Odisha News Portal

ନଦୀରେ କେମିତି ପଡିଲେ ପତ୍ନୀ, ପ୍ରକୃତ ଘଟଣା କହିଲେ ସ୍ବାମୀ ଅମ୍ଳାନ…ଶୁଣିବା ପରେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ….

0 2

ଓଲିଉଡ ଅଭିନେତା ଅମ୍ଳାନ ଦାସଙ୍କୁ ତ ଆପଣ ମାନେ ବହୁତ ଭଲ ଭବାରେ ଜାଣିଥିବେ । ତେବେ ଅମ୍ଲନାଙ୍କ ପତ୍ନୀ ଭୂମିକା ନଦୀରେ ପଡିଯିବା ଘଟଣାରେ ସ୍ବାମୀ ଅମ୍ଲାନଙ୍କ ପ୍ରତିକ୍ରିୟା ବର୍ତ୍ତମାନ ହସ୍ତଗତ ହୋଇଛି । ଭୂମିକା ଙ୍କୁ ଉଦ୍ଧାର କରା ଯିବା ପରେ କଟକ ପେଜ୍‌-2 ଥାନାରେ ଦୀର୍ଘ ସମୟ ଧରି ଥିଲେ । ଆଉ ସ୍ବାମୀ ଅମ୍ଲାନ ମଧ୍ୟ ଥାନାରେ ବହୁ ସମୟ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ତେବେ ଥାନାରୁ ବାହାରିବା ପରେ ଅଭିନେତା ଅମ୍ଲାନ ଦାସ କହିଛନ୍ତି ଯେ, ଗତ କାଲି ଦୀପାବଳି ଥିଲା ଏବଂ ଘରେ ପୂଜା ମଧ୍ୟ ହୋଇ ଥିଲା ।

ଆଉ ତା ପରେ ପୂଜା ସାମଗ୍ରୀ ବିସର୍ଜନ କରିବା ପାଇଁ ସେ ଏବଂ ତାଙ୍କ ପତ୍ନୀ ଭୂମି୍କା ଏକାଠି ମିଶି ମହାନଦୀ ନୂଆପାଟଣା ବ୍ରିଜକୁ ଯାଇ ଥିଲେ । କିନ୍ତୁ ଗାଡିରୁ ଓହ୍ଲାଇ ତାଙ୍କ ପତ୍ନୀ ଭୂମି୍କା ଫୁଲ ପକାଇବା ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଲା, ତେଣୁ ତାଙ୍କ ଗୋଡ ଖସି ଗଲା ।

ତେବେ ପାରିବାରିକ କଳହକୁ କଥାକୁ ଅଭିନେତା ଅମ୍ଲାନ ଦାସ ,ସଂମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏମିତି କିଛି ବି ହୋଇ ନାହିଁ । ତେବେ ସେ ଆହୁରି ମଧ୍ୟ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତ ଯେ ସେ ମଧ୍ୟ ତାଙ୍କ ପତ୍ନୀଙ୍କୁ ପାଣି ବା ନଦୀରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ହାତ ସ୍ଲିପ୍ କରି ଯାଇ ଥିଲା ଏବଂ ତାଙ୍କ ହାତ ମଧ୍ୟ ଖଣ୍ଡିଆ ହୋଇ ଯାଇଛି ।


ତେବେ ଅଭିନେତା ଅମ୍ଲାନ ଦାସ ତାଙ୍କର ପାରିବାରିକ କଳହକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି । ଏହା ସହିତ ଅମ୍ଲାନ ଦାସ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପତ୍ନୀ ଭୂମିକା ଟିକେ ସୁସ୍ଥ ହେବା ପରେ ତାଙ୍କୁ ଆପଣ ମାନେ ସବୁ କଥା ପଚାରିଲେ, ସେ ସବୁ କହିବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଘରୋଇ କଳହ କି ତାଙ୍କ ଗୋଡ ସତରେ ସ୍ଲିପ କରି ଯାଇ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ । ଯାହା ବର୍ତ୍ତମାନ ର ଗୋଟିଏ ବହୁତ ବଡ ପ୍ରଶ୍ନବାଚୀ ହୋଇ ରହିଛି । ଆଉ ଆଗକୁ କେବଳ ଦେଖିବା ପାଇଁ ରହିଲା ଯେ ଅଭିନେତା ଅମ୍ଲାନ ଦାସ ପ୍ରକୃତରେ ସତ କହୁଛନ୍ତି ନାଁ ମିଛ ?

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ବରିଷ୍ଠ ତଥା ଆଗ ଧାଡିର ସଫଳ ଅଭିନେତା ହେଉଛନ୍ତି ମିହିର ଦାସ । ଆଉ ଅମ୍ନାନ ଦାସ ହେଉଛନ୍ତି ମିହିର ଦାସଙ୍କ ପୁଅ କିନ୍ତୁ ଅମ୍ଳାନ ତାଙ୍କ ବାପାଙ୍କ ପରି ଓଲିଉଡରେ ନାଁ କରି ପାରିନାହିଁନ୍ତି । ତାଙ୍କର ସବୁ ଫିଲ୍ମ ଫ୍ଲପ୍ ହେବା ପରେ ସେ ଆଉ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।