନିଜର ଅଲଗା ପରିଚୟ ଏବଂ ଖ୍ୟାତି ଏମାନେ ସୃଷ୍ଟି କରିଥାନ୍ତି ।

ଏହା ସହିତ ଏମାନେ ଯଶ ଏବଂ ଖ୍ୟାତିର ପ୍ରିୟ ଅଧିକାରୀ ହୋଇଥାନ୍ତି । ଦୁନିଆର ପ୍ରତ୍ୟେକ ସ୍ଥାନରେ ଏମାନଙ୍କର ଚର୍ଚ୍ଚା ହୋଇଥାଏ । S ନାମର ବ୍ୟକ୍ତି ମାନଙ୍କର ସ୍ୱପ୍ନ ତାଙ୍କୁ ନିଦ ଦେବାକୁ ଦେଇନଥାଏ । ଏମାନେ ନିରନ୍ତର ପରିଶ୍ରମ କରିଥାନ୍ତି ଏବଂ ଗୋଟିଏ ଦିନ ଦୁନିଆରେ ବିଖ୍ୟାତ ମଧ୍ୟ ହୋଇଥାନ୍ତି ।

ଏମାନେ ସମସ୍ତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଗୋଟିଏ ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜର ବଳରେ ହିଁ ସବୁକିଛି ପାଇଥାନ୍ତି । ଏମାନେ ଦେଖାଇ ହେବାରେ କେବେବି ପସନ୍ଦ କରନ୍ତି ନାହିଁ । ଏହା ସହ ଏମାନେ ସର୍ବଦା ବିଶ୍ୱାସନୀୟ ହୋଇଥାନ୍ତି । ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର , ବୁଦ୍ଧିମାନ ଏବଂ ଆକର୍ଷକ ହୋଇଥାନ୍ତି । ଏମାନଙ୍କୁ ଶ୍ରେଷ୍ଟ ଏବଂ ସମ୍ମାନିତ ବ୍ୟକ୍ତି ହେବାର ଇଚ୍ଛା ବହୁତ ହିଁ ଅଧିକ ରହିଥାଏ ।


S ନାମର ବ୍ୟକ୍ତି ବହୁତ ହିଁ ରଚନାତ୍ମକ ହୋଇଥାନ୍ତି । କୌଣସି ମଧ୍ୟ କାର୍ଯ୍ୟକୁ ଏମାନେ ଅଲଗା ଧରଣର କରିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ନିଜର ଲାଇଫର ନିର୍ଣ୍ଣୟ ବହୁତ ହିଁ ବୁଦ୍ଧିମତାର ସହ ନେଇଥାନ୍ତି । ଏମାନେ ନିଜର କଥା କହିବାର ଶୈଳୀ ମାଧ୍ୟମରେ ଅନ୍ୟ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ନେଇଥାନ୍ତି ।

ଏମାନେ ସର୍ବଦା ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଏମାନଙ୍କୁ କେବେବି କାହା ବିଷୟରେ ନେଗେଟିଭ କଥା କହିବା ପାଇଁ ପସନ୍ଦ ହୋଇନଥାଏ । ଏମାନେ ହୃଦୟରୁ ସଫା ହୋଇଥାନ୍ତି । ଏମାନେ ନିଜର ମିତ୍ର ମାନଙ୍କ ପାଇଁ ଖରାପ ସମୟରେ ସର୍ବଦା ଢାଲ ସଦୃଶ ହୋଇଥାନ୍ତି । ବୈବାହିକ ଜୀବନରେ ଏମାନେ ବିଶେଷ ପ୍ରଭାବଶାଳୀ ରହିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment