Odisha News Portal

ନାରୀ ଓ ପୁରୁଷ ଙ୍କ ହାତରେ ଯଦି ଅଛି M ଚିହ୍ନ , ତେବେ ଆପଣ ବହୁତ ଭାଗ୍ୟବାନ ! ଜାଣନ୍ତୁ ବ୍ୟକ୍ତିତ୍ବ ସମ୍ପର୍କରେ ….

ନାରୀ ଓ ପୁରୁଷ ଯଦି ହାତରେ ଅଛି ଇଂରାଜୀ ଅକ୍ଷର M ର ଚିହ୍ନ ତେବେ ଆପଣ ହେଉଛନ୍ତି ବହୁତ ଭାଗ୍ୟବାନ । ହସ୍ତରେଖା ଶାସ୍ତ୍ର ଅନୁସାରେ ହାତ ପାପୁଲିରେ ଥିବା ରେଖା ବା ଚିହ୍ନରୁ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି କଥା ଜଣାପଡିଥାଏ । ହାତ ପାପୁଲିରେ ଥିବା ରେଖା ମାନେ ବ୍ୟକ୍ତିଙ୍କର ଭୂତ ଓ ଭବିଷ୍ୟତ ସଂପର୍କରେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କର ହାତ ପାପୁଲିରେ ବିଭିନ୍ନ ପ୍ରକାର ରେଖା ଏବଂ ଚିହ୍ନମାନ ସୃଷ୍ଟି ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଚିହ୍ନର ଅଲଗା ଅଲଗା ମହତ୍ବ ବିଷୟରେ ବର୍ଣ୍ଣନା କରାଯାଇଅଛି । ପ୍ରତ୍ୟେକ ଲୋକଙ୍କ ହାତର ପାପୁଲିରେ ଏକ ଜୀବନ ରେଖାର ଚିହ୍ନ ରହିଥାଏ । ଯାହାର ସମ୍ବନ୍ଧ ବ୍ୟକ୍ତିଙ୍କର ଆୟୁଷ ସହିତ ସଂଯୁକ୍ତ ହୋଇଥାଏ । କିଛି ଲୋକ ମାନଙ୍କର ଏହି ଜୀବନ ରେଖାକୁ ସଂଯୁ୍କ୍ତ ହୋଇ ଏହି ଇଂଜାରୀ ସଦୃଶ M ଚିହ୍ନ ସୃଷ୍ଟି ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତ ପାପୁଲିରେ ଏହି ଭଳି M ଚିହ୍ନ ରହିଥିବା ବ୍ୟକ୍ତିମାନେ ହେଉଛନ୍ତି ବହୁତ ଭାଗ୍ୟଶାଳୀ । ତେବେ ଆଜିର ଏହି ଲେଖା ମାଧ୍ୟମରେ ଆମେ ଜାଣିବା ଏହି ଭାଗ୍ୟଶାଳୀ ଲୋକମାନଙ୍କର ସ୍ବଭାବ ଏବଂ ଆଗାମୀ ଭବିଷ୍ୟତ ବିଷୟରେ ।


1. ଯେଉଁ ବ୍ୟକ୍ତିମାନଙ୍କର ପାପୁଲିରେ M ଚିହ୍ନ ରହିଥାଏ ସେମାନେ ଭବିଷ୍ୟତକୁ ନେଇ ବହୁତ ସଜାଗ ରହିଥାନ୍ତି । ଏହି କାରଣରୁ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାରେ ବହୁତ ସମ୍ଭବାନା ଥାଏ । ଏମାନେ କୌଣସି ବି କାର୍ଯ୍ୟରେ ହାର ମାନିନଥାନ୍ତି ।ଏମାନଙ୍କର ଦୃଢମନୋବଳ ହିଁ ଏମାନଙ୍କୁ ସଫଳତାର ଶୀର୍ଷରେ ବହୁତ ସିଘ୍ର ପହଞ୍ଚାଇ ଥାଏ ।

2. ଏହି ବ୍ୟକ୍ତିମାନେ ଭଲ ନେତା ସ୍ବଭାବର ହୋଇଥାନ୍ତି । ଏମାନଙ୍କର ଛୋଟବେଳୁ ସ୍ବପ୍ନ ରହିଥାଏ କି କୌଣସି ଏକ ବଡ ରାଜନୈତିଜ୍ଞ ହେବା ପାଇଂ ଏବଂ ଏମାନେ ସେହି ସ୍ବପ୍ନକୁ ପୂରଣ କରିଥାନ୍ତି । ଆଉ ବଡ ହୋଇ ରାଜନୈତିକ ପଦ ମଧ୍ୟ ହାସଲ କରିଥାନ୍ତି ।

3. ଏହି ଚିହ୍ନ ଥିବା ବ୍ୟକ୍ତି ମାନଙ୍କର କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ । ଏମାନେ ବିଶ୍ବ ପ୍ରସିଦ୍ଧ ଚିତ୍ରକାର ,ଲେଖକ ଏବଂ ସାହିତ୍ୟକ ହୋଇଥାନ୍ତି । ଭବିଷ୍ୟତରେ ଏହି ବ୍ୟକ୍ତିମାନଙ୍କ ପାଖରେ ଟଙ୍କାର ଆଭାବ ରହିନଥାଏ ।


4. ପାପୁଲିରେ M ଚିହ୍ନ ଥିବା ବ୍ୟକ୍ତି ମାନଙ୍କର ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ରହିଥାଏ । ଆଉ ପରସ୍ପର ମଧ୍ୟରେ ଭଲ ସମ୍ବନ୍ଧ ମଧ୍ୟ ରହିଥାଏ । ଏମାନଙ୍କର ମଧୁର କଥା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏହି କାରଣରୁ ଏହି ଲୋକମାନଙ୍କର ଅଧିକ ବନ୍ଧୁ ମଧ୍ୟ ରହିଥାନ୍ତି ।

5.ଏହି ବ୍ୟକ୍ତିମାନେ କୌଣସି ପ୍ରକାର ପରିବର୍ତ୍ତନରେ ବିଚଳିତ ହୋଇ ନଥାନ୍ତି ।ଏହି ବ୍ୟକ୍ତିମାନେ ଜୀବନରେ ଆସୁଥିବା ପ୍ରତ୍ୟକ ସମସ୍ୟାକୁ ସହଜରେ ସ୍ବିକାର କରିଥାନ୍ତି ଏବଂ ଏହାକୁ ସାମ୍ନା କରିବାରେ ମଧ୍ୟ ସଫଳ ହୋଇଥାନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।