Odisha News Portal

Dr Manas Ranjan Puhan – ମୁଣ୍ଡରେ ରୁପି ସମସ୍ୟା ର କାରଣ ଓ ଏହାକୁ ଭଲ କରିବାର ସହଜ ଉପାୟ 100% ଗ୍ୟାରେଣ୍ଟି

ଆପଣମାନେ ସମସ୍ତେ ଜାଣିଥିବେ କି ମୁଣ୍ଡରେ ରୁପି ଉଠିବା ସମସ୍ୟା ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ପାଇଥାଉ । ମୁଣ୍ଡରୁ ଉଠୁଥିବା ଚମଡା କୁ ରୁପି ବା ଡେଣ୍ଡରପ ବୋଲି କହିଥାଉ ଏବଂ ଏହା ଏକ ସାଧାରଣ ଟର୍ମ ଅଟେ । ଏହା କୌଣସି ପ୍ରକାର ମେଡିକାଲ ଟର୍ମ ନୁହଁ , କାରଣ ମେଡିକାଲ ଟର୍ମରେ ଅନେକ ଗୁଡିଏ ରୋଗ ଅଛି ଯେଉଁଥିରେ ଚର୍ମରୁ ଚୋପା ଛାଡିବ ।କିନ୍ତୁ ଗୋଟିଏ କଟନ ଟର୍ମରେ ଏଗୁଡିକ ଡେଣ୍ଡରପରେ ନିଆଯାଇଥାଏ ।

ଯେତେବେଳେ ଜଣେ ବ୍ୟକ୍ତି 15 ରୁ 25 -30 ବର୍ଷ ବୟସ ହୋଇଥାଏ , ସେତେବେଳେ ଆମର ହର୍ମୋନ ଗ୍ରୋଥ ହୁଏ ଏବଂ ଜେନେରାଲ ଏକ୍ଟିଭିଟି ଗ୍ରୋଥ ହୁଏ ଯାହାଦ୍ୱାରା ମୁଣ୍ଡରୁ ଚମଡା ଉଠେ । କିନ୍ତୁ ଏହା ଛୋଟ ପିଲା ମାନଙ୍କ ଠାରେ ମଧ୍ୟ ଦେଖିବାକୁ ପାଇଥାଉ । ତେବେ ଆସନ୍ତୁ ଜାଣିବା ରୁପି ସମସ୍ୟାର କାରଣ ।

ରୁପି ସମସ୍ୟାର କାରଣ :-

ଆପଣ ମାନେ ଦେଖିବାକୁ ପାଇଥିବେ କି ଛୋଟ ପିଲାମାନଙ୍କ ମୁଣ୍ଡରେ ବାରମ୍ୱାର ତେଲ ଲଗାଇବା ଦ୍ୱାରା ତାହା ଚୋପା ହୋଇ ସଫ୍ଟ ଆକାରରେ ଉଠିଯାଇଥାଏ । ଯାହାଫଳରେ ବୃଦ୍ଧ ଅବସ୍ଥାରେ ଅନେକ ଗୁଡିଏ ରୋଗ ହେବାର ସମ୍ଭାବନା ରହିଥାଏ । ଯେପରି ସୋରିଆସିସ , ଯାଦୁ ଏବଂ ଫଙ୍ଗଲ ଇନଫେକ୍ସନ ମୁଣ୍ଡରେ ହୋଇ ଉପି ଉଠିଥାଏ । ତେଣୁ ଏହା ସବୁ ବର୍ଗର ଲୋକମାନଙ୍କ ଠାରେ ଦେଖାଦେଇଥାଏ । ତେଣୁ ରୁପି ଝଡିବାରେ କୌଣସି ଅସୁବିଧା ନ ଥାଏ । କିନ୍ତୁ ଆପଣ ମାନେ ଯେତେବେଳେ ସେମ୍ପ କରୁଛନ୍ତି ତ ତାହାର ଦୁଇ ଦିନ ପରେ ମୁଣ୍ଡରୁ ଚୋପା ସଦୃଶ ହୋଇ , ମୁଣ୍ଡ କୁଣ୍ଡାଇଲେ ତାହା ଆମ ସାର୍ଟରେ ପଡିଥାଏ ।

ରୁପି ଆମ ଜୀବନ ଶୈଳୀକୁ ଖରାପ କରିଥାଏ କିନ୍ତୁ ଏହା କୌଣସି ପ୍ରକାର ରୋଗ ନୁହଁ ମାତ୍ର ଏହା ଆମ ଜୀବନ ଶୈଳୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣଙ୍କ ମୁଣ୍ଡରୁ ରୁପି ତୋଷ ଭଳି ହୁଏ ତେବେ ଏହା କମନ ଡେଣ୍ଡରପ ଏବଂ ଯଦି ରୁପି ଟିକିଏ ବଡ ଆକାର ହୁଏ ତେବେ ତାହା ଫଙ୍ଗଲ ଇନଫେକ୍ସନ ଦ୍ୱାରା ହୁଏ ।

ପ୍ରତିକାର ପଦ୍ଧତି :-

ଯଦି ଆପଣଙ୍କ ଶରୀରରେ ଭିଟାମିନ ବି 12 ଏବଂ ଭିଟାମିନ ସି ର ଅଭାବ ରହେ ତେବେ ଆପଣଙ୍କ ମୁଣ୍ଡରୁ ଚୋପା ଝଡେ ବା ଡେଣ୍ଡରପ ହୋଇଥାଏ । ତେଣୁ ଆପଣ ଖୀର , ଶାଗ , ସବୁଜ ପନିପରିବା ଖାଇବା ଦ୍ୱାରା ଆପଣଙ୍କର ରୁପି ସମସ୍ୟା କମ ହୁଏ ଏବଂ ଚୁଟି ଝଡିବା ମଧ୍ୟ କମ୍ ହୁଏ । ରୁପି ସମସ୍ୟାରୁ ମୁକ୍ତି ପାଇଁ ଅନେକ ଶେମ୍ପୁର ଆଡଭାଟାଇଜ ଦେଖୁଥିବେ , ତାହାକୁ ଲଗାଇବା ଦ୍ୱାରା ରୁପି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣ ଜେଲ ଲଗାଉଛନ୍ତି ତେବେ ପତଳା ଜେଲ ଲଗାନ୍ତୁ , ଯାହା ଡେଣ୍ଡରପକୁ ବାହର କରିଦେବ ।

ଏହା ବ୍ୟତୀତ ଡକ୍ଟରଙ୍କ ପରାମର୍ଶ ରେ କିଛି ମେଡିସିନ ଲଗାନ୍ତୁ ଏବଂ ସପ୍ତାହରେ 2 ରୁ 3 ଥର ସେମ୍ପ କରନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।