Odisha News Portal

ନବୀନ କଲେ ବଡ ଷୋଘଣା ଛାତ୍ରଛାତ୍ରୀ ମାନଙ୍କ ପାଇଁ ! ଜାନୁଆରୀ ପ୍ରଥମ ସପ୍ତାହରେ ଖୋଲିବ ସ୍କୁଲ କଲେଜ ! ସ୍କୁଲରେ ପାଠ ପଢୁଥିଲେ ନିଶ୍ଚିତ ପୋଷ୍ଟଟି ପଢନ୍ତୁ…..

ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପିଲା ମାନଙ୍କ ପାଇଁ ଏକ ବହୁତ ବଡ ଖବର ନେଇ କରି ଆସିଛନ୍ତି । ସ୍କୁଲ ପିଲା ମାନଙ୍କ ପାଇଁ ଆସିଛି ବଡ ଖବର , ତେବେ ଖବରଟି ହେଉଛି ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର । ବିଜେଡି ରାଜ୍ୟ ପରିଷଦରେ ନବୀନଙ୍କର ଉଦବୋଧନ ସରକାରୀ ସ୍କୁଲରେ ପିଲା ମାନଙ୍କୁ ପାଠ ପଢେଇବା ପାଇଁ ଅଭିଭାବକଙ୍କ ମନରେ ଆଗ୍ରହ ବଢାଇବ । ରାଜ୍ୟ ବୈଠକ ପରିଷଦରେ ଯେଉଁ ପ୍ରସ୍ତାବ ଆସିଛି ତା ମଧ୍ୟରୁ ସବୁଠୁ ବଡ ପ୍ରସ୍ତାବଟି ହେଉଛି ସରକାରୀ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଏବଂ ଇଂଞ୍ଜିନିୟରିଂ କଲେଜର ସିଟ ସଂରକ୍ଷଣ ।

ତେବେ ଲଗାତାର ଭାବରେ ସରକାରୀ ସ୍କୁଲରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମୁଁହ ଫେରାର ନେଉଥିବା ବେଳେ ଏଭଳି ପ୍ରସ୍ତାବ ଏବେ ପୁଣି ଥରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି କଥାଟି ଏବଂ କଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଧକ୍ଷତାରେ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଥିଲା । ଯେଉଁଥିରେ ନବୀନ ସରକାର ଐତିହାସିକ ଘୋଷଣା କରିଛନ୍ତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ।

ଡାକ୍ତରୀ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ଏନଇଟି ଏବଂ ଜେଇ ପରି ଏକକ ପରୀକ୍ଷା ପରିବର୍ତ୍ତନ ପରେ ଓଡିଶାର ସରକାରୀ ହାଇସ୍କୁଲ କଲୋଜ ମାନଙ୍କର ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଏପରିକି ଗ୍ରାମଞ୍ଚଳର ଛାତ୍ରଛାତ୍ରୀ ମାନେ ସ୍ୱତନ୍ତ୍ର ତାଲିମ ବାଦ ମଧ୍ୟ ଦେଖୁଛନ୍ତି । ତେବେ ଏହି ତାଲିମ ପାଇଁ କୋଚିଂ ସେଣ୍ଟରର ଆବଶ୍ୟକତା ରହିଛି ଯାହାକି ଗ୍ରାମାଞ୍ଚଳରେ ସମ୍ଭବପର ନୁହେଁ । ତେଣୁ ଡାକ୍ତରୀ ଏବଂ ଇଞ୍ଜିଂନିୟରିଂରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମିଳିବ ସଂରକ୍ଷଣ ସୁବିଧା ।

ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହା ଲାଗୁ ମଧ୍ୟ ହେବ । ନିଷ୍ପତ୍ତି କରିବା ତରଫରୁ ଉଚ୍ଚ ଶିକ୍ଷା କମିଟି ଗଠନ ହେବ । ହାଇକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତି କମିଟି ଅଧ୍ୟକ୍ଷ ଭାବେ ରହିବେ ।

ତେବେ ଏହା ଉପରେ ସୂଚନା ଦେବେ ଉଚ୍ଚ ଶିକ୍ଷା ଅଧ୍ୟକ୍ଷର କମିଟି ସୁପାରିଶକୁ ଆଗାମୀ ଶିକ୍ଷାବର୍ଷକୁ କାର୍ଯ୍ୟକାରୀ କରାଯିବ । ଏହା ଛଡା ସରକାରୀ ସ୍କୁଲରେ ପାଠପଢୁଥିବା ପିଲାମାନଙ୍କ ପାଇଁ ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଥିବା ଡାକ୍ତରୀ , ଇଞ୍ଜିନିୟରିଂ ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଟାନରେ ସଂରକ୍ଷଣ ମିଳିବ । ଯେଉଁ କଥାକୁ ନେଇ ରାଜ୍ୟ କ୍ୟାବିନେଟରେ ଏକ ସଂଙ୍କଳ୍ପ ଗୃହୀତ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।