Odisha News Portal

ଏହି ତିନୋଟି ଉପାୟ କରିବା ଦ୍ବାରା ଆପଣ ନିଜ ଘରୁ ମୂଷାକୁ ଶିଘ୍ର ବାହାର କରିପାରିବେ ! ଆଜି ହିଁ ପରୀକ୍ଷା କରି ଦେଖନ୍ତୁ …..

ମୂଷାକୁ ନକରାତ୍ମକ ଏବଂ ଅଜ୍ଞାନୀ ଶକ୍ତିର ପ୍ରତୀକ ମାନାଯାଏ । ଯେଉଁ ଘରେ ମୂଷା ରହିଥାଏ ସେହି ଘରର ଲୋକମାନଙ୍କର ଭୌତିକ ବିକାଶ ଠିକ ରୂପରେ ହୋଇ ପାରିନଥାଏ । ମୂଷା ମାନେ ଆମର ଘରର ସମସ୍ତ ଖାଦ୍ୟ ଏବଂ ଜିନିଷ ଗୁଡିକ ନଷ୍ଟ କରିଦିଅନ୍ତି । ଏହା ବ୍ୟତୀତ ଘରେ ମୂଷା ରହିବା ଦ୍ୱାରା ପିଲା ମାନଙ୍କୁ ବହୁତ ବେମାରୀ ହୋଇଥାଏ । ପ୍ରାୟ ଲୋକମାନେ ମୂଷାକୁ ଘରୁ ବାହାର କରିବା ପାଇଁ କେତେକ ଉପାୟ ମାନ କରିଥାନ୍ତି ।

ବଜାରରେ ମଧ୍ୟ କେତେ ଔଷଧ ମିଳିଥାଏ ମୂଷାକୁ ମାରିବା ପାଇଁ ମାତ୍ର ଏହା ପରେ ମଧ୍ୟ ମୂଷା କମନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ମୂଷା କମାଇବାର ଆୟୁର୍ବେଦିକ ଉପାୟ ବିଷୟରେ କହିବୁ ଯାହା ସୁରକ୍ଷିତ ହେବା ସହିତ ଏହା ଦ୍ୱାରା ମୂଷା ମାନେ ମଧ୍ୟ କମିଯାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

1–ପେପରମିଣ୍ଟ ଅଏଲ

ପେପରମିଣ୍ଟର ଅଏଲର ବ୍ୟବହାର କରିବା ଦ୍ୱାରା ଆମେ ମାନେ ଅତି ସହଜରେ ମୂଷା ମାନଙ୍କୁ ଘରୁ ବାହାରକୁ ବାହାର କରିପାରିବା । କାହିଁକିନା ଏହି ତେଲର ଗନ୍ଧ ବହୁତ ହିଁ ହାର୍ଡ ହୋଇଥାଏ । ଏହା ସହିତ ଏହାକୁ ମୂଷା ମାନେ ସହନ କରିପାରନ୍ତି ନାହିଁ । କଟନ ବା ତୁଳାର ଛୋଟ ଛୋଟ ଟୁକୁଡା କରି ସେଥିରେ ପେପରମିଣ୍ଟ ଅଏଲ ଲଗାଇ ଦିଅନ୍ତୁ । ଏହା ପରେ ଏହାକୁ ସେହି ସ୍ଥାନରେ ରଖନ୍ତୁ ଯେଉଁଠାରେ ମୂଷା ମାନେ ରହିଥାନ୍ତି । ଏହାର ଗନ୍ଧ ଯିବା ମାତ୍ରେ ମୂଷା ମାନେ ସେଠାରୁ ବାହାରି ଯିବେ ।

2–ଲାଲା ମରିଚ ପାଉଡର

ଆପଣ ମାନେ ମରିଚ ଗୁଣ୍ଡ ନିଅନ୍ତୁ । ଏହା ପରେ ଅଳ୍ପ ଶୁଖିଲା ଅଟାରେ ତାହାରୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ମୂଷା ରହୁଥିବା ବା ଯାଉଥିବା ସ୍ଥାନରେ ରଖିଦିଅନ୍ତୁ । ମୂଷାର ନାକ ସମ୍ବେଦନ ଶୀଳ ହୋଇଥାଏ । ଯେମିତି ହିଁ ସେମାନେ ଏହି ମିଶ୍ରଣକୁ ଖାଇବା ପାଇଁ ଚେଷ୍ଟା କରିବେ ବା ତାହାର ପାଖକୁ ଯିବେ ତେବେ ଏହି ଲାଲ ମିରିଚିର ପାଉଡର ସେମାନଙ୍କୁ ବିତାଡିତ କରିବ । ଯାହା ଦ୍ୱାରା କି ମୂଷା ମାନେ ସେହି ଘରୁ ପଲେଇବେ । ଧ୍ୟାନ ରଖିବେ କି ପିଲା ମାନଙ୍କୁ ଏହି ମିସ୍ରଣ ପାଖରୁ ଦୂରେଇ କରି ରଖିବେ ।

3–ତେଜ ପତ୍ର

ତେଜପତ୍ରର ବ୍ୟବହାର ଆମେ ଖାଇବାରେ କରିଥାଉ ମାତ୍ର ମୂଷାକୁ ଘରୁ ବାହାର କରିବା ପାଇଁ ମଧ୍ୟ ତେଜ ପତ୍ରର ବ୍ୟବହାର କରାଯାଏ । ଏଥିପାଇଁ ଆପଣ ମାନେ ଚାରିରୁ ପାଞ୍ଚଟି ତେଜପତ୍ର ନିଅନ୍ତୁ ଏବଂ ରାତିରେ ଶୋଇବା ସମୟରେ ଏହାକୁ ଜଳେଇ ଦିଅନ୍ତୁ । ଏହାକୁ ଜଳେଇ ସାରିବା ପରେ କିଛି ସମୟ ପାଇଁ କବାଟ ଝରକା ବନ୍ଦ କରିଦିଅନ୍ତୁ । ତେଜପତ୍ରର ଗନ୍ଧରୁ ମୂଷା ମାନେ ଘରୁ ବାହାରକୁ ପଳେଇବେ । ତେଜପତ୍ର ଦ୍ୱାରା କେବଳ ମୂଷା ନୁହେଁ ବରଂ ମଶା ଏବଂ ମାଛି ମଧ୍ୟ ଘରୁ ବାହାରକୁ ପଳେଇ ଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।