Odisha News Portal

ଦେଖନ୍ତୁ ଭିଡିଓ- ଷ୍ଟେଜ ପ୍ରଗ୍ରାମ ରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏମିତି କହିଲେ ବଙ୍ଗୀୟ ଅଭିନେତ୍ରୀ ଝିଲିକ , ଲୋକମାନେ ଦେଖି କହିଲେ କ’ଣ ସତରେ

ବଙ୍ଗୀୟ ଅଭିନେତ୍ରୀ ତଥା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ତଥା ଲୋକପ୍ରିୟ ଅଭିନେତ୍ରୀ ଝିଲିକି ଭଟ୍ଟାଚାର୍ଯ୍ୟଙ୍କୁ ତ ଆପଣମାନେ ବହୁତ ଭଲ ଭବାରେ ଜାଣିଥିବେ । ତେବେ ଗତ ବର୍ଷ ଝିଲିକ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ସେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କୁ ବିବାହ କରିଛନ୍ତି । ସେ ଏବେ ତାଙ୍କ ଶାଶୁ ଘରେ ବହୁତ ଖୁସି ଅଛନ୍ତି ।ତେବେ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଏବେ କିଛି ଦିନ ହେବ ଓଡିଆ ଘରର ବୋହୂ ହୋଇ ସାରିଛନ୍ତି । ଆଉ ଓଡିଆ ବୋହୂ ହେବା ପରେ ସେ ନିଜ କାର୍ଯ୍ୟ ସଠିକ୍ ଭାବେ ତୁଲେଉଛନ୍ତି ।

ତେବେ ସେ ଜଗନ୍ନାଥ ଙ୍କୁ ଓ ପୁରୀ କୁ ବହୁତ ଭଲ ପାଆନ୍ତି ବୋଲି ସବୁବେଳେ କହିଥାନ୍ତି ଆଉ ଏହି ନୂଆବର୍ଷରେ ସେ ପୁରୀ ମଧ୍ୟ ଦର୍ଶନ ପାଇଁ ଯାଇଥିଲେ । ଏହାସହିତ ସେ ବହୁତ ପଶି ପ୍ରେମୀ ମଧ୍ୟ ଅଟନ୍ତି ।

କିନ୍ତୁ ଝିଲିକ୍ ବିବାହ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସଂମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଛନ୍ତି ଏବଂ କୌଣସି ନୂଆ ଓଡିଆ ଫିଲ୍ମ କିମ୍ବା ବଙ୍ଗଳା ଫିଲ୍ମରେ ଅଭିନୟ କରି ନାହାଁନ୍ତି । କିନ୍ତୁ ସେ କହିଛନ୍ତି ଯେ ଆଉ କିଛି ଦିନ ପରେ ପୁଣି ଥରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିବେ ଏବଂ ଆପଣ ମାନଙ୍କୁ ନୂଆ ନୂଆ ମନୋରଞ୍ଜନଭରା ଚଳଚିତ୍ର ସବୁ ଭେଟି ଦେବେ ।

ତେବେ ଅଭିନୟ ଦୁନିଆର ଗ୍ଲାମର ଲାଇଫ୍ ରୁ ପାରିବାରିକ ଜୀବନ ଅର୍ଥାତ ବୈବାହିକ ଜୀବନରେ ଜଣେ ଖାଣ୍ଟି ଓଡିଆ ବୋହୂ ଭୂମିକା ତୁଲାଇବା ଅଧିକାଂଶ ନାୟିକାଙ୍କ ପକ୍ଷରେ ସମ୍ଭବପର ହୋଇନଥାଏ । କିନ୍ତୁ ଝିଲିକ ଏହାକୁ ବହୁତ ଭଲ ଭବାରେ ଚଳାଇ ଆସୁଥିବାର ନଜରରେ ଆସିଛି । ଜଣେ ସଂସ୍କାରୀ ମହିଳା ଏବଂ ଟିପିକଲ୍ ହିନ୍ଦୁ ବୋହୂ ଭବାରେ ତାଙ୍କର ଚଳଣୀ ଓ ବେଶଭୂଷା ବେଶ୍ ମନଲୋଭା ।

ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦୀର୍ଘ 6ବର୍ଷ ଧରି ଓଡିଶାର ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେ ତାଙ୍କର ଅଭିନୟ ସହିତ ମନଲୋଭା ହସ ପାଇଁ ବେଶ୍ ଆକର୍ଷିତ ଲାଗନ୍ତି । ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।


ଯେଉଂଥିରେ ଦେଖିବାକୁ ମିଳିଛି ଝିଲ୍ଲିକ ଏକ ଷ୍ଟେଜ୍ ଶୋ୍ ରେ ଓଡିଶା ସରକାରଙ୍କ ମିଶନ ଶକ୍ତି ମେଳା ଅବସରରେ ତାଙ୍କର ଅଭିଭାଷଣ ରଖୁଛନ୍ତି ଏବଂ ଓଡିଶା ପ୍ରତି ତାଙ୍କର ଭଲପାଇବା ତଥା ଓଡିଶାବାସୀଙ୍କ ପାଖରୁ ପାଇଥିବା ଭଲପାଇବା ବିଷୟରେ କହିଛନ୍ତି । ସେଠାରେ ଉପସ୍ଥିତ ଦର୍ଶକମାନଙ୍କ ସହିତ ବହୁତ ମଜାମସ୍ତି କରିଛନ୍ତି । ସେ କଲୋକତା ଆସି କିପରି ଓଡିଶାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏବଂ ଓଡିଆ ଭାଷା ସହିତ ପରିଚିତ୍ ହୋଇଛନ୍ତି ସେ ବିଷୟରେ କହିଛନ୍ତି ।

ମିଶନ ଶକ୍ତି ଯାହା ମହିଳାମାନଙ୍କର ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଛନ୍ତି । ଏହାଦ୍ବାରା 17ଲକ୍ଷରୁ ଅଧିକ ମହିଳା ଉପକୃତ ତଥା ନିଜ ଗୋଡରେ ଛିଡା ହୋଇପାରିଛନ୍ତି । ତେଣୁ ସରକାରଙ୍କ ଏହି ଉଦ୍ୟମ ନାରୀମାନଙ୍କ ପାଇଁ ବାସ୍ତବରେ ପ୍ରଶଂସନୀୟ ଏବଂ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।