Odisha News Portal

ମିଳିଗଲା ଦେଶର ଆଗାମୀ ଭବିଷ୍ୟତ ! ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ?? ନୀତିଶ ହେବେ ପ୍ରଧାନମନ୍ତ୍ରୀ? ଆପଣ ଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ …..କଣ ମୋଦୀ ଙ୍କ ଖେଳ ସରିଲା କି ?

0 45

ବିହାର ରାଜନିତୀରେ ପୁଣି ନୂଆ ଟୁଇଷ୍ଟ । ମେଣ୍ଟ ସରକାର ଗଠନ ହେବାର ମାତ୍ର 2 ମାସରେ ବହୁତ ବଡ ଫାଟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶର 6 ଜଣ JDU ବିଧାୟକ ବିଜେପିରେ ସାମିଲ ହୋଇଯିବା ପରେ ଏହାକୁ ବିହାର JDU ନେତାମାନେ ତୀବ୍ର ବିରୋଧ କରିଛନ୍ତି । କେବଳ ବିରୋଧ କରିନାହାଁନ୍ତି ବରଂ ସିଧାସଳଖ ଭାବରେ BJPକୁ ଦାୟୀ କରିଛନ୍ତି। ଆଉ ଏହାରି ମଧ୍ୟରେ ଚୁପ୍ ନରହି ନୂଆ ରାଜନୈତିକ ଗୋଟି ଚଳାଇଛି RJD ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, RJD କହିଛି ଯେ, ନୀତିଶ କୁମାର ଯଦି NDAରୁ ଅଲଗା ହୁଅନ୍ତି ତେବେ 2024 ଲୋକସଭା ନିର୍ବାଚନରେ ନୀତିଶଙ୍କୁ RJD ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିବ ଏହାସହ ନୀତିଶ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବା ଦରକାର ବୋଲି RJD କହିଛି।

ଆଉ RJDର ଏହି ନୂଆ ପ୍ରସ୍ତାବ ବିହାର ରାଜନୀତିକୁ ସରଗରମ କରିଦେଇଛି। RJDର ବରି‌ଷ୍ଠ ନେତା ଉଦୟ ନାରାୟଣ ଚୌଧୁରୀ କହିଛନ୍ତି ଯେ, ନୀତୀଶ RJDର ଏହି ପ୍ରସ୍ତାବ ଗ୍ରହଣ କରିବା ହିଁ ଉଚିତ ହେବ, କାରଣ ତାଙ୍କ ପାଇଁ ଏବେ ଦିଲ୍ଲୀ ଦଖଲ କରିବା ସମୟ ଆସିଯାଇଛି।

ଅନ୍ୟପକ୍ଷରେ, ମୋର ମୁଖ୍ୟମନ୍ତ୍ରୀ ହେବା ଲାଗି ଇଚ୍ଛା ନଥିଲା, କିନ୍ତୁ ମୁଁ ହେଲି। ଯେହେତୁ ବିହାରରେ ନିର୍ବାଚନରେ ଆମେ ଏକତ୍ରୀତ ଲଢୁଥିଲୁ ତେଣୁ BJP ନିଜ ନେତାକୁ ବାଛିପାରିବେ ବୋଲି ମୁଁ କହିଥିଲି ବୋଲି ନୀତିଶ କହିଛନ୍ତି। ନୀତିଶ କହିଛନ୍ତି , ନିର୍ବାଚନରେ ଲୋକମାନେ ନିଜନିଜ ମନ ପସନ୍ଦର ନେତା ବାଛିଛନ୍ତି।

ତେଣୁ ମୁଖ୍ୟମନ୍ତ୍ରୀ କେହି ବି ହୋଇପାରିବେ । ଏହାସହ ମୁଁ ଏ ସମ୍ପର୍କରେ ମେଣ୍ଟକୁ ଜଣାଇ ଦେଇଥିଲି। କିନ୍ତୁ ପରିବର୍ତ୍ତୀ ସମୟରେ ମୋ ଉପରେ ଏମିତି ଚାପ ପଡିଥିଲା ଯେ, ଇଚ୍ଛା ନଥାଇ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି।

ନୀତିଶଙ୍କର ବୟାନ ଉପରେ ପ୍ରତିକ୍ରିୟା ରଖିଥିଲେ BJP ନେତା ସୁଶୀଲ କୁମାର ମୋଦୀ , ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲେ। BJP ଏବଂ JDU ନେତାମାନେ ତାଙ୍କୁ କହିଥିଲେ ଯେ, ଆମେ ତୁମ ନାମ, ତୁମ ଦୃଷ୍ଟିକୋଣକୁ ନେଇ ନିର୍ବାଚନ ଲଢ଼ିଥିଲୁ ଏବଂ ଲୋକମାନେ ତୁମକୁ ଭୋଟ୍ ଦେଇଛନ୍ତି।

ତେଣୁ ବିନା କୌଣସି କଥା ଚିନ୍ତା କରି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଆମେମାନେ ରାଜି କରାଇଥିଲୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,ନୀତିଶ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି କାହିଁକି ମନ୍ତବ୍ୟ ଦେଲେ ? ଏହା ପଛରେ କି ରହସ୍ୟ ରହିଛି ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ରହିଛି।

ତେବେ ବିହାର ମୁଖ୍ୟମନ୍ତ୍ରୀ ଭାବେ 7ମ ଥର ପାଇଁ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA 125 ସିଟ୍‌ ହାସଲ କରିବା ପରେ JDUର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର 7ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ, BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।