ମୁହଁରେ ସମସ୍ତ ଦାଗର ଘରୋଇ ଉପଚାର… ହୀରା ଭଳି ଚମକିବ ଗ୍ୟାରେଣ୍ଟି

ବର୍ତ୍ତମାନ ର ଏହି ପୋଷ୍ଟ ମର୍ଡନ ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବେଶ ଚିନ୍ତାରେ ରହିଥାନ୍ତି।ଯଦିଓ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଛନ୍ତି କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମ୍ଭର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ। ଯେପରି କି ମୁହଁ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳା ଦାଗ ଆସିବା, ମୁହଁରେ ଦାଗ ହେବା ,ଅଳ୍ପ ବୟସରେ ତ୍ୱଚା କିଞ୍ଚିତ ହେବା ଇତ୍ୟାଦି। ତେବେ ଏହି ସବୁ କାରଣରୁ ଆମର ସୁନ୍ଦରତା ଉପରେ ବାଧାପ୍ରାପ୍ତ ହୋଇଥାଏ। ତେବେ ଏହିସବୁ ମଧ୍ୟରୁ ମୁହଁରେ ଭିନ୍ନ ଭିନ୍ନ ଦାଗ ରହିବା ଏବଂ ପିମ୍ପୁଲସ ଆସିବା ଆମର ସୁନ୍ଦରତା କୁ ବହୁତ ବାଧାପ୍ରାପ୍ତ କରିଥାଏ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ କେତେକ ଉପାୟ ଜଣାଇବୁ ଯାହା କରିବା ଦ୍ୱାରା ଆପଣ ଙ୍କ ମୁହଁରେ ଥିବା ସମସ୍ତ ପୁରୁଣା ଦାଗ, ବ୍ରଣ କିମ୍ବା କ୍ଷତ ସବୁ ଭଲ ହୋଇଯିବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ ଯାହା ଥରେ ପ୍ରାୟୋଗ କରିବା ଦ୍ୱାରା ଆପଣ ଙ୍କର ମୁଁହ ସମ୍ପୂର୍ଣ୍ଣ ଦାଗ ମୁକ୍ତ ହୋଇଯିବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ।

ଆବଶ୍ୟକ ସାମଗ୍ରୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବାକୁ ହେଲେ ଆପଣ ଙ୍କୁ ଘରୋଇ ଉପକରଣ ର ଆବଶ୍ୟକତା ରହିଛି। ତେବେ ଆଵଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି:-

୧.ଦୁଇଟି ମିଡିୟମ ସାଇଜ ଆଳୁ
୨.ଲେମ୍ବୁ ଗୋଟିଏ
୩.ଚାଉଳ
୪.ଆଲବେରା

ପ୍ରସ୍ତୁତ ପ୍ରଣାଳୀ:-

ଏହି ବିୟୁଟି ପ୍ରଡକ୍ଟ ଟିକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଦୁଇଟି ଆଳୁ କୁ ଭଲ ଭାବରେ ଧୋଇଦେଇ ତାହାକୁ ଗ୍ରାଇଣ୍ଡିଂ କରିନିଅନ୍ତୁ।ଗ୍ରାଇଣ୍ଡିଂ କରିବା ପରେ ଏକ ଛଣା ସାହାଯ୍ୟ ରେ ଆଳୁ ରସ ଟିକୁ ଗୋଟିଏ ପାତ୍ର କୁ ବାହାର କରି ନିଅନ୍ତୁ।ବର୍ତ୍ତମାନ ଏହି ଆଳୁ ରସ ରେ ଗୋଟିଏ ଲେମ୍ବୁ ର ରସ ମିଶାନ୍ତୁ ଏବଂ ଦୁଇ ଚାମଚ ଆଲବେରା ଜେଲ ମିଶାଇ ଏହାକୁ ମିକ୍ସ କରି ନିଅନ୍ତୁ। ବର୍ତ୍ତମାନ ଆମର ରିମେଡି ପ୍ରସ୍ତୁତ ହୋଇଗଲା। ଆପଣ ଏହାକୁ ଅଧିକ ଦିନ ଷ୍ଟୋର କରିବାକୁ ଚାହିଁଲେ ଏହାକୁ ଆଇସ ବକ୍ସ ରେ ଭର୍ତ୍ତି କରି ଫ୍ରୀଜ ରେ ରଖିପାରିବେ ।

ସେହିପରି ଆପଣ ଚାଉଳ କୁ ଧୋଇଦେଇ ପ୍ରଥମେ ତାର ପାଣି ଟି ବାହାର କରି ଦିଅନ୍ତୁ ଆଉ ଅଳ୍ପ ପାଣି ମିଶାଇ ତାହାକୁ ଅଧା ଫୁଟାଇ ଦିଅନ୍ତୁ। ଅଧା ଭାତ ହେବା ପରେ ତାହାକୁ ବାହାର କରି ସେଥିରେ ଥିବା ପାଣି କୁ ଫ୍ରୀଜ ର ବକ୍ସ ରେ ରଖିଦିଅନ୍ତୁ। ତେବେ ଉଭୟ ରିମେଡି ଆମର ବର୍ତ୍ତମାନ ପ୍ରସ୍ତୁତ ଅଟେ।

ବ୍ୟବହାର କରିବେ କିପରି:-

ବନ୍ଧୁଗଣ ଏହି ରିମେଡି ଟିକୁ ଆପଣ ଫ୍ରୀଜ ରେ ରଖିବା ପରେ ଏହା କୁ ଯେବେ ଚାହିଁବେ ତାହାକୁ ଆଣି କିଛି ସମୟ ଗୋଟିଏ ପ୍ଲେଟ ରେ ରଖିନେବେ।ଆଉ ଏହା ମେଲଟ ହେବା ପରେ ତାହାକୁ ମୁଁହ ରେ ଲଗାଇ ଦେବେ। ଆଉ କିଛି ସମୟ ପରେ ଏହାକୁ ବାହାର କରିଦେଇ ପାଣିରେ ମୁଁହ ଧୋଇନିଅନ୍ତୁ ।ପରେ ଚାଉଳ ରେ ବନାଇଥିବା ରିମେଡି କୁ ମୁଁହ ରେ ଲଗାଇ କିଛି ସମୟ ବ୍ୟବଧାନ ରେ ଧୋଇନିଅନ୍ତୁ ।

ତେବେ ଏହିପରି ଆପଣ ଗୋଟିଏ ସପ୍ତାହ ବ୍ୟବଧାନ ରେ କରନ୍ତୁ। ଦେଖିବେ ମାତ୍ର ଅଳ୍ପ ଦିନରେ ଆପଣ ଙ୍କର ମୁଁହ ରେ ଥିବା ପୁରୁଣା କଳା ଦାଗ ବା ଯେକୌଣସି ଦାଗ , ବ୍ରଣ ସବୁ କୁଆଡେ ଗାଏବ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment