ନବମ ଶ୍ରେଣୀର ପିଲା ୯ ମାସରେ ହେଲେ କୋଟିପତି ଏହି ଓଡ଼ିଆ ପୁଅ ଆୟୁଷ୍ମାନ କିପରି ହେଲେ ଏତେ ଧନୀ ଦେଖନ୍ତୁ

କରନା ମହାମାରୀ ସମୟରେ ସମସ୍ତେ ଘରେ ରହି ଆର୍ଥିକ ସଙ୍କଟ ଏବଂ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ବାଲେଶ୍ବର ର ଜଣେ ଛାତ୍ର ତାଙ୍କ ସମୟ ଏବଂ ବୁଦ୍ଧି କୁ ଭରପୂର ଉପଯୋଗ କରି ଏକ ଦୃଢ଼ ବ୍ୟବସାୟ ତିଆରି କରିଛନ୍ତି ଏବଂ ନିଜକୁ ଏଵଂ ନିଜ ପରିବାରକୁ ସମୃଦ୍ଧ କରିଛନ୍ତି। ତେବେ ଏହି ଛାତ୍ର ଜଣଙ୍କ ବାଲେଶ୍ବର ର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର। ମାତ୍ର ୯ ମାସ ଭିତରେ ଅନଲାଇନ୍ ବ୍ୟବସାୟ ରୁ ସେ ୧ କୋଟି ଟଙ୍କା ରୋଜଗାର କରିଛନ୍ତି। ତେବେ ବାଲେଶ୍ବର ର ଏହି ଛାତ୍ର ଆୟୁଷ୍ମାନ ପାଣିଗ୍ରାହୀ ମାତ୍ର ୯ ମାସ ଭିତରେ ୧ କୋଟି ରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି।

ତେବେ ବାଲେଶ୍ବର ଅଞ୍ଚଳର ରାମଚନ୍ଦ୍ର ମହାଳିକ ଏବଂ ଜୟନ୍ତୀ ପାଣିଗ୍ରାହୀ ଙ୍କ ପୁଅ ଆୟୁଷ୍ମାନ ପାଣିଗ୍ରାହୀ ଅନଲାଇନ୍ ଟ୍ରେଡିଂ ମାଧ୍ଯମରେ ରୋଜଗାର କରିହେବ ବୋଲି ଜାଣିବା ପରେ ତାଙ୍କର ଏଥିପାଇଁ ଆଗ୍ରହ ବଢିଥିଲା। ତାପରେ ସେ ଏକ କମ୍ପାନୀ ମାଧ୍ୟମରେ ଏହି ବିଷୟରେ ଜାଣିବାକୁ ପାଇଲେ। ଗତବର୍ଷ ଡ଼ିସେମ୍ବର ମାସରେ ସେ ଏହି କାମରେ ମନୋନିବେଶ କରିଥିଲେ ଏବଂ କଂପାନୀ ରେ ପାଦ ଥାପିଥିଲେ ଏବଂ ଟ୍ରେଡିଂ କରିବା ଆରମ୍ଭ କରିଥିଲେ। ତେବେ ଏବେ ସେ ସଫଳତାର ସହିତ ଏହି ବ୍ୟବସାୟ କୁ କରି ପାରିଛନ୍ତି। ତେବେ ଏବେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଅନେକ ସଂଖ୍ୟାରେ ଯୁବଗୋଷ୍ଠୀ ଏହି ବ୍ୟବସାୟ ରେ ସାମିଲ୍ ହୋଇଛନ୍ତି।

ତେବେ ଆୟୁଷ୍ମାନ ପାଣିଗ୍ରାହୀ ନିଜର ଏହି ରୋଜଗାର ରୁ ଦୁଇଟି ଦାମୀ କାର କିଣି ତାଙ୍କ ବାପା ମାଆଙ୍କୁ ଉପହାର ଦେଇଛନ୍ତି। ନିଜର ବୁଦ୍ଧି ଏଵଂ ଅଧ୍ୟବସାୟ କୁ ପାଥେୟ କରି ଏହି ବାଳକ ଜଣଙ୍କ ସଫଳତା କୁ ସ୍ପର୍ଶ କରିଛନ୍ତି। କଠିନ ପରିଶ୍ରମ କରି ସେ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ଏପରି ସଫଳତା କୁ ହାସଲ କରି ପ୍ରମାଣ କରି ଦେଇଛନ୍ତି ଯେ ଜୀବନରେ ଚାକିରି କେବଳ ଏକ ବିକଳ୍ପ ନୁହଁ ଟଙ୍କା ରୋଜଗାର କରିବା ପାଇଁ ବରଂ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ମଣିଷ ସଫଳତାର ଶୀର୍ଷରେ ପହଞ୍ଚି ପାରିବ। ତେବେ ଏହି ବାଳକ ଜନଙ୍କ ସେଣ୍ଟ ଥୋମାସ୍ କନଭେଣ୍ଟ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି।

ତେବେ ଆୟୁଷ୍ମାନ ଜଣେ ମେଧାବୀ ଛାତ୍ର ଅଟନ୍ତି।ସେ ଗୀତ ମଧ୍ଯ ଗାଆନ୍ତି ଏବଂ ଅନଲାଇନ୍ ଟ୍ରେଡିଂ ମାଧ୍ଯମରେ ରୋଜଗାର କରିହେବ ବୋଲି ଜାଣିବା ପରେ ସେ ଏ ଦିଗରେ ପାଦ ଥାପିଛନ୍ତି। ମାତ୍ର ୯ ହଜାର ଟଙ୍କାରୁ ସେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ମାତ୍ର ୯ ମାସ ଭିତରେ ସେ ୧ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ତେବେ ଏ ସମ୍ପର୍କରେ ନିଜେ ଆୟୁଷ୍ମାନ ପାଣିଗ୍ରାହୀ ମଧ୍ଯ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଏବଂ କିପରି ସେ ଏ ସଫଳତା କୁ ହାସଲ କଲେ ସେ ବିଷୟରେ ବାଖାନିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment