Odisha News Portal

ଦେଖନ୍ତୁ ଭିଡିଓ ଭାଇରାଲ ହେବାରେ ଲାଗିଛି ଏଲିନା ଓ ଭୂମିକାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସେୟାରେ ହେବାରେ ଲାଗିଛି

ସରିବାକୁ ଯାଉଛି 2020 , ଆରମ୍ଭ ହେବ ନବବର୍ଷ 2021 । 2020 ବର୍ଷଟି ସମସ୍ତଙ୍କ ପାଇଁ ବହୁତ ଖରାପରେ ବିତିଛି , କାରଣ କରୋନା ମହାମାରୀ ପାଇଁ ଏହି 2020 ରେ ସମସ୍ତେ ନିଜର ମନଇଚ୍ଛା କାମ କରିପାରିନାହାନ୍ତି । ସର୍ବଦା ଘରେ ରହିକରି ସମୟ ବିତାଇଛନ୍ତି ତେବେ ଏହା ମଧ୍ୟ ଭଲ ହେଲା କି ସମସ୍ତେ ଘରି ରହି ସମୟ ବିତାଇଛନ୍ତି ମାତ୍ର ବହୁତ ଦିନ ଘରେ ରହିଲେ ମଧ୍ୟ ଆମକୁ ଭଲ ଲାଗେ ନାହିଁ । ତେବେ ଯାହା ହେଲେ ମଧ୍ୟ ଏହି ବର୍ଷଟି ବିତିଯାଇଛି ତେବେ ଆସିବାକୁ ଯାଉଛି ନବବର୍ଷ 20201 ।

ତେବେ ଏହି ନୂତନ ବର୍ଷକୁ ଆରମ୍ଭ କରିବା ପାଇଁ ଆମେ ମାନେ ବହୁତ ଯୋଜନା ବା ପ୍ଲାନ କରିଥାଉ କିପରି ଏହି ନୂଆ ବର୍ଷର ଆରମ୍ଭ ଭଲ ରହିଲେ ଆମେ ମାନେ ସେହି ପୂରା ବର୍ଷଟିକୁ ଭଲରେ କଟିବୁ । ପ୍ରତିବର୍ଷ ନୂଆ ବର୍ଷ କୁ ଉପଭୋଗ କରିବା ପାଇଁ ସାଙ୍ଗ ମାନଙ୍କ ସହିତ ପିକନିକ କରିବା ପାଇଁ ଯାଉଥିବେ।

ସେଠାରେ ବଣଭୋଜି କରୁଥିବେ,ସମସ୍ତେ ମିଶି ସେଲ୍ଫି ନେଉଥିବେ, ଗୀତ ବଜେଇ ସାଙ୍ଗ ମାନଙ୍କ ସହିତ ନାଚୁଥିବେ। ଏହି ଭଳି ଭାବରେ ହସ ଖୁସିରେ ନୂଆବର୍ଷକୁ ସ୍ୱାଗତ କରୁଥିବେ । ମାତ୍ର ଏଥର ସେପରି କରିପାରିବେ ନାହିଁ କାରଣ ଏହି କରୋନା ମହାମାରୀ ପାଇଁ ଏ ବର୍ଷ ନୂଆବର୍ଷର ଗୋଟିଏ ଦିନରେ ସରକାର କଟକଣା ଜାରି କରିଛନ୍ତି , ତେବେ ତାହା ମଧ୍ୟ ସରକାର ଆମ ମାନଙ୍କ ଭଲ ପାଇଁ ମଧ୍ୟ ଜାରି କରିଛନ୍ତି ।

ଆମେ ଆପଣ ମାନଙ୍କୁ ଆସୁଥିବା ନବବର୍ଷ ବା 2021 ପାଇଁ ଅଭିନନ୍ଦନ ଜଣାଉଛୁ , ଏହି ନୂତନ ବର୍ଷ 2021 କୁ ସମସ୍ତେ ବହୁତ ହସ ଖୁସିରେ ଦିନ ଗୁଡିକ କାଟନ୍ତୁ । ତେବେ ଏହି ନବବର୍ଷରେ ଆମର ଓଡିଆ କଳାକାର ମାନେ କିପରି ସ୍ୱାଗତ କରୁଛନ୍ତି ବା ସ୍ୱାଗତ କରିବା ପାଇଁ କଣ ପ୍ଲାନ କରିଛନ୍ତି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବୁ ।

ଓଡିଆ ସିନେମା ଜଗତର ଦୁଇଜଣ ସୁପରିଚିତ ଅଭିନେତ୍ରୀ ଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି । ଯେଉଁଥିରେ ଦୁହେଁ ଏକାସାଙ୍ଗରେ ମିଶି ନୂତନ ବର୍ଷ ର ଗୀତ ସୁରମା ରେ ଡ୍ୟାନ୍ସ କରୁଛନ୍ତି । ସେହି ଦୁଇ ଅଭିନେତ୍ରୀ ହେଉଛନ୍ତି ଏଲିନା ଏବଂ ଭୂମିକା , ଦୁଇଜଣ ମିଶିକରି ଡ୍ୟାନ୍ସ ଅଭ୍ୟାସ କରୁଛନ୍ତି ।

ଡ୍ୟାନ୍ସ କରିବା ସମୟରେ କିପରି ସେମାନଙ୍କର ଅଂଗଭଙ୍ଗି ସାଥିରେ ହେବ , କିପରି ସେମାନେ ଏକାପରି ଡ୍ୟାନ୍ସ କରିପାରିବେ ସେ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି । କାହିଁକିନା ଏପରି କଲେ ସେମାନଙ୍କର ନୃତ୍ୟ ପ୍ରଦର୍ଶନ ଭଲ ରହିବ ଏବଂ ସମସ୍ତେ ବହୁତ ପସନ୍ଦ ମଧ୍ୟ କରିବେ ।

ଆପଣ ମାନେ ମଧ୍ୟ ଏହି ନୂତନ ବର୍ଷକୁ ବହୁତ ଆଡମ୍ବରର ସହ ସ୍ୱାଗତ କରନ୍ତୁ ମାତ୍ର ଘରେ ରହିକରି । ନିଜକୁ ସୁରକ୍ଷିତ ରଖି ଅନ୍ୟ ମାନଙ୍କୁ ସୁରକ୍ଷା ପ୍ରଦାନ କରି ନୂତନ ବର୍ଷର ସ୍ୱାଗତ କରନ୍ତୁ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଏହା ସହ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରନ୍ତୁ ଯେମିତି 2021 ରେ କରୋନା ମହାମାରୀ ର ବିନାଶ ଘଟୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।