ମୁହଁ ଖୋଲିଲେ ଅର୍ଚ୍ଚନା ! କାହାକୁ ଛାଡିବିନି ସମସ୍ତଙ୍କ ରାସଲୀଳା ଭିଡିଓ ଅଛି ,ମୋ ସହିତ କିଏ କିଏ ରାତି କଟାଇଛନ୍ତି ତାର ଭିଡିଓ ଅଛି….ଦେଖନ୍ତୁ video

ଯିଏ ଦିନେ ଶୋଉ ଥିଲା ହାତୀ ଦାନ୍ତ ପଲଙ୍କର ସିଏ ଆଜି ଶୋଇବ ମାଟି ଚଟାଣରେ। ଯିଏ ଦିନେ ଶୋଇଲା ପରେ ଜଳୁ ଥିଲା ନାଲି ନେଳୀ ଆଲୁଅର ଝୁମର ସିଏ ଆଜି ଶୋଇବ ଅନ୍ଧାର ଘର। ସେଥିପାଇଁ କୁଆଡେ଼ ତଦନ୍ତ କାରୀ ବାବୁ ମାନେ ଗଦି ଆଉ ତକିଆ କିଣି ଛନ୍ତି। ହଁ ଆଜ୍ଞା ଆମେ କହୁଛୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଥା।ସାରା ରାଜ୍ୟ ଉଠୁଛି ଆଉ ପଡୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ। କଡ଼ା ସୁରକ୍ଷା ଭିତରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ଅଣାଯାଇଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଆଉ ଯାହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ରତ୍ନ ପଲଙ୍କ ନୁହେଁ ତଳେ ଚଟାଣ ଉପରେ ଶୋଇବେ। ଆଉ ତାଙ୍କ ପାଇଁ ଅଣା ଯାଇଛି ଗଦି ଆଉ ତକିଆ। ଯେଉଁ ଗଦି ଆଉ ତକିଆ କୁ ଇଡି ଅଫିସ୍ ଭିତରକୁ ଅଣା ଯାଇଛି। ଭଲ କରି ଦେଖି ନିଅନ୍ତୁ ଏହି ଭିଜୁଆଲ୍ ଟିକୁ। ଯେଉଁ ଭିଜୁଆଲ୍ ରେ ଜଣେ ବାବୁ ଇଡି କାର୍ଯ୍ୟାଳୟ ଭିତରକୁ ନେଇ ଯାଉଛନ୍ତି ଗଦି ଆଉ ତକିଆ ଆଉ ସପ। ଆଉ ଏହି ଚିତ୍ର ଦେଖି ସାରିବା ପରେ ସମସ୍ତେ କହୁଛନ୍ତି ଇଡି କାର୍ଯ୍ୟାଳୟ ଭିତରେ ଅର୍ଚ୍ଚନା ନାଗ ଏବେ ରତ୍ନ ପଲଙ୍କ ବଦଳରେ ତଳେ ଚଟାଣରେ ଶୋଇବେ। ଆଉ ବିଳାସପୂର୍ଣ୍ଣ ଜୀବନ ନୁହେଁ ବରଂ ସାଧାସିଧା କଏଦୀ ପରି ରାତି କଟାଇବେ ଅର୍ଚ୍ଚନା ନାଗ। ସମୟ ବଦଳି ଯାଇଛି ଅର୍ଚ୍ଚନା ଙ୍କ ପାଇଁ ଆଉ ନାହିଁ ରାଜମହଲ ଆଉ ନାହିଁ ସେ ରତ୍ନ ପଲଙ୍କ ନା ଅଛି ଆଉ ତାଙ୍କ ଠିକଣା ଏବେ ଅର୍ଚ୍ଚନା କେତେବେଳେ ଜେଲ୍ ଭିତରେ ରାତି କଟାଉ ଛନ୍ତି ତ ଆଉ କେତେବେଳେ ଇଡି ଅଫିସ୍ ଭିତରେ।


ଆଜି ରିମାଣ୍ଡରେ ଯାଇଛନ୍ତି ସୁନ୍ଦରୀ ଅର୍ଚ୍ଚନା ନାଗ ଆଉ ଇଡି ସାତ ଦିନିଆ ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କୁ ପଚରା ଉଚରା କରିବ।ଗତକାଲି ୭ ଦିନିଆ ରିମାଣ୍ଡରେ ନେବାକୁ ଇଡ଼ିକୁ ଅନୁମତି ଦେଇଥିଲେ କୋର୍ଟ। ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ଇଡି ଅର୍ଚ୍ଚନାଙ୍କୁ ନେଇ ପଚରା ଉଚରା କରି ବହୁ ବଡ ବଡିଆଙ୍କୁ ଗୁମର ଖୋଲିବାକୁ ନଜର ରଖିଛି।

କିନ୍ତୁ ଅର୍ଚ୍ଚନା ଆଜି କହିଛନ୍ତି କି ମୋତେ ୩୦ ମିନିଟ୍ ଦିଅ ମୁଁ ରାଜ୍ୟ ପରିବର୍ତ୍ତନ କରିଦେବି। ମୋତେ ୩୦ ମିନିଟ୍ ଦିଅ ମୁଁ ବହୁ ବଡ ବଡିଆଙ୍କ ଗୁମର ସାମ୍ନାକୁ ନେଇ ଆସିବି। ମୋତେ ୩୦ ମିନିଟ୍ ଦିଅ ମୁଁ ବହୁ ପ୍ରମାଣ ଆପଣ ମାନଙ୍କୁ ଦେବି ତାହା ସବୁ ଆପଣ ଟିଭିରେ ଦେଖାଇ ପାରିଲେ ହେଲା। ଆଉ ଅର୍ଚ୍ଚନାଙ୍କ ଏପରି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment