ଆଜି ଆମେ ଆପଣଙ୍କୁ ସମାଜରେ ହେଉଥିବା ଏମିତି ଏକ ଘଟଣା ବିଷୟରେ କହିବୁ ୟେଉଁ ଘଟମାରେ ବଳି ପଡିଛି ଜମେ ନାବାଳିକା ଝିଅ ଟି ଏବଂ ତା ସହିତ ଛଅ ମାସର ପିଲାଟିଏ ମଧ୍ୟ । ଦଶମ ଶ୍ରେଣୀର ଛାତ୍ରୀ ଦୁନିଆକୁ ଭଲ ଭାବରେ ଚିହ୍ନିନି , ମାତ୍ର ହାତରେ ରହିଛି ଛଅ ମାସର ଛୁଆଟିଏ । ନିଜେ ଧୂଳି ଖେଳ ଛାଡିନି ହେଲେ ତା ପୂର୍ବରୁ ଶିଶୁ କନ୍ୟାର ମା ପାଲଟିଛି ଏହି ନାବାଳିକା ଜଣକ । ଏହି କଥାଟି ହେଉଛି ସୁନ୍ଦରଗଡ ଜିଲ୍ଲା ଶବଡେଗା ବ୍ଲକରୁ । ସେହି ନାବାଳିକା ଜଣକ ଏବେ ନିଜର ପିଲାର ଖାଇବା ଯୋଗାଡ କରିବା ପାଇଁ ପର ଘରେ କାମ କରୁଛି ।
ସ୍ୱପ୍ନ ଦେଖିଥିଲା ପାଠ ପଢି ପୋଲିସ ଚାକିରୀ କରିବ , କାରଣ ଖେଳ କୁଦରେ ବହୁତ ଆଗରେ ଥିଲା ଏବଂ କ୍ରୀଡା ପ୍ରତିଯୋଗିତାର ଜିଲ୍ଲା ରାଜ୍ୟରେ ବହୁତ ପ୍ରଶଂସିତ ମଧ୍ୟ ହୋଇଥିଲା । ଠିକ ଏହି ସମୟରେ ସାମାନ୍ୟ ଗୋଡ ଖସି ପଡିଯାଇଥିଲା ଜଣେ ଯୁବକଙ୍କ ପ୍ରେମରେ ଏବଂ ସରଳତାର ଫାଇଦା ଉଠେଇ ନାବାଳିକା ଛାତ୍ରୀ ସହ ରଖିଥିଲା ଦୈହିକ ସଂପର୍କ ।
ଯାହା ପରେ ନାବାଳିକା ଜଣକ ହୋଇଥିଲେ ଗର୍ଭବତୀ । ଏହା ଶୁଣିବା ପରେ ପ୍ରେମିକ ଜଣକ ଫେରାର ହୋଇଗଲା ଏବଂ ସେହି ଧୋକାବାଜ ପ୍ରେମିକର ପିଲାର ମା ବନିଗଲା ଏହି ନାବାଳିକା ଜଣକ । ନାବାଳିକା ମଗ୍ୟରେ ଗର୍ଭବତୀ ର ଲକ୍ଷଣ ଦେଖାଗଲା ପରେ ତାର ପରିବାର ଲୋକ ତାକୁ ଶବଡେଗା ଡାକ୍ତରଖାନାକୁ ନେଇଗଲେ ।
ଶିଶୁ କନ୍ୟାକୁ ବର୍ତ୍ତମାନ 6 ମାସ ହୋଇଗଲାଣି । ଗରିବ ପରିବାରରେ ଯେଉଁଠି ଦାନା ଖଣ୍ଡେ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି ସେହିଠାରେ ଏହି କଇଁଳା ଶିଶୁ ପାଇଁ ଖାଦ୍ୟ ଯୋଗାଡ କରିବ କେମିତି । ତେବେ ପାଠ ଛାଡିଥିବା ଝିଅଟି ଏବେ ପର ଘରେ କାମ କରି କିଛି ରୋଜଗାର କରୁଛି । ମାତ୍ର ତାହା ଯଥେଷ୍ଟ ହେଉନାହିଁ ମାଏବଂ ପିଲା ପାଇଁ । ଏ ସଂପର୍କରେ ଜାଣିବା ପରେ ନାବାଳିକାକୁ ସଂପୂର୍ଣ୍ଣ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଜିଲ୍ଲୀ ଶିଶୁ ଅଧିକାରୀ । ଏହା ସହିତ ପେରାର ଥିବା ଦୁଶ୍କର୍ମ କାରୀ ଯୁବକ ଉପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ସରତାରେ ଭୁଲ କରି ବସିଥିଲେ ମଧ୍ୟ ଏବେବି ପାଠ ପଡି ପୋଲିସ ହେବାର ଆଶା ରଖିଛି ନାବାଳିକା ଶିଶୁଟି । ହେଲେ ବାସ୍ତବରେ ଏହା ସମ୍ଭବ ହେବ ସେତେବେଳେ ଯେତେବେଳେ ଏହି ସମାଜ ତାହାକୁ ମଣିଷ ପଣିଆ ଦେଖାଇବ । ସମାଜ ତାର ଦାୟିତ୍ନ ନେବ ଯଦି । କାରଣ ଭୁଲ ନକରି ମଧ୍ୟ ଭୁଲ ମଣିଷ ପରି ଶାସ୍ତି ପାଉଛି ଏହି ନାବାଳିକାଟି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।