ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ କେବଳ ଗୋଟିଏ ମାତ୍ର କଥା ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଘଟିଥିବା ଘଟଣା ବିଷୟରେ ତଦନ୍ତ ବିଷୟରେ କିଛି କଥା | ଆଉ ଯେଉଁଠି କୁହାଯାଉଛି କି, ASI ଗୋପାଳ ଦାସ ନବ ଙ୍କ ଉପରକୁ ଗୁଳି ଚଳାଇବା ପରେ କ୍ରାଇମ ବ୍ରାଞ୍ଚ ପୋଲିସ ସମ୍ପୂର୍ଣ୍ଣ ଭାବରେ ଲାଗି ପଡିଛି ତଦନ୍ତ କରିବାରେ | ଆଉ ଯେଉଁଠି କୁହାଯାଉଛି କି ଗୋପାଳ ଦାସ ଙ୍କୁ ସେହି ସ୍ଥାନ କୁ ନିଆଯାଇଛି ଯେଉଁ ସ୍ଥାନରେ ଗୋପାଳ ଦାସ ନବ ଦାସ ଙ୍କୁ ଗୁଳି କରିବାର ସମସ୍ତ ପ୍ଲାନ ବନାଇ ଥିଲେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଝାଡ଼ସୁଗୁଡା ଜିଲ୍ଲା ର ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ସଭା ରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ASI ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଆଉ ଯାହା ଫଳରେ ନବ ଦାସ ଙ୍କର ମୃତ୍ୟୁ ମଧ୍ୟ ଘଟିଛି | ଆଉ ଯେଉଁ ଘଟଣା କୁ ନେଇକି ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ପୋଲିସ ସତ କୁ ସାମ୍ନା କୁ ଆଣିବା ପାଇଁ ଲାଗି ପଡିଛି | ତାହା ସହିତ ଗୋପାଳ ଙ୍କୁ ମଧ୍ୟ 3 ଦିନ ରିମାଣ୍ଡ ରେ ନେଇଛନ୍ତି କ୍ରାଇମ ବ୍ରାଞ୍ଚ ପୋଲିସ ବୋଲି କୁହାଯାଉଛି |
ଆଉ ତାହା ପରେ ଯାହା କୁହାଯାଉଛି କି ଗୋପାଳ ଙ୍କୁ ସେହି ସବୁ ସ୍ଥାନକୁ ନିଆ ଯାଇଛି ଯେଉଁଠାରେ ଗୋପାଳ ନିଜର ପ୍ଲାନ ଆରମ୍ଭ କରିଥିଲେ | ତାହା ସହିତ ଯାହା କୁହାଯାଉଛି କି ଗୋପାଳ ଙ୍କୁ ମଧ୍ୟ ତାଙ୍କର ଘର କୁ ମଧ୍ୟ ନିଆଯାଇଛି ଓ ସେଠାରେ ମଧ୍ୟ ତଦନ୍ତ କରାଯାଇଛି | ତାହା ସହିତ ASI ଭାବରେ ବହୁତ ଦିନ ରୁ ରହିଥିବା ଝାଡ଼ସୁଗୁଡା ର ଗାନ୍ଧିଛକ ଥାନା କୁ ମଧ୍ୟ ନିଆଯାଇଛି | ଏହା ବ୍ୟତୀତ ପାଇଖାନା ଟାଙ୍କି ରେ ଯେଉଁ ପ୍ରମାଣ କୁ ଲୁଚାଇ ରଖିଥିଲେ ତାହାର ମଧ୍ୟ ତନା ଘୋନା କରୁଛି ପୋଲିସ |
ତାହା ସହିତ ଯେଉଁ ଦିନ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲେ ଗୋପାଳ ଦାସ ସେହି ଦିନ ନବ ଦାସ ଙ୍କର ଭାଇ ସତ୍ୟ ନାରାୟଣ ତାଙ୍କର ହୋଟେଲ କୁ ବନ୍ଦ କରି ଦେଇ ପଳାଇଥିଲେ | ଆଉ ସେହି ଘଟଣା କୁ ନେଇକି ଗୋପାଳ ଙ୍କର ଭାଇ ଙ୍କୁ ମଧ୍ୟ ପୋଲିସ ଉଠାଇ ନେଇ ପଚରା ଉଚରା କରୁଛି | ଆଉ ଘଟଣା ର ତଦନ୍ତ ପରେ ସମସ୍ତ ସତ ସାମ୍ନା କୁ ଆସିବ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।