ସୌନ୍ଦର୍ଯ୍ୟ ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ତେବେ ସେ ନାରୀ ହୁଅନ୍ତୁ ବା ପୁରୁଷ ସଭିଏଁ ସବୁବେଳେ ସୁନ୍ଦର ଦେଖା ଯିବାକୁ ଚାହାଁନ୍ତି ।ତେବେ କିନ୍ତୁ ପରିସ୍ଥିତି ଅନୁସାରେ ଆମ ସୌନ୍ଦର୍ଯ୍ୟରେ ବହୁତ କିଛି ଅସୁବିଧା ଦେଖିବାକୁ ମିଳିଥାଏ ।ତେବେ ବହୁତ ଜଣଙ୍କ ମୁହଁରେ ଅନେକ ପ୍ରକାରର ଦାଗ ଦେଖିବାକୁ ମିଳିଥାଏ କାହାପାଇଁ ସେମାନେ ଅସୁନ୍ଦର ଦେଖା ଯାଆନ୍ତି ।କାର୍ଯ୍ୟ ବ୍ୟସ୍ତତା ଭିତରେ ଆପଣ ଚେହେରାରେ ଅନେକ ପ୍ରକାରର ଦାଗ ଦେଖା ଯାଇଥାଏ ।ତେବେ ସେଗୁଡିକ କେମିତି ହେଇଥାଏ ଓ ଏଗୁଡିକର ଚିକିତ୍ସା କେମିତି କରିବେ ଆସନ୍ତୁ ଜାଣିବେ ।
କଳା ଦାଗ ହେବାର କାରଣ:-
୧.ଆଖିତଳ ଦାଗ:-ଆମ ମୁହଁରେ ଆଖି ସମସ୍ତଙ୍କୁ ଆକର୍ଷିତ କରିଥାଏ ତେବେ ଅଧିକ ଅନିଦ୍ରା ଓ ଠିକ ଭାବରେ ନିଦ ନହେଲେ ଆଖିତଳେ କଳାଦାଗ ହେଇ ଯାଇଥାଏ ।
୨.କଳା ଦାଗ:-ବହୁତ ଲୋକ ବହୁତ ପ୍ରକାରର କ୍ରିମ ଓ ଜେଲ ଆଦି ବ୍ୟବହାର କରିଥାନ୍ତି ଆଉ ଅନେକ ପ୍ରକାରର ଫେସିଆଲ ଆଦି କରିଥାନ୍ତି ।ଆଉ ସେସବୁର କେମିକାଲ ରିଆକ୍ସନ ଯୋଗୁଁ ବ୍ରଣ ହେଇଥାଏ ଓ ତାର ଦାଗ ଗୁଡିକ ତିଆରି ହେଇଥାଏ ।
୩.ଧଳାଦାଗ:-ତେବେ ସମୟ ସମୟରେ ଆମ ମୁହଁରେ ଧଳାଦାଗ ଦେଖିବାକୁ ମିଳିଥାଏ ଏସବୁ ଅତ୍ୟଧିକ କିଛି ମେଡ଼ିସିନ ଖାଇବା ବା ଅନ୍ୟାନ୍ୟ ଟ୍ରିଟମେଣ୍ଟ ଯୋଗୁଁ ମୁହଁରେ ଦେଖା ଯାଇଥାଏ ।
ଚିକିତ୍ସାର ଉପାୟ:-
ତେବେ ଏହି ଦାଗ ଗୁଡିକୁ ଭଲ କରିବା କିଛି ଉପାୟକୁ ଭଲକରି ଜାଣନ୍ତୁ ଯାହା ଖୁବ କମ ବ୍ୟୟରେ ଓ ନିଜ ଘରେ କରି ପାରିବେ ।
୧. କ୍ଷୀର:-ଆମେ ସାଧାରଣତଃ କ୍ଷୀରକୁ ଖାଦ୍ୟ ରୂପେ ବ୍ୟବହାର କରିଥାଉ କିନ୍ତୁ ଏହି କ୍ଷୀରକୁ ଆମେ ମୁହଁର ଦାଗ ଦୂର କରିବା ପାଇଁ ବ୍ୟବହାର କରାଯାଏ ।ତେବେ ଆପଣ କିଛି କ୍ଷୀରକୁ ନିଅନ୍ତୁ ଆଉ ତାକୁ ନିଜ ମୁହଁରେ ଧୀରେ ଧୀରେ ମସାଜ କରନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଥିବା କଳାଦାଗ ଦୁର ହେଇଯିବ ।
୨.ଲାଳ:-ଆପଣ ମାନେ ଜାଣିଛନ୍ତି ଲାଳ କୋଉ ଔଷଧ ଠାରୁ କମ ନୁହେଁ, ତେବେ ସକାଳୁ ପ୍ରଥମେ ନିଦରୁ ଉଠିଲା ପରେ ମୁହଁ ନଧୋଇ ନିଜ ପାଟିର ଲାଳକୁ ନେଇ ନିଜ ଆଖିତଳକୁ ଓ ପୁରା ମୁହଁକୁ 10ରୁ 15 ମିନିଟ ଯାଏ ମସାଜ କରନ୍ତୁ ।ଏମିତି ସବୁଦିନ କରନ୍ତୁ ତେବେ ଯଦି ଦାଗ ବହୁତ ପୁରୁଣା ହେଇଥିବ ତେବେ ତାହା ଭଲ ହେବାକୁ ଏକ ବର୍ଷ ସମୟ ଲାଗିବ ଆଉ କମ ଦିନର ଦାଗ ହେଇଥିଲେ ତାହା ଭଲ ହେବାକୁ 2ରୁ 3 ମାସ ସମୟ ଲାଗିବ ।
୩.ଏଲୋଭେରା ଜେଲ:-ଏହାକୁ ଆପଣ ମୁହଁରେ ସପ୍ତାହରେ 2ରୁ 3 ଥର ମାଲିସ କରନ୍ତୁ ।
4.ଗାଈ ମୂତ୍ର:-ଯେଉଁ ଗାଈ ପିଲା ଜନ୍ମ ହେଇନଥିବ ତାହାର ମୂତ୍ରକୁ ଆଣି ଗୋଟିଏ ବୋତଳରେ ରଖି 15 ଦିନ ବା ସପ୍ତାହରେ ଥରେ ଲଗାନ୍ତୁ ଦେଖିବେ ଦାଗ ନିଶ୍ଚିତ କମି ଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।