Odisha News Portal

ନାରୀ ମାନେ ସକାଳେ ଏମିତି କାର୍ଯ୍ୟ କରିବା ଦ୍ୱାରା କେବେବି ଧନର ଅଭାବ ରହେ ନାହିଁ

0 2

ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ ପତ୍ନୀ ମା ଏବଂ ଘରର ମହିଳା ଭାବରେ ଘରେ ସମସ୍ତ ପ୍ରକାର ଭାରକୁ ତୁଲାଇଥାନ୍ତି ଏହି ମହିଳା ମାନେ । ବିଶେଷ କରି ବିବାହ ପରେ ସେମାନଙ୍କ ଉପରେ ବହୁତ ସାରା ଦାୟିତ୍ୱ ରହିଥାଏ । ଦାୟିତ୍ୱ ସହ ତାଙ୍କର ପ୍ରତିଟି କାର୍ଯ୍ୟ ପାଇଁ ତାଙ୍କର ପରିବାରକୁ ଭରଣ କରିବାକୁ ପଡେ । ତେଣୁ କୁହାଯାଏ କି ନାରୀ କେବେବି କୌଣସି କାମ ଏମିତି କରିବା ଅନୁଚିତ ଯାହା ନିୟମ ବାହାରେ ରହିଥାଏ । କାହିଁକିନା ଏହାର ସିଧାସଳଖ ପ୍ରଭାବ ଘର ଏବଂ ସ୍ୱାମୀ ଉପରେ ପଡିଥାଏ ।

ଭରଣ ମାନସିକ ତଥା ଆର୍ଥିକ ପରିସ୍ଥିତିକୁ ନାରୀ ମାନଙ୍କ କିଛି ସ୍ୱତନ୍ତ୍ର କାମ ସେମାନଙ୍କୁ ପ୍ରଭାବିତ କରିଥାଏ । ନାରୀ ମାନେ ଯଦି କିଛି ଖାସ କାମ କରନ୍ତି ତେବେ ସେମାନଙ୍କର କେବେବି ଅଭାବ , ଅସୁବିଧା ରହିବ ନାହିଁ ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି କଥା ବିଷୟରେ କହିବୁ , ଯାହାକୁ ଆପଣ ମାନେ ଧ୍ୟାନ ସହକାରେ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କାମ ଯାହାକୁ ନାରୀ ମାନେ ସକାଳୁ ଉଠି କରିବା ଦ୍ୱାରା ଘରେ ଧନର ଅଭାବ ରହେ ନାହିଁ ।ଯଦି ଜଣେ ବିବାହିତା ନାରୀ ଆଳସ୍ୟର ବଶବର୍ତ୍ତୀ ହୋଇଥାଏ ତେବେ ତାଙ୍କ ଘରେ ଲକ୍ଷ୍ମୀଙ୍କର ବାସ ହୋଇନଥାଏ ।

ଏହା ସହ ତାଙ୍କ ଘରେ କେବେବି ସୁଖ ଶାନ୍ତି ମଧ୍ୟ ରହିନଥାଏ । ତେଣୁ ଏଥିରୁ ତ୍ରାହି ପାଇବା ପାଇଁ ନାରୀ ମାନଙ୍କୁ ଏହି ସମସ୍ତ କାମ କରିବା ପାଇଁ ପଡିବ । ବିବାହିତା ନାରୀ ସୂର୍ଯ୍ୟଉଦୟ ସମୟରେ ସମସ୍ତ ନିତ୍ୟକ୍ରମ ସାରି ଚଉରାରେ ଜଳ ଅର୍ପଣ କରିବା ଆବଶ୍ୟକ । ସକାଳ ସମୟରେ ହିଁ ଭଗବାନଙ୍କର ଆରାଧନା କରି ଖରା ଆସିବା ପୂର୍ବରୁ ପୂଜା କାର୍ଯ୍ୟ ସାରିବା ଦରକାର । ଏହା ପରେ ପୂଜା କାର୍ଯ୍ୟ ସାରି ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରିବା ଦରକାର । ପତି ଏବଂ ଅନ୍ୟ ଗୁରୁଜନ ମାନଙ୍କ ସେବା କରୁଥିବା ନାରୀ ଉପରେ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି ।

ତେବେ ସର୍ବଦା କଳହ ଏବଂ ବିବାଦରୁ ଦୂରେଇ ରହୁଥିବା ନାରୀ ମାନଙ୍କ କ୍ଷେତ୍ରରେ ଧନ ଅଧିକା ରହିଥାଏ । ସେମାନଙ୍କର ପରିବାରରେ କେବେ କୌଣସି ଜିନିଷକୁ ନେଇ କରି ଅଭାବ ରହିନଥାଏ । ପରିବାର ଗୁରୁଜନ ଲୋକ ଖାଇ ସାରିବା ପରେ ଯେଉଁ ନାରୀ ଖାଇଥାଏ ତାହାର ପେଟ କେବେ ମାତା ଲକ୍ଷ୍ମୀ ଖାଲି ରଖନ୍ତି ନାହିଁ । ମାତା ଲକ୍ଷ୍ମୀ ସର୍ବଦା କର୍ମଠ ନାରୀକୁ ପସନ୍ଦ କରନ୍ତି । ଯଦି କୌଣସି କାରଣ ପାଇଁ ନାରୀ ଠକିବା ପାଇଁ ଚେଷ୍ଟା କରନ୍ତି ତେବେ ମାତା ଲକ୍ଷ୍ମୀ ସେମାନଙ୍କ ଉପରେ କୋପ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।