Odisha News Portal

ଦେଖନ୍ତୁ ଭିଡ଼ିଓ । ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ମହିଳା, ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…..

ଭଗବାନଙ୍କର ଲୀଳା ବିଚିତ୍ର । ତାହାକୁ ଏକ ସାଧାରଣ ମଣିଷ ପାଖରେ ବୁଝିବା ସମ୍ଭବପର ନୁହେଁ । ତେବେ ଭଗବାନ ପ୍ରତ୍ୟେକ ବ୍ୟକ୍ତିକୁ କୌଣସି ନାଁ କୌଣସି କଳା ଦେଇ ଏହି ଧରାପୃଷ୍ଠକୁ ଅବତରି ଆଣିଥାନ୍ତି । କିନ୍ତୁ କିଛି ଜଣ ତାଙ୍କର କଳା ସମସ୍ତଙ୍କ ଆଗରେ ପ୍ରଦର୍ଶନ କରିପାରିଥାନ୍ତି ତ ପୁଣି କେତେ ଜଣେ ତାଙ୍କର କଳାକୁ ସବୁଦିନ ପାଇଁ ଲୁକାୟିତ ଅବସ୍ଥାରେ ରଖିଥାନ୍ତି । ଆଉ କିଛି ଜଣଙ୍କ ପାଇଁ ଏହି କଳା ପ୍ରଦର୍ଶନ କରିବାର ସୁଯୋଗ ହିଁ ମିଳିନଥାଏ କିମ୍ବା ଅର୍ଥ ସେମାନଙ୍କ ପାଇଂ ବାଧକ ହୋଇ ଛିଡା ହୋଇଥାଏ ।
ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଜଣେ ମହିଳା ସଂଗୀତ ପରିବେଶଣ କରୁଥିବାର ଭିଡିଓଟିଏ ଭାଇରାଲ ହେବାରେ ଲାଗିଛି ,

ଯାହାକୁ ଦେଖିବା ପରେ ବା ଶୁଣିବା ପରେ ଆପଣ ସେହି ମହିଳାଙ୍କୁ ପ୍ରଂଶସା ନକରି ରହି ପାରିବେ ନାହିଁ ।ତେବେ ଏମିତି ରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ମାନେ ଦେଖୁଥିବେ। କିନ୍ତୁ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।


ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ। ଯଦି ଆପଣଙ୍କ ପାଖରେ ପ୍ରତିଭା ରହିଛି ତେବେ ସାରା ଦୁନିଆ ଏହା ଅବଶ୍ୟ ଜାଣି ପାରିବ। ସେହିପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ଓଡ଼ିଶାର ଜଣେ ମହିଳା ଙ୍କ ର ଅଟେ। ଯିଏ ବର୍ତ୍ତମାନ ତାଙ୍କର ଏକ ଝଲକ କୁ ୟୁ ଟ୍ୟୁବ୍ ରେ ଦେଖାଇ ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି।

 


ତେବେ ମହିଳା ଜଣଙ୍କ ଯେଉଁଭଳି ଭାବରେ ଗୀତ ପରିବେଷଣ କରୁଛନ୍ତି ଯେମିତି ଲାଗୁଛି ସେ ପ୍ରାର୍ଥନାର ବର୍ଣ୍ଣନା କୁ ସେ ଗୀତ ମାଧ୍ୟମରେ ସୁନ୍ଦର୍ ଭାବରେ କରୁଛନ୍ତି। ଏହି ମହିଳା ଙ୍କ ସଙ୍ଗୀତ ୟୁଟ୍ୟୁବରେ ସତ୍ୟଭଞ୍ଜ ଚ୍ୟାନେଲ ରେ ପ୍ରସାରିତ ହେଉଛି ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଏହି ଭିଡିଓ କୁ ଛଡ଼ା ଯାଇଛି।

ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ କିଭଳି ଅନର୍ଗଳ ଭାବରେ ମହିଳା ଜଣଙ୍କ ଗୀତ ବୋଲୁଛନ୍ତି। ଏହାକୁ ଦେଖି ଯିଏ ହେଲେ ବି ଏହା ଭାବିବା ସ୍ୱାଭାବିକ ଯେ ମଣିଷ ଏମିତି ଗୀତ ଆକାରରେ କୌଣସି ଗ୍ରନ୍ଥ, ପ୍ରାର୍ଥନା କୁ ମନେ ରଖିବା ବହୁତ୍ କଷ୍ଟ ସାଧ୍ୟ ଅଟେ। ଯାହା ଏଠାରେ ଏହି ମହିଳା କିନ୍ତୁ ସତ କରି ଦେଖାଇଛନ୍ତି।
ତେବେ ଏଠାରେ ଏହି ମହିଳା ଜଣଙ୍କ ତାଙ୍କର ହୃଦୟର ବେଦନା ଜଣାଇବା ସଦୃଶ ମାଆ ଠାକୁରାଣୀଙ୍କୁ ତାଙ୍କର ଅସୁବିଧା ବିଷୟରେ କହି କ୍ରନ୍ଦନ ସ୍ଵରରେ ମଧ୍ୟ ଏହି ଗୀତକୁ ଗାଉଛନ୍ତି।

ଆଉ ଏହି ଗୀତରେ ତାଙ୍କର ସ୍ୱର, ଭକ୍ତି, ଭାବନା ସମସ୍ତ ଜିନିଷ ଭରପୁର ଭାବରେ ରହିଛି । ଆଉ ସବୁଠାରୁ ବଡ କଥା ହେଉଛି ଏହା ଜଣେ ମାଆଙ୍କ ଉଦ୍ଦେଶ୍ୟରେ ମହିଳା ଜଣଙ୍କ ଗାଉଛନ୍ତି ବୋଲି ସ୍ପଷ୍ଟ ହୋଇ ଯାଉଛି।