ରାଉରକେଲାରେ 15 ଏକର ଜାଗାରେ ହେବ ଷ୍ଟାଡିୟମ; 20 ହଜାର ଦର୍ଶକ ବସିବାର ରହିବ କ୍ଷମତା । ଆପଣ ମାନେ ସମସ୍ତେ ତ ନିଶ୍ଚିତ ଭବାରେ ଜାଣିଥିବେ ଯେ, ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ସୁଯୋଗ୍ୟ ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘବର୍ଷ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଛନ୍ତି । ତେବେ ତାଙ୍କର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଲୋକେ ଏବେବି ତାଙ୍କୁ ଭଲପାଇବା ଦେଇ ଆସୁଛନ୍ତି । ଓଡ଼ିଶାର ଏକ ଅପ୍ରତିଦ୍ଵନ୍ଦୀ ନେତା ଭାବରେ ମାନ୍ୟବର ନବୀନ ପଟ୍ଟନାୟକ ଦୀର୍ଘ 22 ବର୍ଷ ଧରି ଓଡ଼ିଶାର ଜନ ସାଧାରଣଙ୍କ ସୁବିଧା ଅସୁବିଧାକୁ ବୁଝି ଆସୁଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ଭାବରେ ଏତେ ବର୍ଷ ଧରି ଓଡ଼ିଶାର ଶାସନ ଭାର ତୁଲାଇବା ରେ ସେ ହେଉଛନ୍ତି ପ୍ରଥମ ରାଜନେତା । ତାଙ୍କର ନିଷ୍ଠାପର କାମ ପାଇଁ ସେ ଆଜି ବି ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି । ତେବେ ବର୍ତ୍ତମାନ ସମୟରେ ସେ ଯେଉଁ ଗୋଟିଏ ବହୁତ ବଡ ନିଷ୍ପତି ନେଇଛନ୍ତି ସେଥିପାଇଁ ସେ ଆଜି ଆହୁରି ଲୋକଙ୍କ ହୃଦୟରେ ଉଚ୍ଚକୁ ଚାଲି ଯାଇଛନ୍ତି ।
ତେବେ ରାଉରକେଲାରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଆଉ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାରେ 15 ଏକର ଜମିରେ ତିଆରି ହେବ ହକି ଷ୍ଟାଡିୟମ । ଏହାର ଦର୍ଶକ ବସିବା କ୍ଷମତା ପ୍ରାୟ 20 ହଜାର ରହିବ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଖେଳାଳିଙ୍କ ପାଇଁ ଉପଲବ୍ଧ କରାଯିବ । ଆଗାମୀ ହକି ବିଶ୍ୱକପ୍ ପାଇଁ ରାଉରକେଲା ଏକ ଭେନ୍ୟୁ ରହିଛି । ନିକଟରେ ଏଠାରେ ଷ୍ଟାଡିୟମର ସ୍ଥିତି ସମୀକ୍ଷା କରିଥିଲା ଏକ ଉଚ୍ଚସ୍ତରୀୟ ଟିମ୍ ।
ତେବେ ସୁନ୍ଦରଗଡ ଜିଲ୍ଲାର ଏହି ଷ୍ଟାଡିୟମର 17ଟି ବ୍ଲକରେ ସିନ୍ଥେଟିକ୍ ଟର୍ଫ କାମ ଆରମ୍ଭ ହୋଇସାରିଥିବା କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ବଡ ଘୋଷଣା ରାଜ୍ୟର ହକି ପ୍ରେମୀଙ୍କ ମନରେ ଖୁସି ଖେଳାଇ ଦେଇଛି ।
ଏହି ଟୁର୍ଣ୍ଣାମେଣ୍ଟ୍ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜନ କରାଯିବ ।
ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାଧରଙ୍କ ଗନ୍ତାଘର। ଏହି ଜିଲ୍ଲାରୁ ଅନେକ ମହାନ୍ ହକି ଖେଳାଳି ଆନ୍ତର୍ଜାତିକ ସ୍ତରରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି । ଭାରତୀୟ ଦଳର ନେତୃତ୍ୱ ନେଇଥିବା ଦିଲୀପ ତିର୍କୀ ଏବଂ ସୁନୀତା ଲାକ୍ରା ଦେଶ ପାଇଁ ଗୌରବ ଆଣିଛନ୍ତି । ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନ ପ୍ରତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ 20 ହଜାର ଦର୍ଶକଙ୍କ ବସିବା ଲାଗି ସାମର୍ଥ୍ୟ ଥିବା ଏକ ନୂତନ ଆନ୍ତର୍ଜାତିକ ମାନର ହକି ଷ୍ଟାଡିୟମ୍ ରାଉରକେଲାରେ ନିର୍ମାଣ କରିବା ପାଇଁ ଘୋଷଣା କରୁଛି ।
ତେବେ ଏହି ଷ୍ଟାଡିୟମରେ ବହୁ ଆଧୁନିକ ସୁବିଧା ରହିବ ଏବଂ ଅନନ୍ୟ ଅନୁଭୂତି ପ୍ରଦାନ କରିବ । ଆଶା ଭରଷା ରହିଛି କି ଏହା ହକି କ୍ଷେତ୍ରରେ ବିଶ୍ୱର ସର୍ବୋତ୍ତମ ସ୍ଥାନ ଭାବେ ବିବେଚିତ ହେବ । ଆଉ ନିକଟରେ ମଧ୍ୟ ରାଜ୍ୟ ସରକାର, ଆନ୍ତର୍ଜାତିକ ହକି ଫେଡେରେସନ୍, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲା ଗସ୍ତ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।