ଏବେ ଶ୍ରମିକଙ୍କୁ ମଜୁରୀ ଦେବାରେ ବିଳମ୍ବ କଲେ ଦାୟୀ ହେବେ ଜିଲ୍ଲାପାଳ , ଏପରି ଏକ କଥା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନପେରେସିଂ ଜରିଆରେ ଅନୁଷ୍ଟିତ ବୈଠକରେ କହିଥିଲେ କି , କୋଭିଡ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ପାଖରୁ ଆମ ସମସ୍ତଙ୍କ ପାଇଁ ଏକ ଅଦଭୂତ ପୂର୍ବ ଆହ୍ୱାନ ସୃଷ୍ଟି କରିଛି । ଏହା ଦ୍ୱାରା ଗରିବ ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କରି ଗରିବ ଲୋକଙ୍କ ପାଇଁ ଏହି ଖରାପ ସମୟରେ ରୋଜଗାର ନିଶ୍ଚିତ ଆବଶ୍ୟକ ଅଟେ ।
ଏଣୁ ଗରିବ ଲୋକମାନେ କିପରି ଠିକ ରୂପେ ରୋଜଗାର କରିପାରିବେ ଏବେ ଜିଲ୍ଲାପାଳ ସେଥିପ୍ରତି ଧ୍ୟାନ ଦେବା ଉଚିତ । ରୋଜଗାର ଅଭାବରୁ ଯେପରି ରାଜ୍ୟରେ ଗୋଟିଏ ହେଲେ ମଧ୍ୟ ପରିବାର କଷ୍ଟ ପାଇବେ ନାହିଁ ସେଥିପ୍ରତି ଜିଲ୍ଲାପାଳ ଧ୍ୟାନ ଦେବା ଉଚିତ ।
ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ କହିଛନ୍ତି କି ଯେଉଁ ଜିଲ୍ଲା ଗୁଡିକରେ ଲୋକମାନେ କାମ ପାଇଁ ଅନ୍ୟ ରାଜ୍ୟକୁ ପଳେଇ ଯାଉଛନ୍ତି ସେହି ସମସ୍ତ ଜିଲ୍ଲା ଉପରେ ସ୍ୱତନ୍ତ୍ର ଫୋକସ କରାଯିବ ।ଏହି ସମସ୍ତ ଦିଲ୍ଲାରେ ପରିବାର ପିଛା 100 ଟି ମଜୁରୀର ଦିନ ଏବଂ ଅତିରିକ୍ତ ଦେବାକୁ ସରକାର ସ୍ଥିର କରିଛନ୍ତି । ଏହା ସହିତ ଆଗାମୀ ମାର୍ଚ୍ଚ ପୂର୍ବରୁ 1000 ମିସନ ଶକ୍ତି ଗୃହ ଏବଂ ଜାନୁଆରୀ ଶେଷ ସୁଦ୍ଧା ଗୋଟିଏ ଲେଖାେଁ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ ସେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଯୋଗ୍ୟ କି ଆସନ୍ତା ଜାନୁଆରୀ ପହିଲାରୁ ପ୍ରତି ଜିଲ୍ଲାରେ ରୋଜଗାର ଯୋଜନା ସଂପର୍କରେ ମତାମତ ପାଇଁ ସ୍ୱତନ୍ତ୍ର ଭାବରେ ମୋ ସରକାର ସୋଲ କାର୍ଯ୍ୟ କରିବ । ସେହିପରି ସହରାଞ୍ଚଳରେ ରୋଜଗାର ଯୋଜନାରେ ଗରିବ ଲୋକମାନଙ୍କୁ ଗୋଷ୍ଟୀସଂଘ ଓ ମିଶନ ଶକ୍ତି ଜରିଆରେ କାମ ଦିଆଯାଉଛି ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ କି ଗ୍ରାମାଞ୍ଚଳରେ 50 ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଅଦିକ ଜୀବିକା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାୟାଇଛି । ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି କି ମନରେଗା ଓ ରାଜ୍ୟ ସରକାରଙ୍କର ନିଜସ୍ୱ ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 20 କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ।
ମାତ୍ର ଏହି ଦୁଇ ଯୋଜନାରେ ଜୀବିକା ଅର୍ଜନ କରୁଥିବା ଗରିବ ଲୋକମାନଙ୍କୁ ମଜୁରୀ ମିଳିବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ । ତେବେ ଏବେ କୌଣସି ଲୋକମଧ୍ୟ ବେରୋଜଗାର ରହିବେ ନାହିଁ ସମସ୍ତଙ୍କୁ ରୋଜଗାର ପ୍ରଦାନ କରାଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।