Odisha News Portal

ଦେଖନ୍ତୁ ଭିଡ଼ିଓ : ନଦୀ ରେ ଭାସି ଯାଉଥିବା ଯୁବକ ନିଜର ଜୀବନ ବଞ୍ଚାଇବାକୁ ଗୁହାରୀ କରିବା ପରେ ଶେଷରେ କ’ଣ ଘଟୁଛି ଦେଖନ୍ତୁ….

ବନ୍ଧୁଗଣ ବିପଦ ସବୁବେଳେ ଅଚାନକ ଭାବରେ ଅସିଥାଏ। ଆଉ ବେଳେବେଳେ ଏହା ଏତେ ଭୟଙ୍କର ରୂପ ନେଇଥାଏ ଯେ ମଣିଷ ଏଥିରେ ବିଚଳିତ ହୋଇ ପଡ଼ିଥାଏ। କିନ୍ତୁ ଯାହାର ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ସେଇପାଇଁ କୁହାଯାଏ ରଖେ ହରି ତ ମାରେ କିଏ। କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ। କୌଣସି ଉପାୟରେ ବି ସେ ରକ୍ଷା କରିବା ପାଇଁ ଚାଲି ଆସିବେ। କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି।

ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ନିକଟରେ ଘଟିଛି ଏବଂ ଏହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।ଏହି ଘଟଣାରେ ମଧ୍ୟ ଭଗବାନ କିଭଳି ଭାବରେ ଦେବଦୂତ ସାଜି ଉଭା ହୋଇ ଜୀବନ ରକ୍ଷା କରୁଛନ୍ତି ଏବଂ ତାଙ୍କ ଆଶୀର୍ବାଦରୁ ଯୁବକ ଜଣଙ୍କ ଜୀବନ ବଞ୍ଚି ଯାଉଛି ତାହାର ଏକ ଜ୍ୱଳନ୍ତ ପ୍ରମାଣ ଏବେ ଦେଖିବାକୁ ମିଳିଛି। ଦେଖିବାକୁ ମିଳିଛି ଯେ ଜଣେ ଯୁବକ ପାଣି ଭିତରକୁ ପଶି ଯାଇଛନ୍ତି ଏବଂ ପାଣିର ପ୍ରବଳ ସ୍ରୋତରେ ସେ ନିଜର ନିୟନ୍ତ୍ରଣ କୁ ହରାଇ ବସିଛନ୍ତି। ସେଠାରେ ଏକ ପଥରକୁ ସେ ଜାବୁଡ଼ି ଧରିଛନ୍ତି ଏବଂ ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଉପସ୍ଥିତ ଥିବା ଲୋକ ମାନଙ୍କୁ ଅନୁରୋଧ କରୁଛନ୍ତି।

ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସେ କହୁଛନ୍ତି ତାଙ୍କୁ ଯେମିତି ବି ହେଉ ବଞ୍ଚାଇ ଦିଅନ୍ତୁ। ଏପଟେ ଲୋକ ମାନେ ସେମାନଙ୍କର ଉପସ୍ଥିତ ବୁଦ୍ଧି ଖଟାଇ ପିନ୍ଧିଥିବା ପୋଷାକ କୁ ଖୋଲି ସେଗୁଡିକୁ ବାନ୍ଧି ବଡ଼ ଦଉଡ଼ି ଭଳି କରି ଯୁବକଙ୍କ ଉପରକୁ ଫିଙ୍ଗୁ ଛନ୍ତି ଏବଂ ତାଙ୍କୁ ଏହା ଧରି ଆସିବାକୁ କହୁଛନ୍ତି। ଯୁବକ ମଧ୍ୟ ବହୁତ ଧ୍ୟାନର ସହିତ ଏହାକୁ ଗୋଟିଏ ହାତରେ ଧରି ଆଉ ଏକ ହାତରେ ପଥରକୁ ଧରିଛନ୍ତି ଏବଂ ସେଠାରୁ ଉପରକୁ ଆସିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। ନିଜର ମନୋବଳ କୁ ଦୃଢ଼ କରି ଯୁବକ ଜଣଙ୍କ ସେଠାରୁ ନିଜ ଜୀବନକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି।

ଶେଷରେ ଦୁଇ ହାତରେ ସେ ଏହି ପୋଷାକରେ ପ୍ରସ୍ତୁତ ଦଉଡ଼ି କୁ ଧରି କୂଳକୁ ଆସିବାରେ ସକ୍ଷମ ହୋଇଛନ୍ତି। ଲୋକ ମାନଙ୍କ ଉପସ୍ଥିତ ବୁଦ୍ଧି ଏବଂ ଯୁବକଙ୍କ ମନୋବଳ ଯୋଗୁଁ ତାଙ୍କର ଜୀବନ ବଞ୍ଚି ଯାଇ ପାରିଛି। ତେବେ ଏ ସମସ୍ତ ଘଟଣାକୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି କ୍ୟାମେରା ରେ ରେକର୍ଡ କରିଥିଲେ।ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଳ୍ପକେ କେମିତି ଯୁବକଙ୍କ ଜୀବନ ବଞ୍ଚି ଯାଇଛି ତାହା ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।