Beauty Tips – ମୁହଁରେ ଥିବା ପୁରୁଣା କଳା ଦାଗ ଏବଂ ପିମ୍ପୁଲସ ପାଇଁ ଚିନ୍ତା କରୁଛନ୍ତି କି ? ମାତ୍ର ଗୋଟିଏ ସପ୍ତାହରେ ଆପଣଙ୍କ ମୁହଁ ହୀରା ଭଳି ଚମକିବ

ବର୍ତ୍ତମାନ ର ଏହି ପୋଷ୍ଟ ମର୍ଡନ ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବେଶ ଚିନ୍ତାରେ ରହିଥାନ୍ତି।ଯଦିଓ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଛନ୍ତି କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମ୍ଭର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ। ଯେପରି କି ମୁହଁ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳା ଦାଗ ଆସିବା, ମୁହଁରେ ଦାଗ ହେବା ,ଅଳ୍ପ ବୟସରେ ତ୍ୱଚା କିଞ୍ଚିତ ହେବା ଇତ୍ୟାଦି। ତେବେ ଏହି ସବୁ କାରଣରୁ ଆମର ସୁନ୍ଦରତା ଉପରେ ବାଧାପ୍ରାପ୍ତ ହୋଇଥାଏ। ତେବେ ଏହିସବୁ ମଧ୍ୟରୁ ମୁହଁରେ ଭିନ୍ନ ଭିନ୍ନ ଦାଗ ରହିବା ଏବଂ ପିମ୍ପୁଲସ ଆସିବା ଆମର ସୁନ୍ଦରତା କୁ ବହୁତ ବାଧାପ୍ରାପ୍ତ କରିଥାଏ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ କେତେକ ଉପାୟ ଜଣାଇବୁ ଯାହା କରିବା ଦ୍ୱାରା ଆପଣ ଙ୍କ ମୁହଁରେ ଥିବା ସମସ୍ତ ପୁରୁଣା ଦାଗ, ବ୍ରଣ କିମ୍ବା କ୍ଷତ ସବୁ ଭଲ ହୋଇଯିବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ ଯାହା ଥରେ ପ୍ରାୟୋଗ କରିବା ଦ୍ୱାରା ଆପଣ ଙ୍କର ମୁଁହ ସମ୍ପୂର୍ଣ୍ଣ ଦାଗ ମୁକ୍ତ ହୋଇଯିବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ।

ଆବଶ୍ୟକ ସାମଗ୍ରୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବାକୁ ହେଲେ ଆପଣ ଙ୍କୁ ଘରୋଇ ଉପକରଣ ର ଆବଶ୍ୟକତା ରହିଛି। ତେବେ ଆଵଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି:-
୧.ପାଚିଲା କଦଳୀ ଚୋପା
୨.ଚାଉଳ
୩.ମକାଗୁଣ୍ଡ
୪.ଲେମ୍ବୁ

ପ୍ରସ୍ତୁତ ପ୍ରଣାଳୀ:-

ବନ୍ଧୁଗଣ ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ। ତେବେ ପ୍ରଥମେ ଆପଣ ଗୋଟିଏ ପାଚିଲା କଦଳୀ ର ଚୋପା ନିଅନ୍ତୁ ଏବଂ ତାହାକୁ ଛୋଟ ଛୋଟ ପିସ ରେ କଟିଦେଇ ଗୋଟିଏ ପାତ୍ରରେ ରଖନ୍ତୁ। ବର୍ତ୍ତମାନ ତା ସହ ଦୁଇ ଚାମଚ ଚାଉଳ ଏବଂ ଗୋଟିଏ କପ ପାଣି ମିଶାଇ ପ୍ରାୟ ୧୦-୧୨ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ତେବେ ବର୍ତ୍ତମାନ ଆପଣ ଏହି ସବୁକୁ କିଛି ସମୟ ଥଣ୍ଡା କରି ଦିଅନ୍ତୁ ,ଆଉ ଥଣ୍ଡା ହେବା ପରେ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ।

ତେବେ ମିକ୍ସ କରିସାରିବା ପରେ ଏହାକୁ ଗୋଟିଏ ପାତ୍ର କୁ ବାହାର କରିନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ମକାଗୁଣ୍ଡ ଏବଂ ଗୋଟିଏ ଚାମଚ ଲେମ୍ବୁ ରସ ମିଶାଇ ତାହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ।ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇଗଲା ଏବେ ଏହାକୁ ଆପଣ ୭ ଦିନ ପର୍ଯ୍ୟନ୍ତ ଫ୍ରିଜ ରେ ଭର୍ତ୍ତି କରି ରଖନ୍ତୁ। ଆଉ ସାତ ଦିନ ପରେ ଏହାର ବ୍ୟବହାର କରିପାରିବେ ।

ବ୍ୟବହାର କିପରି କରିବେ:-

ବନ୍ଧୁଗଣ ଏହି ସାମଗ୍ରୀ ଟିକୁ ଆପଣ ପ୍ରସ୍ତୁତ କରିବାର ସାତ ଦିନ ପରେ ବ୍ୟବହାର କରିପାରିବେ। ତେବେ ଏହାକୁ ଆପଣ ଅଳ୍ପ ଅଳ୍ପ କରି ନେଇ ମୁଁହ ରେ ଭଲ ଭାବରେ ଲଗାଇ ନିଅନ୍ତୁ ଏବଂ କିଛି ସମୟ ତାହାକୁ ସୁଖିବାକୁ ଛାଡି ନିଅନ୍ତୁ। ତେବେ କିଛି ସମୟ ପରେ ଏହାକୁ ଉଷୁମ ପାଣିରେ ଧୋଇନେଇ ମୁଁହ ରେ ତେଲ ମାଲିସ କରନ୍ତୁ।

ଏହିପରି ଆପଣ ମାତ୍ର ଥରେ କରନ୍ତୁ ସପ୍ତାହ ରେ ଦେଖିବେ ଆପଣ ଙ୍କର ମୁଁହ ର ସବୁ ଦାଗ , ଚିନ୍ହ କୁଆଡେ ଗାଏବ ହୋଇଯିବ।ଆଉ ତା ସଙ୍ଗରେ ଆପଣ ଏକ ସୁନ୍ଦର , ଉଜ୍ଜ୍ୱଳ ଓ ଚିକିଣ ମୁଁହ ପାଇପାରିବେ। ଏହାକୁ ଥରେ ବ୍ୟବହାର ନିଶ୍ଚିତ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment