Odisha News Portal

ମୁଖ୍ୟମନ୍ତ୍ରୀଙ୍କ ବୋହୁ ହେଇ ମଧ୍ୟ, ପୁଅକୁ ସ୍କୁଲ ଛାଡିବା ପାଇଁ ଯାଆନ୍ତି ଚାଲି ଚାଲି , ହେଲେ ମନରେ ନାହିଁ ଗର୍ବ ….

0 2

ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ କଳାକାର ମାନେ ରହିଛନ୍ତି ଯେଉଁମାନେ କି ବିବାହ ପରେ ନିଜର ସଫଳ କ୍ୟାରିଅରକୁ ମଧ୍ୟ ଛାଡି ଦେଇଛନ୍ତି । ତେବେ ଆଜି ଆମେ ସେହିପରି ଜଣେ ଅଭିନେତ୍ରୀଙ୍କ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି ବରଂ ଆପଣ ମାନଙ୍କର ପ୍ରିୟ ବଲିଉଡ ଫେମସ୍ ଅଭିନେତ୍ରୀ ଜେନେଲିୟା ଡିସୁଜା । ଯିଏକି ବର୍ତ୍ତମାନ ଚଳଚିତ୍ର ଦୁନିଆରୁ ଦୂରେଇ ଯାଇଛନ୍ତି । କିନ୍ତୁ ସେ ସବୁବେଳେ ଲାଇମଲାଇଟରେ ରହିଥାନ୍ତି ।

ତେବେ 2012 ମସିହାରେ ବଲୀଉଡର ଫେମସ୍ ଅଭିନେତା ରିତେଶ ଦେଶମୁଖଙ୍କୁ ଜେନେଲିୟା ବିବାହ କରିସାରିଛନ୍ତି ଏବଂ ବର୍ତ୍ତମାନ ସମୟରେ ଜେନେଲିୟା ନିଜ ପିଲାମାନଙ୍କ ପାଳନ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଜେନେଲିୟା ଡିସୁଜା ପ୍ରାୟତଃ ନିଜ ପୁଅକୁ ସ୍କୁଲ ଛାଡିବା ସମୟରେ ହିଁ ନଜରରେ ଆସିଥାନ୍ତି ।

ତେବେ 2003 ମସିହାରେ ଆସିଥିବା ଫିଲ୍ମ ‘ତୁଝେ ମେରି କସମ’ରୁ ବଲୀଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ଜେନେଲିୟା ଡିସୁଜା ଆଜି ବି ବହୁତ ସୁନ୍ଦର ଓ ହଟ ଅଟନ୍ତି । ଆଜି ବି ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ ଏବଂ ଭଳ ପାଆନ୍ତି । ଆପଣ ସମସ୍ତଙ୍କୁ କହିରଖୁଛୁ କି ଅଭିନେତା ରିତେଶ ଦେଶମୁଖଙ୍କ ବାପା ବିଲାସରାୱ ଦେଶମୁଖ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ, କିନ୍ତୁ ବର୍ତ୍ତମାନ ସେ ଏହି ଦୁନିଆରେ ଆଉ ନାହାନ୍ତି । ତେବେ କୋଟି କୋଟି ଟଙ୍କାର ସଂପତିର ମାଲିକ ହେବା ପରେ ମଧ୍ୟ ରିତେଶ ଦେଶମୁଖଙ୍କ ଧର୍ମପତ୍ନୀ ଜେନେଲିୟା ଅଳ୍ପ ହେଲେ ବି ଗର୍ବ କରନ୍ତି ନାହିଁ । ବରଂ ସେ ସବୁବେଳେ ମିଡିଆ ସହିତ ଭଲ ବ୍ୟବହାର କରିଥାନ୍ତି ।

ତେବେ ରିତେଶ ଦେଶମୁଖ ଏବଂ ଜେନେଲିୟା ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ସେମାନେ ସବୁବେଳେ ନିଜର ସୁନ୍ଦର ଓ ରୋମାଣ୍ଟିକ ଭିଡିଓ ସବୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ଏମାନଙ୍କ ଯୋଡିକୁ ବଲୀଉଡର ସବୁଠୁ କ୍ୟୁଟ ଯୋଡି ମଧ୍ୟ କୁହାଯାଏ ।

ତେବେ ଜେନେଲିୟା ଡିସୁଜା ଅଧିକାଂଶ ସମୟରେ ନିଜର ପୁଅକୁ ସ୍କୁଲ ଛାଡିବା ସମୟରେ ସ୍ପଟ ହୋଇଥାନ୍ତି । ବର୍ତ୍ତମାନ ହିଁ କିଛି ଦିନ ତଳେ ସେ ନିଜ ପୁଅ ସହିତ ସ୍ପଟ ହୋଇଥିଲେ । ଯାହାର ଗୋଟିଏ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଫୋଟରେ ଦେଖିବାକୁ ମିଳିଛି ଯେ ଜେନେଲିୟାଙ୍କ ପୁଅ କ୍ୟାମେରାକୁ ଦେଖି ନମସ୍କାର କରୁଛି ଏବଂ ଜେନେଲିୟା ବି ସ୍ଟାଇଲିଶ ଲୁକରେ ନଜର ଆସୁଛନ୍ତି ।


କହିରଖୁଛୁ କି ଶ୍ବଶୁର ମୁଖ୍ୟମନ୍ତ୍ରୀ, ସ୍ଵାମୀ ବଡ ଅଭିନେତା ଏବଂ ନିଜେ ମଧ୍ୟ ଜଣେ ଅଭିନେତ୍ରୀ କିନ୍ତୁ ଏ ସବୁ ସତ୍ବେ ବି ଜେନେଲିୟା ଚାଲି ଚାଲି ନିଜର ପୁଅକୁ ସ୍କୁଲ ଛାଡିବା ପାଇଁ ଯାଆନ୍ତି । ଜେନେଲିୟା କେବଳ ହିନ୍ଦୀରେ ନୁହେଁ ବରଂ ତାମିଲ ଓ ତେଲୁଗୁ ଫିଲ୍ମରେ ବି କାମ କରିଛନ୍ତି । କିନ୍ତୁ ବିବାହ ପରେ ସେ ସ୍ଵାମୀଙ୍କ ପାଇଁ ଫିଲ୍ମ ଦୁନିଆରୁ ଦୂରେଇ ଗଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।