ଆଜି ଆମେ ଆପଣ ମାନଙ୍କୁ କହିବୁ କି କିପରି ସିନ୍ଦୁର ନାଇଲେ ଆପଣଙ୍କ ସ୍ୱାମୀଙ୍କ ଉପରେ ତାହାର କିପରି ପ୍ରଭାବ ପଡିଥାଏ । ସିନ୍ଦୁରକୁ ବିବାହ କାର୍ଯ୍ୟରେ ସର୍ବଶ୍ରେଷ୍ଟ ମାନ୍ୟତା ଦିଆଯାଇଥାଏ । ମହିଳା ମାନଙ୍କର ମଥାର ସିନ୍ଦୁରରୁ ହିଁ ପରିଚୟ ମିଳିଥାଏ କି ସେ ସଧବା କି ନୁହନ୍ତି । ଏହି ସିନ୍ଦୁର ପ୍ରତ୍ୟେକ ନାରୀ ନିଜର ସ୍ୱାମୀର ଲମ୍ବା ଆୟୁଷ ପାଇଁ ମଥାରେ ନାଇଁଥାନ୍ତି । ତେବେ ସିନ୍ଦୁରର ବିଧା ବିଧାନ ଏହା କୁହେ କି ଯେଉଁ ନାରୀ ନିଜର ମଥାର ମଝି ସିତାରେ ସିନ୍ଦୁର ଯେତେ ଲମ୍ବା ଟାଣିଥାନ୍ତି ତେବେ ତାଙ୍କର ସ୍ୱାମୀଙ୍କର ସମାଜରେ ସେତେ ପ୍ରତିଷ୍ଟା ପ୍ରାପ୍ତି ହୋଇଥାଏ ।
ରୋଜଗାରରେ ବୃଦ୍ଧି ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀର ସଂପର୍କରେ ନିବିଡତା ସେତେ ଦେଖିବାକୁ ମିଳିଥାଏ । ଏହା ସହ ଭଲପାଇବା ମଧ୍ୟ ସେତେ ନିବିଡ ହୋଇଥାଏ । ୟେଉଁ ନାରୀ ମାନେ କର ସିତୀଳିରେ ସିନ୍ଦୁର ନାଇଥାନ୍ତି ତାଙ୍କ ସଂପର୍କରେ ଦୂରତ୍ୱ ବଢିଥାଏ ।
ଯେଉଁ ନାରୀ ମଥାରେ ଲୁଚାଇଲା ଊଳି ସିନ୍ଦୁର ପିନ୍ଧିଥାନ୍ତି ତାଙ୍କର ସ୍ୱାମୀର ପ୍ରତିଷ୍ଟା ଏବଂ ସମ୍ମାନରେ ଆଞ୍ଚ ଆସିଥାଏ । ସମାଜରେ ତାଙ୍କ ସ୍ୱାମୀଙ୍କର ସମ୍ମାନ ହ୍ରାସ ପାଇଥାଏ । ବୈବାହିକ ସଂପର୍କ କ୍ଷଣ ହୋଇଥାଏ , କୁହାଯାଏ କି ସିନ୍ଦୁର ନାଇଁବା ସମୟରେ ଯଦି କିଛି ସିନ୍ଦୁର ନାକ ଉପରେ ଝଡି ପଡିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ।
ଅନେକ ମହିଳା ମାନେ ପ୍ରଶ୍ନ କରିଥାନ୍ତି କି ବଜାରରେ ମିଳୁଥିବା ଲିକୁଇଡ ସିନ୍ଦୁର ଶୁଭ ହୋଇଥାଏ , କାହିଁକିନା ସିନ୍ଦୁର ମାତ୍ରକେ ହିଁ ଶୁଭ ତାହା ଝୁରା ହେଉ କି ଲିକୁଇଡ ସିନ୍ଦୁର ହେଉ । ଯେହେତୁ ସିନ୍ଦୁର ଏକ ପବିତ୍ର ଜିନିଷ ହୋଇଥାଏ ତେଣୁ ଏହାକୁ ଅପବିତ୍ର ସମୟରେ ପିନ୍ଧିବା ଉଚିତ ହୋଇନଥାଏ । ତେଣୁ ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ ଏହି ସିନ୍ଦୁର ନାଇଁବା ବର୍ଜିତ ଅଟେ ।
ଯେଉଁ ନାରୀ ପିଲା ଜନ୍ମ ଦେଇଥାନ୍ତି ସେମାନେ ବାର ଦିନ ପର୍ଯ୍ୟନ୍ତ ସିନ୍ଦୁର ନାଇଁବା ଉଚିତ ନୁହେଁ । ଘରେ ପୂଜା କରୁଥିବା ମହିଳ ମାନେ ଠାକୁର ପୂଜା ଆଗରୁ ସିନ୍ଦୁର ନାଇପାରିବେ ଏବଂ ପରେ ମଧ୍ୟ ସିନ୍ଦୁର ନାଇ ପାରିବେ । ମାତ୍ର ବିଶେଷ ପରୂଜା , ପର୍ବପର୍ବାଣିରେ ସଜବାଜ ହୋଇ ସିନ୍ଦୁର ପିନ୍ଧିବା ବିଧେୟ ହୋଇଥାଏ ।
ତେଣୁ ଯେଉଁ ମହିଳା ମାନେ ଏମିତି ସିନ୍ଦୁର ପିନ୍ଧୁଛନ୍ତି ତେବେ ତାଙ୍କ ପାଇଁ ଶୁଭ ଅଟେ ଏବଂ ଯେଉଁ ମହିଳା ମାନେ ଏପରି ସିନ୍ଦୁର ନାଉଁ ନାହାନ୍ତି ତେବେ ସେମାନେ ଏହିପରି ସିନ୍ଦୁର ନାଇଁବା ପାଇଁ ଚେଷ୍ଟା କରନ୍ତୁ । କାରଣ ଏହା ଦ୍ୱାରା ଆପଣଙ୍କର ସ୍ୱାମୀଙ୍କର ବହୁତ ଲାଭ ହୋଇଥାଏ ଏବଂ ତାଙ୍କର ଶୁଭ ମଧ୍ୟ ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।