ମୁଁ ଭଲପାଇ ଘରୁ ପଳେଇ ଆସିଲି ବୋଲି .. ଆମକୁ ଜୀବନରୁ ମାରିଦେବା ପାଇଁ ମୋ ବାପା ଆଉ ମୋ ପିଇସା କରୁଛନ୍ତି ଷଡଯନ୍ତ୍ର … ଦୟାକରି ଅଧିକରୁ ଅଧିକ ସେୟାର କରନ୍ତୁ…

ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ର ରେ ଗୋଟିଏ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଦେଖା ଯାଇଛି ଝିଅ ଟି ତାର ପ୍ରେମିକ କୁ ବଞ୍ଚାଇବା ପାଇଁ ନେହୁରା ହେଉଛି, ଭିଡ଼ିଓ ଟି ରେ ଏହା ଜଣା ପଡିଛି ଯେ ଝିଅ ଟି ତା ବାପା ଓ ପିଉସା ଙ୍କ କବଳ ରୁ ରକ୍ଷା ପାଇବା ପାଇଁ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି, ତାହାଲେ ଆସନ୍ତୁ ଜାଣିବା ପୁରା ଘଟଣା ଟି କଣ ହେଇଥିଲା |

ଆଜିର ଏହି ଦୁନିଆ ରେ ଭଲ ପାଇବା ଗୋଟିଏ ପାପ ନୁହେଁ କି ଭଲ ପାଇ ବାହା ହବା ମଧ୍ୟ ପାପ ନୁହଁ, ହେଲେ ଏହି ଭଲ ପାଇବା ରେ ବହୁତ ଦୁଃଖ କଷ୍ଟ ସହିବାକୁ ପଡିଥାଏ ଯାହା ଯେଉଁ ମାନେ ଭଲ ପାଇଛନ୍ତି ସେମାନେ ହିଁ ଜାଣିଛନ୍ତି ହେଲେ ଏହି ଭଲ ପାଇବା ଭିତରେ ଆଜି ଏମିତି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ |

ଘଟଣା ଟି ଘଟିଛି କଟକ ଜିଲ୍ଲା ନିଆଳି ଅଞ୍ଚଳ ରେ ସେଇ ଅଞ୍ଚଳ ର ଜଣେ ଯୁବତୀ ସେଇ ଗ୍ରାମ ଜଣେ ଯୁବକଙ୍କୁ ଭଲ ପାଇ ଘର ଛାଡି ଚାଲିଯାଇ ବିବାହ କରିଥିଲେ, ବିବାହ କରିବାର କିଛି ଦିନ ପରେ ଝିଅ ଙ୍କ ବାପା ଥାନା ରେ ଅଭିଯୋଗ କରିଥିଲେ ହେଲେ ସେତେବେଳେ କୁ ଯୁବକ ଯୁବତୀ ଆଇନ ଅନୁଯାୟୀ କୋର୍ଟ ରେ ବିବାହ କରିସାରିଥିଲେ, ଏବେ ଝିଅ ଙ୍କ ବାପା ଓ ପିଉସା ଝିଅ କୁ ମାରିଦବା କୁ ଧମକ ଦବା ସହିତ ପୁଅ ବାପା ଙ୍କୁ ନିସ୍ତୁକ ଭାବରେ ମାଡ଼ ମାରିଥିବା କଥା ଏବେ ସାମ୍ନା କୁ ଆସିଛି, ହେଲେ ଯୁବତୀ ଜଣ ଙ୍କ ଏଥିରୁ ରକ୍ଷା ପାଇବା ପାଇଁ ଗୋଟିଏ ଭିଡ଼ିଓ ମାଧମ ରେ ସେ କହିଛନ୍ତି ଯେ ମୁ ଭଲ ପାଇ ମୋ ନିଜ ଇଚ୍ଛାରେ ଘର ଛାଡି ବିବାହ କରିଛି ଏଥିରେ ମୋ ଶାଶୂ ଘର ଲୋକଙ୍କ ର କୌଣସି ଭୁଲ ନାହିଁ ଓ ମୋତେ ଓ ସ୍ୱାମୀ ଙ୍କୁ ମାରିଦବା ପାଇଁ ମୋ ବାପା ସମୀରଞ୍ଜନ ମଲ୍ଲିକ ଓ ବିଷ୍ଣୁ ପ୍ରିୟା ମଲ୍ଲିକ ସଡ଼ଯନ୍ତ୍ର କରୁଛନ୍ତି |

ଯାହା ଫଳରେ ଆମେ ଏବେ ବାହାରେ ଲୁଚି ରହୁଛୁ, ଓ ସେ ଆଉ ମଧ୍ୟ କହିଛନ୍ତି, ମୋ ବାପା ଓ ପିଉସା ମୋ ଶଶୁର ଘର ଲୋକଙ୍କୁ ମାରୁଛନ୍ତି ତେଣୁ ଏ ନେଇ ଆମ ପ୍ରଶାସନ ଆଗରେ ବିନତି କରୁଛି ମୋତେ ଓ ମୋ ପରିବାର କୁ ଏମାନଙ୍କ କବଳ ରୁ ରକ୍ଷା କରନ୍ତୁ, ଯଦି ଆମର କିଛି କିମ୍ବା ଆମର ପରିବାର ଯଦି କିଛି କ୍ଷତି ହବ ତାହେଲେ ଏଥି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି ଯୁବତୀ ଜଣକ |

ତାହାଲେ କଣ ଯୁବତୀ ଜଣଙ୍କୁ ନ୍ୟାୟ ମିଳିବ ତାହା ଜାଣିବା ପାଇଁ ଆଗକୁ କଣ ହୋଉଛି ଆମ ସହିତ ଯୋଡ଼ି ରୁହନ୍ତୁ ଓ ଆମ ଲେଖା କୁ ପଢନ୍ତୁ| ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment