Odisha News Portal

ମହିଳା ମାନେ ମଙ୍ଗଳସୂତ୍ର କୁ ଏମିତି ବ୍ୟବହାର କଲେ ସ୍ବାମୀ ଜୀବନରେ ଆସିଥାଏ ମହାବିପଦ !

0 5

ଆଜି ଆମେ ଜାଣିବା ମଙ୍ଗଳସୂତ୍ର କଣ ଏବଂ ଏହାର କିପରି ବ୍ୟବହାର କରିବା ଦ୍ବାରା ସ୍ବାମୀର ଆୟୁଷ ହାନୀ ହୋଇଥାଏ । ଆଉ କଣ କରିବା ଦ୍ବାରା ସ୍ବାମୀର ଆୟୁଷ ବଢିବା ସହିତ ଉନ୍ନତି ମଧ୍ୟ ହୋଇଥାଏ । ହିନ୍ଦୁ ଧର୍ମ ଶାସ୍ତ୍ରରେ ସମସ୍ତ ମହିଳା ମାନଙ୍କୁ ମଙ୍ଗଳସୂତ୍ରର ଏହି ମହିମା ଜାଣିବା ନିହାତି ଆବଶ୍ୟକ । ତେବେ ଆଜିକାଲି ନୁହେଁ ବରଂ କେଉଁ କେଉଁ ଯୁଗରୁ ଅନେକ ପ୍ରକାରର ପରମ୍ପରା ଆମେ ମାନେ ମାନି ଆସୁଅଛୁ । ଆଉ ଏହି ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳସୂତ୍ର ।ହିନ୍ଦୁଧର୍ମ ଶାସ୍ତ୍ରରେ ମଙ୍ଗଳସୂତ୍ରକୁ ବହୁତ ଗୁରୁତ୍ବ ଦିଆଯାଇଛି । ବିବାହିତା ମହିଳା ମାନଙ୍କୁ ସଧବାର ପରିଚୟ ଦେଇଥାଏ ମଙ୍ଗଳସୂତ୍ର । ବିନା ମଙ୍ଗଳସୂତ୍ରରେ କୌଣସି ବି ବିବାହ ବର୍ଜିତ ଅଟେ ।

ଏହାର ଅନେକ ପ୍ରକାର ମହତ୍ବ ମଧ୍ୟ ରହିଛି କିନ୍ତୁ ଆମେ ଓଡିଶାରେ ଅନେକ ଜିଲ୍ଲାର ମଙ୍ଗଳସୂତ୍ରର ବ୍ୟବହାର କରାଯାଏ ନାହିଁ । କାରଣ ଏହି ଜିଲ୍ଲା ମାନଙ୍କରେ ଅନ୍ୟପ୍ରକାରର କଥାମାନ ପ୍ରଚଳିତ ହୋଇଥାଏ । ଯେଉଁ କାରଣରୁ ଏହି ଜିଲ୍ଲା ମାନଙ୍କରେ ମଙ୍ଗଳସୂତ୍ରର ବ୍ୟବହାର କରାଯାଏ ନାହିଁ । ହିନ୍ଦୁ ଧର୍ମଶାସ୍ତ୍ରରେ ଲେଖା ଅଛି କି ହିନ୍ଦୁ ଧର୍ମରେ ସମସ୍ତେ ମଙ୍ଗଳସୂତ୍ର ବ୍ୟବହାର କରିବା ଉଚିତ । ତେବେ ଚାଲନ୍ତୁ ଜାଣିବା କେମିତି ମଙ୍ଗଳସୂତ୍ର ବ୍ୟବହାର କରିବା ଆବଶ୍ୟକ ।


1. କୌଣସି ବି ବିବାହିତା ନାରୀ କାହାଠୁ ବି ମଙ୍ଗଳସୂତ୍ର ମାଗିକି ପିନ୍ଧିବା ବର୍ଜିତ ଅଟେ । ଆଉ ନିଜର ମଙ୍ଗଳସୂତ୍ର କାହାରିକୁ ମଧ୍ୟ ଦେବା ଉଚିତ ନୁହେଁ । ଏମିତି କରିବା ଦ୍ବାରା ସ୍ବାମୀର ଆୟୁଷ କମ୍ ହୋଇଥାଏ । ଭଲପାଇବା କମି ଯାଇଥାଏ ଏବଂ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ ।

2. ବିବାହିତା ମହିଳା ପାଇଁ ଶଙ୍ଖା ସିନ୍ଦୁର ଭଳି ମଙ୍ଗଳସୂତ୍ର ମଧ୍ୟ ବହୁତ ଅଧିକ ଜରୁରି ହୋଇଥାଏ । ତେଣୁ ସ୍ବାମୀର ମଙ୍ଗଳକାମନା ପାଇଁ ଗଳାରେ ମଙ୍ଗଳସୂତ୍ର ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହାମଧ୍ୟ କୁହାଯାଏକି ମଙ୍ଗଳସୂତ୍ର ବିବାହିତ ଜୀବନରୁ ନଜର ଦୋଷ ଦୂର କରିଥାଏ ।

3. ସବୁବେଳେ ମଙ୍ଗଳସୂତ୍ରର ମାଳି ଗୁଡିକ କଳା ରଙ୍ଗର ହେବା ଉଚିତ । କାରଣ କଳାରଙ୍ଗ ସମସ୍ତ ଖରାପ ଦୋଷରୁ ମୁକ୍ତି ଦେଇଥାଏ । ଏହି କାରଣରୁ ମଙ୍ଗଳସୂତ୍ରରେ କଳା ମାଳିର ଉପଯୋଗ କରାଯାଏ । ଯେପରିକି ଦାମ୍ପତ୍ୟ ଜୀବନରେ କାହାର ବି ଖରାପ ନଜର ନଲାଗେ ।

4. ମଙ୍ଗଳସୂତ୍ର ଗଳାରୁ କାଢିବା ବର୍ଜନୀୟ ଅଟେ । ବିବାହ ସମୟରେ ସ୍ବାମୀ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇଥାଏ ତାହାକୁ କୌଣସି ବି ପରିସ୍ଥିତିରେ ଖୋଲିବା ବର୍ଜିତ ଅଟେ ।


5 ଯେଉଁ ସ୍ତ୍ରୀ ନିଜ ସ୍ବାମୀର ନାଁରେ ମଙ୍ଗଳସୂତ୍ର ପିନ୍ଧିଥାଏ ତାଙ୍କର ସ୍ବାମୀର ବହୁତ ଲମ୍ବା ଆୟୁଷ ହୋଇଥାଏ ।

6. ମଙ୍ଗଳସୂତ୍ରରେ ସୁନା ରହିବା ନିହାତି ଆବଶ୍ୟକ ।

7. ମଙ୍ଗଳସୂତ୍ର ଗଳାରୁ ହଠାତି ଛିଣ୍ଡି ଯିବା ଅଶୁଭ ହୋଇଥାଏ ଏବଂ ଏହା କୌଣସି ଦୁର୍ଘଟଣାର ସଂକେତ ହୋଇଥାଏ ।


8. ଅନେକ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ । ମଙ୍ଗଳସୂତ୍ର ରୋଗର ପ୍ରତିରୋଧକ ଭାବରେ ମଧ୍ୟ କାମ କରିଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।