Odisha News Portal

ନବକଳେବର ରେ ଲାଗିବ ଏହି ଦାରୁ ! 2034 ରେ ହେବାକୁ ଥିବା ନବକଳେବର ରେ ଲାଗିବ ଏହି ନିମ୍ବ ଦାରୁ

ତେବେ ପ୍ରତ୍ୟେକ ଥର ଆମେ ମାଳିକାର କିଛି ଏମିତି ଭବିଷ୍ୟ ମାଳିକା ବିଷୟରେ ଆପଣ ମାନଙ୍କୁ କହିଛୁ । ଯାହା ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ସତ୍ୟ ହେବାକୁ ଯାଉଛି । ତେବେ ଏହି ମହାତ୍ମ୍ୟ ତଥା ପବିତ୍ର ଗ୍ରନ୍ଥର ଗୋଟିଏ ଗୋଟିଏ ଶବ୍ଦର ମର୍ମ ଏବଂ ପ୍ରମାଣ ରହିଛି । ପୂର୍ବରୁ ଅନେକ ଏମିତି ସ୍ଥାନ ଆମେ ଜାଣି ସାରିଛୁ ଯାହାର ବାଖ୍ୟାନ ମାଳିକାରେ ରହିଛି । ଠିକ ସେହିପରି ଆମେ ଏହାକୁ ଅବିଶ୍ୱାସ କଲେ ଏହା ଆମ ପାଇଁ ଅଭିଶାପ ହୋଇଯିବ ।

ତେବେ ଆଜି ଆମେ ଏମିତି ଏକ ସ୍ଥାନ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହାର ପ୍ରମାଣ ଆପଣ ନିଜେ ଅନୁଭବ କରି ପାରିବେ । ଏହି ସ୍ଥାନର ଥିବା ନିମ୍ବ ଦାରୁ ଆଗାମୀ 2034 ରେ ହେବାକୁ ଥିବା ଭଗବାନ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଲାଗିବ ବୋଲି ଏହି ସ୍ଥାନର ଅଧିକାରୀ ମହୋଦୟଙ୍କୁ ସ୍ଵପ୍ନାଦେଶ ହୋଇଛି । ତେବେ ଏହା ଯେତିକି ମାତ୍ରାରେ ଶୁଣିବକୁ ଆଶ୍ଚର୍ଯ୍ୟ ଲାଗୁଛି ତାଠାରୁ ବଡ଼ କଥା ହେଲା ଏହି ନିମ୍ବ ଦାରୁ ନିଜେ ପ୍ରାୟ 5-6 ମିଟର ପଛକୁ ଘୁଞ୍ଚିବାର କଥା ମଧ୍ୟ ଶୁଣିବାକୁ ମିଳିଛି ।

ତେବେ ସୂଚନାଯୋଗ୍ୟ ଏହି ସବୁ ଘଟଣା ଘଟିଛି କଟଜ ଜିଲ୍ଲାର ସୋମପୁର ଗ୍ରାମପଞ୍ଚାୟତର ଥିବା ସୋମପୁର ଗ୍ରାମର ଘଟଣା । ଏହାକୁ ଅନେକ ଲୋକ ଦେଖିବାକୁ ପ୍ରତିଦିନ ଆସିଥାନ୍ତି । ଏଠେରେ ମଧ୍ୟ ପ୍ରତିବର୍ଷ ଏକ ବିଶେଷ ଯଜ୍ଞର ଆୟୋଜନ ହୋଇଥାଏ ।

ଏହି ଜାଗାରେ ରହିଥିବା ଜଣେ ବୟସ୍କ ମଉସା ତାଙ୍କର ନିଜର ଅନୁଭୂତି ଅନୁସାରେ କହିବା କଥା ସେ ପ୍ରାୟ 1999 ମସିହାରେ ବାତ୍ୟା ଆସିବ ପରେ ସେ ଏହି ସ୍ଥାନରେ ନିଜ ଘର କରିବାକୁ ଆସିଥିଲେ । ସେହି ସ୍ଥାନରେ ଘର କରିବାକୁ ହେଲେ ସେହି ନିମ୍ବ ଗଛକୁ କାଟିବାକୁ ପଡିବ ବୋଲି ସ୍ଥିର କରଗଲା । ମାତ୍ର ସେଦିନ ଏକ ଜଣେ ସନ୍ଥ ଆସି ସେହି ସ୍ଥାନରେ ନିମ୍ବ ଗଛ ମୂଳରେ ଦୀପ ଜାଳି ପାର୍ଥନା କଲେ ସେହି ନିମ୍ବ ଆପେ ଆପେ ପଛକୁ ଚାଲିଯିବ ।


ତେବେ ଏପରି କରିବା ମାତ୍ରେ ହିଁ ଯାହା ଦେଖିବାକୁ ମିଳିଲା, ତାହା ଆପଣ କେବେ ସ୍ବପ୍ନରେ ବି ଭାବିନଥିବେ । ତେବେ ଏହି ନିମ୍ବ ଗଛ ପ୍ରାୟ ଘର ମୂଳ ଦ୍ବାଆରୁ 5 ଫୁଟ ପଛକୁ ପଳାଇ ଆସିଲେ ଯାହା ଥିଲା ସବୁଠାରୁ ଅଦ୍ଭୂତପୂର୍ବ ବିଷୟ ଥିଲା । ତାହା ସହିତ ତାଙ୍କୁ ଆଉ ଜଣେ ସନ୍ଥ ଆସି ଏହି ନିମ୍ବକୁ ନେଇ ପୂଜା ଜାରି ରଖିବାକୁ କହିଲେ ।

ଆଉ ସେ ପରୋକ୍ଷ ଭାବରେ ଏହାକୁ ଆଗାମୀ ନବକଳେବରରେ ଲାଗିବ ବୋଲି ମଧ୍ୟ ସଂକେତ ଦେଇ 2034ରେ ଏହା ଭଗବାନଙ୍କ କାମରେ ଆସିବ ବୋଲି ତାଙ୍କୁ ଜଣାଇଲେ । ଏହି ବୃକ୍ଷ ଏପର୍ଯ୍ୟନ୍ତ ପ୍ରାୟ ସୁରକ୍ଷିତ ରହିଛି । ଏହି ନିମ୍ନ ଦାରୁର କୌଣସି ପ୍ରକାର ଏତେ ବାତ୍ୟା ଝଡ଼ ହୋଇଥିଲେ ମଧ୍ୟ କିଛି ବି କ୍ଷୟ କ୍ଷତି ହୋଇନାହିଁ । ଏହା ନିହାତି ଭାବେ ପ୍ରଭୁଙ୍କୁ ଏକ ଲୀଳାର ଅଂଶ ବିଶେଷ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ